ଓଡିଶା

odisha

ETV Bharat / sports

ଆମେରିକାରେ ଅସୁସ୍ଥ ଅଶୋକ ଦିୱାନ, ସହଯୋଗର ହାତ ବଢାଇଲେ ଭାରତ ସରକାର - କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ

ପୂର୍ବତନ ଭାରତୀୟ ହକି ଖେଳାଳି ଅଶୋକ ଦିୱାନଙ୍କୁ ତୁରନ୍ତ ସହଯୋଗର ହାତ ବଢାଇଛନ୍ତି ଭାରତ ସରକାର । 1975 ବିଶ୍ବକପ ବିଜୟୀ ହକି ଟିମ ଇଣ୍ଡିଆର ଖେଳାଳି ଅଶୋକ ଦିୱାନ କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁଙ୍କ ଦ୍ବାରା ଭାରତୀୟ ଅଲମ୍ପିକ କମିଟି ସଭାପତି ନରିନ୍ଦର ବାତ୍ରାଙ୍କ ସାହାଯ୍ୟ ଲୋଡିଥିଲେ ।

Former Hockey player Ashok Diwan to receive immediate medical attention
ଆମେରିକାରେ ଅସୁସ୍ଥ ଅଶୋକ ଦିୱାନ, ସହଯୋଗର ହାତ ବଢାଇଲେ ଭାରତ ସରକାର

By

Published : Apr 10, 2020, 10:55 AM IST

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ହକି ଖେଳାଳି ଅଶୋକ ଦିୱାନଙ୍କୁ ତୁରନ୍ତ ସହଯୋଗର ହାତ ବଢାଇଛନ୍ତି ଭାରତ ସରକାର । 1975 ବିଶ୍ବକପ ବିଜୟୀ ହକି ଟିମ ଇଣ୍ଡିଆର ଖେଳାଳି ଅଶୋକ ଦିୱାନ କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁଙ୍କ ଦ୍ବାରା ଭାରତୀୟ ଅଲମ୍ପିକ କମିଟି ସଭାପତି ନରିନ୍ଦର ବାତ୍ରାଙ୍କ ସାହାଯ୍ୟ ଲୋଡିଥିଲେ । ସେଠାରେ ସେ ଅସୁସ୍ଥ ଥିବା ମଧ୍ୟ ଜଣାଇଥିଲେ ।

ତେବେ ଭାରତର ଏହି ପୂର୍ବତନ ଅଲମ୍ପିକ ହକି ଖେଳାଳି ଅସୁବିଧାରେ ଥିବା ଜାଣି ଆକ୍ସନ ମୁଡରେ ଭାରତ ସରକାର । ଖୁବ ଶୀଘ୍ର ଆମେରିକାରେ ଜଣେ ଡାକ୍ତର ଦିୱାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ତାଙ୍କ ଘରେ ପହଞ୍ଚିବେ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ ।

ଏପ୍ରିଲ 20ରେ ଅଶୋକ ଭାରତ ଫେରିବାକୁ ସ୍ଥିର କରିଥିଲେ । ତେବେ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଭାରତ ସରକାର ଭାରତକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ କରିଛନ୍ତି । ଫଳରେ ଆମେରିକାରେ ଫସିଯାଇଛନ୍ତି ଭାରତୀୟ ହକି ଦଳରେ ଅଲମ୍ପିକ ପ୍ରତିନିଧିତ୍ବ କରିଥିବା ପୂର୍ବତନ ହକି ଖେଳାଳି ଅଶୋକ ଦିୱାନ ।

ABOUT THE AUTHOR

...view details