ଟୋକିଓ: ଆଜିକୁ ଠିକ୍ ବର୍ଷ ପରେ ଖେଳାଯିବା କ୍ରୀଡାର ମହାକୁମ୍ଭ ଟୋକିଓ ଅଲମ୍ପିକ୍ । 2020 ଜୁଲାଇ 24ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମହାକୁମ୍ଭର ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକର ରୁପରେଖ ପ୍ରଦର୍ଶିତ କରାଯାଇଛି । ଏହି ମେଡାଲ ଗୁଡିକର ଓଜନ 556 ଏବଂ 450ଗ୍ରାମ୍ ଭିତରେ ରହିଛି । ଜାପାନର ରାଜଧାନୀରେ ଟୋକିଓରେ ଆୟୋଜିତ ଏହି ଭବ୍ୟ ସମାରୋହ ।
ଉନ୍ମୋଚନ ହେଲା କ୍ରୀଡା ମହାକୁମ୍ଭ ପଦକର ରୂପରେଖ - କ୍ରୀଡା ମହାକୁମ୍ଭ
ଆସନ୍ତାବର୍ଷ 24 ଜୁଲାଇରୁ ଆରମ୍ଭ ହେବାକୁ ଥିବା ଟୋକିଓ ଅଲମ୍ପିକ୍ର ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକର ରୁପରେଖ ପ୍ରଦର୍ଶିତ କରାଯାଇଛି ।
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ତେବେ ଆସନ୍ତା ବର୍ଷ ଜୁଲାଇ 24ରୁ ଆରମ୍ଭ ହୋଇ ଅଗଷ୍ଟ 9 ତାରିଖ ଯାଏ ଚାଲିବ ଏହି କ୍ରୀଡା ମହାକୁମ୍ଭ । ଏହି କ୍ରୀଡ଼ାର ଆୟୋଜନ ପାଇଁ ପ୍ରାୟ 20 ବିଲିୟନ୍ ଡଲାର ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି । ଟୋକିଓ ଅଲମ୍ପିକ୍ ପାଇଁ 8ଟି ନୂଆ ଷ୍ଟାଡିୟମ ନିର୍ମାଣ କରାଯାଇଛି ।