ଭୁବନେଶ୍ବର: ମଜବୁତ ଓ ଶକ୍ତିଶାଳୀ ହେବ ଓଏଫସି । ଓଡିଶା ଏଫସିକୁ ତାର ନୂଆ ପ୍ରଶିକ୍ଷକ ମିଳିଛନ୍ତି । ସ୍ପେନର ସର୍ଜିଓ ଲୋବେରା ଓଡିଶା ଏଫସି ନୂଆ କୋଚ୍ ନିଯୁକ୍ତ ହୋଇଛନ୍ତି । ସର୍ଜିଓ ଲୋବେରାଙ୍କୁ ଦଳର ନୂଆ କୋଚ ଭାବେ ଘୋଷଣା କରିଛି ଓଡିଶା ଏଫସି । ସେ କ୍ଲବ ସହ 2 ବର୍ଷ ପାଇଁ ଚୁକ୍ତି କରିଛନ୍ତି । ପୂର୍ବରୁ ଲୋବେରା ଏଫସି ଗୋଆ ସହ 3 ବର୍ଷ କାର୍ଯ୍ୟ କରିଛନ୍ତି ।
ସ୍ପେନର ସର୍ଜିଓ ଲୋବେରା ତଥା ଓଡିଶା ଏଫସିର ନୂଆ କୋଚଙ୍କ ତତ୍ତ୍ବାବଧାନରେ ଓଡିଶା ଏଫସି ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଗତ ଆଇସିଏଲ ସିଜନରେ ଓଡିଶା ଏଫସି ପ୍ଲେ ଅଫରେ ପ୍ରବେଶ କରିଥିଲା । ହିରୋ ସୁପର କପ ଚମତ୍କାର ପ୍ରଦର୍ଶନ କରିବା ସହ ଟାଇଟଲ ଜିତିବା ସହ ଏଫସି କପ୍ ଗ୍ରୁପ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିଥିଲା । ଆଗାମୀ ଦିନରେ ସର୍ଜିଓ ଲୋବେରାଙ୍କ ମନ୍ତ୍ରରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି ।
ସୁପର କପ ବିଜେତା ଓଡିଶା ଫୁଟବଲ କ୍ଲବର ନୂଆ ପ୍ରଶିକ୍ଷକ 46 ବର୍ଷୀୟ ଲୋବେରା ପୂର୍ବରୁ ଆଇଏସଏଲ 4ଟି ସିଜନରେ କାମ କରି ସାରିଛନ୍ତି । ଯେଉଁଥିରେ ସେ ଗୋଆ ଓ ମୁମ୍ବାଇ ସିଟି ଏଫସି ଭଳି ଦଳର ପ୍ରଶିକ୍ଷଣ ଦାୟିତ୍ବ ତୁଲାଇଛନ୍ତି । ତାଙ୍କ ପ୍ରଶିକ୍ଷଣରେ ଓଡିଶା ଆଗାମୀ ସିଜନରେ ଆହୁରି ଉନ୍ନତ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି । 2017ରେ ଲୋବେରା ଏଫସି ଗୋଆ ଦଳର ଗୁରୁଦାୟିତ୍ବ ତୁଲାଇଥିଲେ । ତାଙ୍କ ସମୟରେ ଗୋଆ 3 ଥର ପ୍ଲେ ଅଫରେ ପ୍ରବେଶ କରିବା ସହ 2019ରେ ସୁପର କପ ବିଜେତା ହୋଇଥିଲା ।