ଓଡିଶା

odisha

ETV Bharat / sports

WFI Elections: ଗୌହାଟୀ ହାଇକୋର୍ଟଙ୍କ ରହିତାଦେଶ, 11 ଜୁଲାଇରେ ହୋଇଥାନ୍ତା ନିର୍ବାଚନ - ଭାରତୀୟ କୁସ୍ତି ସଂଘ ନିର୍ବାଚନ

ତିନି ଥର ତାରିଖ ବଦଳିବା ପରେ ଭାରତୀୟ କୁସ୍ତି ସଂଘ ନିର୍ବାଚନ ଉପରେ ରହିତାଦେଶ ଲଗାଇଛନ୍ତି ଗୌହାଟୀ ଉଚ୍ଚ ନ୍ୟାୟାଳୟ । ଜୁଲାଇ 11ରେ ନିର୍ବାଚନ ହେବାର ଥିଲା । ଅଧିକ ପଢନ୍ତୁ

WFI Elections
ଗୁଆହାଟୀ ଉଚ୍ଚ ନ୍ୟାୟଳାୟଙ୍କ ରହିତାଦେଶ

By

Published : Jun 26, 2023, 8:28 AM IST

ନୂଆଦିଲ୍ଲୀ:ପ୍ରଥମେ ଜୁଲାଇ 4 ପରେ ଜୁଲାଇ 6କୁ ଘୁଞ୍ଚି ଘୁଞ୍ଚି ଭାରତୀୟ କୁସ୍ତି ସଂଘ ନିର୍ବାଚନଜୁଲାଇ 11 ତାରିଖରେ ହେବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ଏବେ ଡବ୍ଲୁଏଫଆଇ ନିର୍ବାଚନ ଉପରେ ଗୌହାଟୀ ଉଚ୍ଚ ନ୍ୟାୟାଳୟ ରହିତାଦେଶ ଜାରି କରିଛନ୍ତି । ଆସାମ କୁସ୍ତି ସଂଘ ପକ୍ଷରୁ ଦାୟର କରାଯାଇଥିବା ଏକ ଆବେଦନର ଶୁଣାଣି କରି ଗୌହାଟୀ ଉଚ୍ଚ ନ୍ୟାୟାଳୟ ଏହି ରହିତାଦେଶ ଜାରି କରିଛନ୍ତି ।

ଡବ୍ଲୁଏଫଆଇ, କୁସ୍ତି ପରିଚାଳନା ପାଇଁ ଗଠିତ ଭାରତୀୟ ଅଲମ୍ପିକ ଆସୋସିଏସନର ଅସ୍ଥାୟୀ କମିଟି ଓ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ବିପକ୍ଷରେ ଆସାମ କୁସ୍ତି ସଂଘ ଗୌହାଟୀ ଉଚ୍ଚ ନ୍ୟାୟାଳୟରେ ଉକ୍ତ ଆବେଦନ ଦାୟର କରିଛନ୍ତି । ଏଥିରେ ଆସାମ କୁସ୍ତି ସଂଘ ଦର୍ଶାଇଛି ଯେ 2014 ନଭେମ୍ବର 15ରେ ଉତ୍ତର ପ୍ରଦେଶର ଗୋଣ୍ଡାରେ ଡବ୍ଲୁଏଫଆଇର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଡବ୍ଲୁଏଫଆଇର କାର୍ଯ୍ୟକାରୀ କମିଟି ଆସାମ କୁସ୍ତି ସଂଘକୁ WFIର ସ୍ବୀକୃତିପ୍ରାପ୍ତ ସଂଘ ଭାବେ ଘୋଷଣା କରିଥିଲା । ତେଣୁ ଭାରତୀୟ କୁସ୍ତି ସଂଘ ନିର୍ବାଚନରେ ଆସମର 2ଟି ଭୋଟ ରହିବା କଥା । ହେଲେ ଆସନ୍ତା ନିର୍ବାଚନରେ ଆସାମର ଗୋଟିଏ ଭୋଟ ରହିଥିବା ଭାରତୀୟ ଅଲମ୍ପିକ ଆସୋସିଏସନର ଅସ୍ଥାୟୀ କମିଟି ଦର୍ଶାଇଛି ।

ଜୁଲାଇ 11 ତାରିଖରେ ନିର୍ବାଚନ ହେବାକୁ ତାରିଖ ସ୍ଥିର ହୋଇଥିଲା । ନାମାଙ୍କନ ଭରିବା ଶେଷ ତାରିଖ 25 ତାରିଖ ଥିଲା । 28ରୁ ଜୁନ 1 ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ସୀମା ଧାର୍ଯ୍ୟ ହୋଇଥିଲା । ଆବେଦନରେ କୁହାଯାଇଛି ଯେ ପର୍ଯ୍ୟନ୍ତ ତାଙ୍କ ସଂସ୍ଥାକୁ ବୈଧ୍ୟ ସ୍ବୀକୃତିପ୍ରାପ୍ତ ଡବ୍ଲୁଏଫଆଇ ମାନ୍ୟତା ନ ମିଳିଛି ସେବେ ଯାଏ ନିର୍ବାଚନ ସୂଚୀ ନେଇ ସେମାନଙ୍କ ପ୍ରତିନିଧି ନାମାଙ୍କନ କରିପାରିବେ ନାହିଁ ସେ ଯାଏ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରଖିବା ପାଇଁ ଆବେଦନ କରିଛନ୍ତି । ଏହାର ଶୁଣାଣି କରି ଗୌହାଟୀ ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ନିର୍ବାଚନ ହୋଇପାରିବ ନାହିଁ । ଆସନ୍ତା ଜୁଲାଇ 17ରେ ଏହାର ପରବର୍ତ୍ତୀ ଶୁଣାଣି ହେବ ।

ଏହା ବି ପଢନ୍ତୁ...ବୀରୁଙ୍କୁ ମିଳିପାରେ ଗୁରୁଦାୟିତ୍ବ, ଖୁବଶୀଘ୍ର ଘୋଷଣା କରିବ ବିସିସିଆଇ !

ଏହା ବି ପଢନ୍ତୁ...WFI Controversy: ବଢିଲା ବ୍ରିଜଭୂଷଣଙ୍କ ଅଡୁଆ, 1000 ପୃଷ୍ଠାର ଚାର୍ଜ୍‌ସିଟ୍‌ ଦାଖଲ

ପ୍ରକାଶଥାଉ କି, ବିବାଦ ଭିତରେ ଥିବା ଭାରତୀୟ କୁସ୍ତି ସଂଘ ନିର୍ବାଚନ ଉପରେ ଏବେ ରହିତାଦେଶ ଜାରି ହୋଇଛି । ସେପଟେ ଗତ ଜୁନ 15 ତାରିଖରେ ଭାରତୀୟ କୁସ୍ତି ମହାସଂଘ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ନାମରେ ଦିଲ୍ଲୀ ପୋଲିସ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ଅଭିଯୋଗରେ ଦିଲ୍ଲୀ ପୋଲିସ 1000 ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା । ଏହି ମାମଲାରେ ଆସନ୍ତା ଜୁଲାଇ 4ରେ ପରବର୍ତ୍ତୀ ଶୁଣାଣି ହେବ ।

ABOUT THE AUTHOR

...view details