ଟୋକିଓ: ଶୁକ୍ରବାର ଠାରୁ ଆନୁଷ୍ଠାନିକ ଭାବେ ୨୦୨୦ ଟୋକିଓ ଅଲମ୍ପିକର ଶୁଭାରମ୍ଭ ହୋଇଛି ଯାହା ଅଗଷ୍ଟ ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଉ ସମସ୍ତଙ୍କ ପରି Tokyo Olympics କୁ ଅଧିକ ଆକର୍ଷଣୀୟ କରିବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ ଟ୍ବିଟର ମଧ୍ୟ ଲାଗି ପଡ଼ିଛି । ଟ୍ବିଟର ଚଳିତ ଅଲମ୍ପିକ ପାଇଁ ପ୍ରଥମ ଥର ବିଶ୍ବର ୩୦ଟି ଭାଷାରେ ଲଞ୍ଚ କରିଛି ଅଲମ୍ପିକ ଇମୋଜି ।
ଏହି ଇମୋଜି ଗୁଡ଼ିକ ମଧ୍ୟରେ ରହିଛି, ସ୍ବର୍ଣ୍ଣ, ରୌପ୍ୟ ଓ କାଂଶ୍ୟ ପଦକ, ଅଲମ୍ପିକ ଗେମ୍ସର ବିଭିନ୍ନ ଖେଳ ଓ ଏରି ମଧ୍ୟ ସ୍ଥାନ ପାଇଛି । ଯାହାକୁ ନେଇ କ୍ରୀଡ଼ା ପ୍ରେମୀ ମାନେ ଏବେ ବେଶ୍ ଖୁସି । କାରଣ ଏହି ସେମାନଙ୍କ ଟ୍ବିଟକୁ ଆହୁରି ଆକର୍ଷଣୀୟ କରିବ ଏହାଦ୍ବାରା ସେମାନେ ନିଜ ଖେଳାଳିଙ୍କୁ ମଧ୍ୟ ଉତ୍ସାହିତ କରିବେ ।