ଓଡିଶା

odisha

କୋରୋନା ଭାଇରସ: ସିଙ୍ଗାପୁର-ଜାପାଜିନ ଗ୍ରାଣ୍ଡ ପ୍ରିକ୍ସ ବାତିଲ

By

Published : Jun 12, 2020, 4:48 PM IST

ଫର୍ମୁଲା ୱାନ ପକ୍ଷରୁ ଏଜରବାଇଜନ 2020, ସିଙ୍ଗାପୁର ଗ୍ରାଣ୍ଡ ପ୍ରିକ୍ସ ଓ ଜାପାନିଜ ଗ୍ରାଣ୍ଡ ପ୍ରିକ୍ସ ବାତିଲ ଘୋଷଣା ହୋଇଛି ।

Formula 1: Azerbaijan, Singapore and japanise races cancelled
କୋରୋନା ଭାଇରସ: ସିଙ୍ଗାପୁର-ଜାପାଜିନ ଗ୍ରାଣ୍ଡ ପ୍ରିକ୍ସ ବାତିଲ

ପ୍ୟାରିସ୍: ମହାମାରୀ କୋରୋନା ଭାଇରସ ଯୋଗୁଁ ବାତିଲ ହୋଇଛି, ଏକାଧିକ ଫର୍ମୁଲା ୱାନ ଇଭେଣ୍ଟ । ଏଜରବାଇଜନ 2020, ସିଙ୍ଗାପୁର ଗ୍ରାଣ୍ଡ ପ୍ରିକ୍ସ ଓ ଜାପାନିଜ ଗ୍ରାଣ୍ଡ ପ୍ରିକ୍ସ ବାତିଲ ଘୋଷଣା ହୋଇଛି । ଏନେଇ ଫର୍ମୁଲା ୱାନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଚଳିତ ମାସରେ 2020 ସିଜିନର ପରିବର୍ତ୍ତିତ ସୂଚୀ ଘୋଷଣା ହୋଇଥଲା । ଜୁଲାଇରୁ ଅଷ୍ଟ୍ରିଆନ ଗ୍ରାଣ୍ଡ ପ୍ରିକ୍ସ ସହ ଫର୍ମୁଲା ୱାନ ସିଜିନ ଆରମ୍ଭ ନେଇ ଘୋଷଣା ହୋଇଥିଲା । ତେବେ 2020 ସିଜିନରେ ଏଜରବାଇଜନ, ସିଙ୍ଗାପୁର ଓ ଜାପାନିଜ ରେସ୍ ଆୟୋଜନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

ମହାମାରୀ କୋରୋନା ଭାଇରସ ଯୋଗୁଁ ଜାପାନରେ ବିମାନ କଟକଣା ଲାଗୁ ହୋଇଛି । ସୁରକ୍ଷା କାରଣରୁ ସିଙ୍ଗାପୁର ମଧ୍ୟ ଏହି ରେସ୍ ଇଭେଣ୍ଟ ଆୟୋଜନ ନେଇ ଅସମର୍ଥ ପ୍ରକାଶ କରିଛି ।

ABOUT THE AUTHOR

...view details