ନୂଆଦିଲ୍ଲୀ: ଦୀର୍ଘ ଦିନର ଅସୁସ୍ଥତା ପରେ ଭାରତର ପୂର୍ବତନ ବକ୍ସର ତଥା ଏସୀୟ ଗେମ୍ସର ସ୍ବର୍ଣ୍ଣ ପଦକ ବିଜେତା ଡିଙ୍ଗକୋ ସିଂଙ୍କର ପରଲୋକ। ମୃତ୍ୟୁବେଳକୁ ତାଙ୍କୁ 42 ବର୍ଷ ବୟସ ହୋଇଥିଲା। ଭାରତ ସର୍ବୋତ୍ତମ ବକ୍ସରମାନଙ୍କ ମଧ୍ୟରୁ ଡିଙ୍ଗକୋ ଜଣେ, ସେ 1998 ବ୍ୟାଙ୍କକ ଏସୀୟ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।
ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ ଡିଙ୍ଗକୋଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି । ଭାରତରେ ଏହି କ୍ରୀଡା ପାଇଁ କ୍ରେଜ୍ ସୃଷ୍ଟି କରାଇଥିବା ବକ୍ସରଙ୍କୁ ସମବେଦନା ଜଣାଇଛନ୍ତି । ଏହାସହ ଶୋକ ସନ୍ତପ ପରିବାର ପ୍ରତି ସମବେଦନା ଜଣାଇଛନ୍ତି କ୍ରୀଡା ମନ୍ତ୍ରୀ । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, ‘ ସେ ଜଣେ ଉଲ୍ଲେଖନୀୟ ବକ୍ସର ଯିଏ ଅନେକ ପୁରସ୍କାର ଅର୍ଜନ କରିଥିଲେ ଏବଂ ବକ୍ସିଂର ଲୋକପ୍ରିୟତାକୁ ବଢାଇବାରେ ମଧ୍ୟ ସହଯୋଗ କରିଥିଲେ । ତାଙ୍କ ଦେହାନ୍ତରେ ଦୁଃଖିତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା ’ ।