ଓଡିଶା

odisha

ETV Bharat / sports

ମୁଁ ଭାବୁଛି ଖେଳ ପାଇଁ ମୋତେ ଭଗବାନ ବାଛିଛନ୍ତି: ମେରି କମ - ମୁଁ ଭାବୁଛି ଖେଳ ପାଇଁ ମତେ ଭଗବାନ ବାଛିଛନ୍ତି

ବକ୍ସିଂ ନା କହିଲେ ପ୍ରଥମେ ମନକୁ ଆସନ୍ତି ‘ମ୍ୟାଗ୍ନିଫିସେଣ୍ଟ ମେରି’ । ତେବେ ମେରି କହିଛନ୍ତି ଯେ ତାଙ୍କୁ ଖେଳ ପାଇଁ ବୋଧହୁଏ ଭଗବାନ ବାଛିଛନ୍ତି । ଅଧିକ ପଢ଼ନ୍ତୁ...

God chose me for sports I think, Mary Kom, ମୁଁ ଭାବୁଛି ଖେଳ ପାଇଁ ମତେ ଭଗବାନ ବାଛିଛନ୍ତି, ମେରି କମ
ମୁଁ ଭାବୁଛି ଖେଳ ପାଇଁ ମତେ ଭଗବାନ ବାଛିଛନ୍ତି: ମେରି କମ

By

Published : Jun 10, 2020, 9:24 PM IST

ନୂଆଦିଲ୍ଲୀ: ମେରି କମ ଏକ ଦଶନ୍ଧି ଧରି ଭାରତୀୟ ବକ୍ସିଂର ପରିଚୟ ହୋଇ ରହିଛନ୍ତି । ଏହାସହ ମେରି ସର୍ବକାଳୀନ ସର୍ବଶ୍ରେଷ୍ଠ ବକ୍ସର ଭାବରେ ପରିଗଣିତ ହୋଇଛନ୍ତି । ତେବେ ମେରି ଏବେ ବି ବିଶ୍ବାସ କରି ପାରୁ ନାହାନ୍ତି ସେ କିପରି ନିଜର ଜୀବନକୁ ଖେଳ ପ୍ରତି ଉତ୍ସର୍ଗ କରିବାରେ ସମର୍ଥ ହେଲେ । ବକ୍ସିଂ କୁ ବାଦ ଦେଲେ ବି ଖେଳିବା ହିଁ ତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଥିଲା । କାରଣ ସେ ଯେଉଁ ଗାଁରେ ରହୁଥିଲେ ସେଠାରେ ଝିଅଙ୍କର ଖେଳିବା ଗ୍ରହଣୀୟ ନଥିଲା ତାହା ବି ପୁଣି ବକ୍ସିଂ ଯାହା ସେତେବେଳେ ସମ୍ପୂର୍ଣ୍ଣ ରୂପେ ପୁରୁଷ କୈନ୍ଦ୍ରିକ ଖେଳ ଥିଲା ।

ବୁଧବାର ଅନଏକାକେଡି ଆପ୍ ପାଇଁ ଏକ ଅନଲାଇନ୍ ଭିଡିଓ ଚାଟରେ ମେରି କହିଛନ୍ତି, “ମୁଁ ସର୍ବଦା ଖେଳ ପ୍ରତି ଆଗ୍ରହ ପ୍ରକାଶ କରୁଥିଲି କିନ୍ତୁ ଖେଳର ମହତ୍ତ୍ବ ଏବଂ ଏହାର ଲାଭ ମୁଁ ପ୍ରକୃତରେ ଜାଣି ନଥିଲି ।’’

‘‘ମୁଁ ମୋ ଗାଁର ପୁଅମାନଙ୍କ ସହ ଖେଳିବାକୁ ଭଲ ପାଉଥିଲି କାରଣ ଝିଅମାନେ କେବେ ଖେଳୁ ନଥିଲେ। ମୋ ପିଲାଦିନର ଅବସ୍ଥା ବର୍ତ୍ତମାନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା, କେବଳ ପୁଅମାନଙ୍କୁ ହିଁ ବାହାରେ ଖେଳିବାକୁ ଦିଆଯାଉଥିଲା ।’’

‘‘ମୁଁ ଭାବୁଛି ଖେଳ ପାଇଁ ଈଶ୍ବର ମତେ ବାଛିଛନ୍ତି । ଏହା ବ୍ୟତିତ ଅନ୍ୟ କୌଣସି କାରଣ ହୋଇପାରିବ ନାହିଁ ଯାହାପାଇଁ ମୁଁ କ୍ରୀଡ଼ାରେ ପ୍ରବେଶ କରି ପାରିଛି ଏବଂ ଏଥିରେ ମୋର ସମସ୍ତ ଜୀବନ ବିତାଇବି। ତେଣୁ ମୁଁ କେବେ ବି କଳ୍ପନା କରି ନଥିଲି ଯେ ମୁଁ ଏହିପରି କ୍ୟାରିୟର କରିବି । ଧିରେ ଧିରେ ମୁଁ କ୍ରୀଡ଼ାର ଲାଭ ବୁଝିବା ଆରମ୍ଭ କଲି, ଯଦି ଆପଣ ଏଥିରେ ଭଲ କରନ୍ତି, ଆପଣ ଭଲ ଚାକିରୀର ସୁଯୋଗ ପାଇବେ । ଯଦି ଆପଣ କ୍ରୀଡ଼ାରେ ଉନ୍ନତ, ଆପଣ ଜୀବନରେ ମଧ୍ୟ ଉନ୍ନତି କରିପାରିବେ ।’’

37 ବର୍ଷୀୟ ମେରି କହିଛନ୍ତି ଯେ ଯେତେବେଳେ ସେ ବକ୍ସିଂ ଆରମ୍ଭ କରିଥିଲେ ସେତେବେଳେ ସେ କୌଣସି ସାଥୀ ମହିଳା ବକ୍ସରଙ୍କୁ ପାଇ ନଥିଲେ ।

‘‘ଏହା ଏକ ପୁରୁଷ କୈନ୍ଦ୍ରିକ ଖେଳ ଅଟେ । ବକ୍ସିଂକୁ ପ୍ରାୟତଃ ଏକ ପୁରୁଷ ଖେଳ ବୋଲି ବିବେଚନା କରାଯାଏ । ତେଣୁ ପ୍ରଥମେ ଯେତେବେଳେ ମୁଁ ବକ୍ସିଂ ଆରମ୍ଭ କଲି, ମୋ ପାଇଁ ଏହା କଷ୍ଟସାଧ୍ୟ ଥିଲା । ମୋ ବ୍ୟତୀତ ଗୋଟିଏ କିମ୍ବା ଦୁଇଟି ଝିଅ ତାଲିମ ନେଉଥିଲେ ତେଣୁ ମତେ ପୁଅମାନଙ୍କ ସହିତ ତାଲିମ ନେବାକୁ ପଡିଲା । ତେଣୁ ମୁଁ କହିବାକୁ ଚାହେଁ ଯେ ବକ୍ସିଂ କେବଳ ପୁରୁଷଙ୍କ ଖେଳ ନୁହେଁ । ଯଦି ପୁରୁଷମାନେ ଖେଳିପାରିବେ, ତେବେ ମହିଳାମାନେ କାହିଁକି ଖେଳି ପାରିବେ ନାହିଁ,’’ ବୋଲି ସେ କହିଛନ୍ତି।

ମେରି ହେଉଛନ୍ତି ଏକମାତ୍ର ମହିଳା ବକ୍ସର ଯିଏକି ପ୍ରଥମ ସାତୋଟି ବିଶ୍ବ ଚାମ୍ପିଅନସିପ ମଧ୍ୟରୁ ପ୍ରତ୍ୟେକରେ ପଦକ ଜିତିଛନ୍ତି ଏବଂ ଏକମାତ୍ର ବକ୍ସର (ପୁରୁଷ କିମ୍ବା ମହିଳା) ଯିଏ ଆଠଟି ବିଶ୍ବ ଚାମ୍ପିଅନସିପ ପଦକ ଜିତିଛନ୍ତି । ଏଥି ମଧ୍ୟରୁ 6ଟି ସ୍ବର୍ଣ୍ଣ ପଦକ ରହିଛି ଯାହା ବିଶ୍ବ ଚାମ୍ପିଅନସିପରେ ଯେକୌଣସି ବକ୍ସରଙ୍କ ପାଇଁ ସର୍ବାଧିକ ।

@IANS

ABOUT THE AUTHOR

...view details