ନୂଆଦିଲ୍ଲୀ: ଭାରତୀୟ ସେଲର ବିଷ୍ଣୁ ସରବାନନ ଲେଜର ଏସଟିଡି ସେଲିଂ ଇଭେଣ୍ଟରେ ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଏଥିସହ କେସି ଗଣପତି ଓ ବରୁଣ ଥକାର ଯୋଡି ମଧ୍ୟ ଗୁରୁବାର ଟୋକିଓ ଟିକେଟ ହାତେଇଛନ୍ତି ।
ଏନେଇ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ମୁସାନାହ ଚମ୍ପିଆନସିପରେ ସେଲିଂ ଇଭେଣ୍ଟରେ ଟୋକିଓ ଟିକେଟ ହାସଲ କରିଥିବା ବିଷ୍ଣୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ଭାରତୀୟ ଷ୍ଟାର ସେଲର ନେତ୍ରା କୁମାନନ ପ୍ରଥମ ମହିଳା ସେଲର ଭାବେ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ ।