ବର୍ମିଂହାମ: ଟ୍ରିପଲ୍ ଜମ୍ପ ଇଭେଣ୍ଟରେ ଭାରତ ଡବଲ ପଦକ ହାତେଇଛି । ଇଭେଣ୍ଟ୍ରେ ଏଲ୍ଡୋସ ପୌଲ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସମାନ ଇଭେଣ୍ଟରେ ଭାରତୀୟ ଆଥ୍ଲେଟ୍ ଅବଦୁଲ୍ଲା ଆବୋବାକର ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ଇଭେଣ୍ଟ୍ରେ ଆଉ ଜଣେ ଭାରତୀୟ ଆଥ୍ଲେଟ ପ୍ରବୀଣ ଚିତ୍ରାଭେଲ ଚତୁର୍ଥ ସ୍ଥାନରେ ରହିଛନ୍ତି ।
CWG 2022: ଟ୍ରିପଲ୍ ଜମ୍ପ୍ରେ ଡବଲ ପଦକ, ଏଲ୍ଡୋସଙ୍କୁ ସ୍ବର୍ଣ୍ଣ ଓ ଅବଦୁଲ୍ଲାଙ୍କୁ ରୌପ୍ୟ - ଟ୍ରିପଲ୍ ଜମ୍ପ ଇଭେଣ୍ଟରେ ଭାରତକୁ ଡବଲ ପଦକ
ଟ୍ରିପଲ୍ ଜମ୍ପ ଇଭେଣ୍ଟରେ ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ ପଦକ । ଦ୍ବୀତିୟ ସ୍ଥାନରେ ରହି ରୌପ୍ୟ ଜିତିଲେ ଅବଦୁଲ୍ଲା ଆବୋବାକର । ଅଧିକ ପଢ଼ନ୍ତୁ

CWG 2022: ଟ୍ରିପଲ୍ ଜମ୍ପ୍ ଇଭେଣ୍ଟରେ ଡବଲ ପଦକ, ଏଲ୍ଢୋସ୍ଙ୍କୁ ସ୍ବର୍ଣ୍ଣ ଓ ଅବଦୁଲ୍ଲାଙ୍କୁ ରୌପ୍ୟ ପଦକ
ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହି ଇଭେଣ୍ଟର ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି । ଗତକାଲି(ଶନିବାର) ମହିଳା ବିଭାଗର ଏହି ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ ଭାରତୀୟ ଆଥ୍ଲେଟ୍ ପ୍ରିୟଙ୍କା । ଏଲ୍ଡୋସ ପୌଲ ୧୭.୩ ମିଟର ଜମ୍ପ୍ ସହ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଯାହାଫଳରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିଭଳି ଅବଦୁଲ୍ଲା ଅବୁବାକ ୧୭.୩ ମିଟର ଜମ୍ପ୍ ସହ ରୌପ୍ୟ ପଦକ ହାସଲ କରିଛନ୍ତି ।