ନୂଆଦିଲ୍ଲୀ:ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ପୂର୍ବତନ ଅଧ୍ୟକ୍ଷ ଜ୍ୟାକ୍ସ ରୋଗଙ୍କ ପରଲୋକ ହୋଇଛି । ୭୯ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଅଲମ୍ପିକ ଅଧ୍ୟକ୍ଷ ସହ ସେ ଜଣେ କୁଶଳୀ ନୌଚାଳକ ଥିଲେ । ଏହାସହ ସେ ବେଲଜିୟମର ଜଣେ ରଗବୀ ଚମ୍ପିଆନ ଥିଲେ । ୧୯୬୮, ୧୯୭୨ ଓ ୧୯୭୬ ମସିହାରେ ଅଲମ୍ପିକ୍ସରେ ଭାଗ ନେଇ ନୌଚାଳନା ଇଭେଣ୍ଟରେ ଭାଗ ନେଇଥିଲେ ।
ଜଣେ ଆଥଲେଟ ଭାବେ ଅବସର ନେବାପରେ ସେ ଜ୍ୟାକ୍ସ ରୋଗ ବେଲଜିୟମ ଓ ୟୁରୋପିଓ ଅଲମ୍ପିକ ସମିତିର ଅଧ୍ୟକ୍ଷ ଦାୟିତ୍ବ ନେଇଥିଲେ । ଏହାପରେ ୨୦୦୧ ମସିହାରେ ସେ ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ଅଧ୍ୟକ୍ଷ ଦାୟିତ୍ବରେ ରହିଥିଲେ । ଏହାକୁ ନେଇ ଶୋକ ପ୍ରକାଶ କରିଛନ୍ତି ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ଅଧ୍ୟକ୍ଷ ଥୋମାସ ୱାକ୍ ।