ଓଡିଶା

odisha

ETV Bharat / sports

Hockey World Cup 2023: ଫ୍ରାନ୍ସକୁ ମ୍ୟାଚ୍‌ ଜିତାଇଲେ ଅଧିନାୟକ, ୨-୧ରେ ଦକ୍ଷିଣ ଆଫ୍ରିକା ପରାସ୍ତ - ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ଼ା ମୁକାବିଲା

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚକୁ ୨-୧ ଗୋଲରେ ଜିତି ନେଇଛି ଫ୍ରାନ୍ସ । ଉଭୟ ଦଳ ତୃତୀୟ କ୍ବାର୍ଟର ସୁଦ୍ଧା ୧-୧ରେ ବରାବର ରହିଥିଲେ । ଏହାପରେ ଫ୍ରାନ୍ସ ଅଧିନାୟକ ଚତୁର୍ଥ କ୍ବାର୍ଟରର ୫୬ ମିନିଟରେ ଦ୍ବିତୀୟ ଗୋଲ ଦେଇ ଦଳକୁ ବିଜୟ କରାଇଥିଲେ । ଅଧିକ ପଢ଼ନ୍ତୁ

ଦକ୍ଷିଣ ଆଫ୍ରିକାକୁ ହରାଇଲା ଫ୍ରାନ୍ସ
ଦକ୍ଷିଣ ଆଫ୍ରିକାକୁ ହରାଇଲା ଫ୍ରାନ୍ସ

By

Published : Jan 16, 2023, 8:29 PM IST

ଭୁବନେଶ୍ବର: ହକି ବିଶ୍ବକପ ୨୦୨୩ରେ ସୋମବାର ଲାଗିଥିବା ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଫ୍ରାନ୍ସ । ଏହି ମ୍ୟାଚ୍‌ରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିବାବେଳେ ଶେଷରେ ୨-୧ ଗୋଲରେ ବିଜୟ ଲାଭ କରିଛି ଫ୍ରାନ୍ସ । ତୃତୀୟ କ୍ବାର୍ଟର ଭିତରେ ଉଭୟ ଦଳ ୧-୧ ଗୋଲରେ ବରାବର ଥିବା ସତ୍ତ୍ବେ ଚତୁର୍ଥ କ୍ବାର୍ଟରରେ ଫ୍ରାନ୍ସ ଅଧିନାୟକ ଚାର୍‌ଲେଟ ଭିକ୍ଟରଙ୍କ ଦ୍ବିତୀୟ ଗୋଲ ବଳରେ ବିଜୟୀ ହୋଇଥିଲା ଫ୍ରାନ୍ସ ଦଳ । ଦକ୍ଷିଣ ଆଫ୍ରିକା ଦଳ ତରଫରୁ ବିଉଚାମ୍ପ କନ୍ନର ହିଁ ଏକମାତ୍ର ଗୋଲ କରିଥିଲେ ।

ଦକ୍ଷିଣ ଆଫ୍ରିକା ଓ ଫ୍ରାନ୍ସ ମଧ୍ୟରେ ଆଜିର ମ୍ୟାଚ୍‌ ସଙ୍ଘର୍ଷପୂର୍ଣ୍ଣ ରହିଥିଲା । ପ୍ରଥମ କ୍ବାର୍ଟରରୁ ହିଁ ଉଭୟ ଦଳ ମ୍ୟାଚ୍‌ରେ କଡ଼ା ପ୍ରଦର୍ଶନ କରିଥିଲେ । ଫ୍ରାନ୍ସ ଅଧିନାୟକ ଚାର୍‌ଲେଟ ଭିକ୍ଟର ପ୍ରଥମ କ୍ବାର୍ଟରରେ ୭ ମିନିଟରେ ମ୍ୟାଚ୍‌ର ପ୍ରଥମ ଗୋଲ ସ୍କୋର କରିଥିଲେ । ଜବାବରେ ପ୍ରଥମ କ୍ବାର୍ଟରରେ ହିଁ ଦକ୍ଷିଣ ଆଫ୍ରିକା ଦଳ ତରଫରୁ ବିଉଚାମ୍ପ କନ୍ନର ୧୫ ମିନିଟରେ ବିପକ୍ଷ ଦଳ ଉପରେ ଗୋଲ ସ୍କୋର କରିଥିଲେ । ଫଳରେ ଉଭୟ ଦଳ ୧-୧ରେ ବରାବର ସ୍ଥିତିରେ ରହିଥିଲେ ।

Hockey World Cup 2023

ଏହାପରେ ଦ୍ବିତୀୟ ଓ ତୃତୀୟ କ୍ବାର୍ଟରରେ ଉଭୟ ଦଳର ପ୍ରଦର୍ଶନ ବହୁତ ସଙ୍ଘର୍ଷପୂର୍ଣ୍ଣ ରହିଥିଲା । ଏଥିରେ କୌଣସି ଦଳ ମଧ୍ୟ ଗୋଲ ସ୍କୋର କରିପାରି ନଥିଲେ । ଫଳରେ ତୃତୀୟ କ୍ବାର୍ଟର ସୁଦ୍ଧା ଉଭୟ ଦଳ ୧-୧ରେ ବରାବର ସ୍ଥିତିରେ ରହିଥିଲେ । ତେଣୁ ନିର୍ଣ୍ଣାୟକ ଥିଲା ଶେଷ ତଥା ଚତୁର୍ଥ କ୍ବାର୍ଟର । ଏଥିରେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଫ୍ରାନ୍ସର କଡ଼ା ମୁକାବିଲା କରିଥିଲା । କିନ୍ତୁ ଶେଷରେ ୫୬ ମିନିଟରେ ଫ୍ରାନ୍ସ ଅଧିନାୟକ ଚାର୍‌ଲେଟ ଭିକ୍ଟର ଦ୍ବିତୀୟ ଗୋଲ ଦେଇ ଦଳକୁ ୨-୧ ଗୋଲରେ ବିଜୟ କରାଇଥିଲେ ।

Hockey World Cup 2023

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details