ଓଡିଶା

odisha

ETV Bharat / sports

ରୌପ୍ୟ ପଦକ ହାସଲ ପରେ ବଲିଉଡରୁ ଆସିଲା ଶୁଭେଚ୍ଛା ବାର୍ତ୍ତା - ନିରୋଜଙ୍କ ଆଉ ଏକ ଇତିହାସ

ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ୮୮.୧୩ ମିଟର ଜାଭଲିନ ଫିଙ୍ଗି ରୌପ୍ୟ ପଦକ ଜିତିବା ପରେ ନିରୋଜ ଚୋପ୍ରାଙ୍କୁ ବଲିଉଡରୁ ଛୁଟିଛି ଶଭେଚ୍ଛାର ସୁଅ । ଅଧିକ ପଢନ୍ତୁ

ରୌପ୍ୟ ପଦକ ହାସଲ ପରେ ବଲିଉଡରୁ ଆସିଲା ଶୁଭେଚ୍ଛା ବାର୍ତ୍ତା
ରୌପ୍ୟ ପଦକ ହାସଲ ପରେ ବଲିଉଡରୁ ଆସିଲା ଶୁଭେଚ୍ଛା ବାର୍ତ୍ତା

By

Published : Jul 24, 2022, 10:12 PM IST

ହାଇଦ୍ରାବାଦ: ଇତିହାସ ରଚିଛନ୍ତି ଗୋଲ୍ଡେନ ବୟ । ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ଅଲମ୍ପିଆନ ନିରୋଜ ଚୋପ୍ରା ରୌପ୍ୟ ପଦକ ହାସଲ ପରେ ତାଙ୍କ ନିକଟରେ ବିଭିନ୍ନ ମହଲରୁ ଅଭିନନ୍ଦନ ବାର୍ତ୍ତା ପହଁଚିଛି । କେବଳ କ୍ରୀଡାପ୍ରେମୀ ନୁହଁନ୍ତି ବଲିଉଡ ମଧ୍ୟ ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛି ।

ବଲିଉଡ ଗାର୍ଲ ବେବୋ ଓରଫ କରୀନା କପୁର ନିରୋଜଙ୍କ ଏହି ସଫଳତା ପାଇଁ ତାଙ୍କୁ ଚିୟର ଅପ କରିଛନ୍ତି । କରୀନା କପୁର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରୀ ଅପଲୋଡ କରିଛନ୍ତି ଯେଉଁଥିରେ ନିରୋଜ ଚୋପ୍ରା ଭାରତୀୟ ପତକା ଧରି ଠିଆ ହୋଇଛନ୍ତି ।

ରୌପ୍ୟ ପଦକ ହାସଲ ପରେ ବଲିଉଡରୁ ଆସିଲା ଶୁଭେଚ୍ଛା ବାର୍ତ୍ତା

ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ମଧ୍ୟ ନିଜ ଇନଷ୍ଟା ଆକାଉଣ୍ଟରେ ଗୋଲ୍ଡେନ ବୟଙ୍କୁ ଶୁଭେଚ୍ଛା ଜଣାଇ ଷ୍ଟୋରୀ ଅପଲୋଡ କରି ଲେଖିଛନ୍ତି 'ଓରେଗନ ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ରୌପ୍ୟ ପଦକ ହାସଲ ନିରୋଜ ଚୋପ୍ରା ପୁଣି ଥରେ ଇତିହାସ ରଚିଛନ୍ତି, ଯାହା ଅତି ଉତ୍ତମ ଅଟେ' ।

କଙ୍ଗନା ରଣୱାତ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । କଙ୍ଗନା, ନିରୋଜଙ୍କ ଜାଭଲିନ ଥ୍ରୋ କରିବା ବେଳର ଭିଡିଓ ଜାରି କରି ତାଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି "ଭାରତର ଗୌରବ" ।

ରୌପ୍ୟ ପଦକ ହାସଲ ପରେ ବଲିଉଡରୁ ଆସିଲା ଶୁଭେଚ୍ଛା ବାର୍ତ୍ତା

ଅଭିନେତା ରାଜକୁମାର ରାଓ ତାଙ୍କ ଶୁଭେଚ୍ଛାରେ ଲେଖିଛନ୍ତି "ଦେଶ ପାଇଁ ଆଉ ଏକ ଚମ୍ପିଆନ ପଦକ, ଶୁଭେଚ୍ଛା ଭାଇ" ।

ରୌପ୍ୟ ପଦକ ହାସଲ ପରେ ବଲିଉଡରୁ ଆସିଲା ଶୁଭେଚ୍ଛା ବାର୍ତ୍ତା

ଭୂମି ପାଣ୍ଡେକର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିରୋଜଙ୍କ ଫୋଟ ଅପଲୋଡ କରି ସେଥିରେ ତାଳି ମାରିବା ଇମୋ ଦେଇ ଏକ ଷ୍ଟୋରୀ ଦେଇଛନ୍ତି ।

ସେହିପରି ରଣବୀର ସିଂହ ଜାତୀୟ ପତକା ଏବଂ ମୁଠି(ପାୱାର) ଇମୋ ଦେଇ ନିରୋଜ ଚୋପ୍ରାଙ୍କର ଏକ ଫୋଟ ଅପଲୋଡ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରୌପ୍ୟ ପଦକ ହାସଲ ପରେ ବଲିଉଡରୁ ଆସିଲା ଶୁଭେଚ୍ଛା ବାର୍ତ୍ତା

ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ୮୮.୧୩ ମିଟର ଜାଭଲିନ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି ନୀରଜ । ଅଞ୍ଜୁ ବବି ଜର୍ଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ପଦକ ଜିତିଲେ ନୀରଜ । ୨୦୦୩ରେ ପ୍ୟାରିସ୍‌ରେ ଅନୁଷ୍ଠିତ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନସିପରେ ଅଞ୍ଜୁ ଲଙ୍ଗ ଜମ୍ପରେ ବ୍ରୋଞ୍ଜ୍ ଜିତିଥିବା ବେଳେ ନୀରଜ ଜାଭଲିନ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି ।

ABOUT THE AUTHOR

...view details