ୱେଲିଂଟନ: ନ୍ୟୁଜିଲାଣ୍ଡ ରଗବିର ବଡ ଘୋଷଣା । ଜୁନ 13ରୁ ଆରମ୍ଭ ହେବାକୁ ଥିବା ମ୍ୟାଚରେ ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ ସଂପୂର୍ଣ୍ଣ ଅନୁମତି ରହିଛି । ମ୍ୟାଚ ଦେଖିବାକୁ ଦର୍ଶକଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ।
ନ୍ୟୁଜିଲାଣ୍ଡ ସୁପର ରଗବି: ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି, ବିଶ୍ବରେ ପ୍ରଥମ - Super Rugby organisers
ନ୍ୟୁଜିଲାଣ୍ଡ ସୁପର ରଗବି ଟୁର୍ଣ୍ଣାମେଣ୍ଟ, ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିବାରେ ବିଶ୍ବର ପ୍ରଥମ ଟୁର୍ଣ୍ଣାମେଣ୍ଟ ହୋଇଛି ।
ନ୍ୟୁଜିଲାଣ୍ଡ ସୁପର ରଗବି: ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି, ବିଶ୍ବରେ ପ୍ରଥମ
ଜୁନ 13 ଓ 14 ନ୍ୟୁଜିଲାଣ୍ଡର ଫୋଷ୍ଟେ ବାର୍ ଷ୍ଟାଡିୟମରେ ରଗବି ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି ।
ନ୍ୟୁଜିଲାଣ୍ଡରେ କୋରୋନା ସ୍ଥିତି ସ୍ବାଭାବିକ ହେବାରେ ଲାଗିଛି । କୋରୋନା ଭାଇରସର ପ୍ରଭାବ କମ ହୋଇଛି । ଫଳରେ ନ୍ୟୁଜିଲାଣ୍ଡ ସରକାର କୋରୋନା କଟକଣା ପ୍ରତ୍ୟାହାର କରିବାକୁ ଘୋଷଣା ପରେ, ନ୍ୟୁଜିଲାଣ୍ଡ ରଗବି ପକ୍ଷରୁ ଏହି ଘୋଷଣା କରାଯାଇଛି । ଏଥିସହିତ ନ୍ୟୁଜିଲାଣ୍ଡ ସୁପର ରଗବି ଟୁର୍ଣ୍ଣାମେଣ୍ଟ ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିବାରେ ବିଶ୍ବର ପ୍ରଥମ ଟୁର୍ଣ୍ଣାମେଣ୍ଟ ହୋଇଛି ।