ନୂଆଦିଲ୍ଲୀ:ଭାରତୀୟ ବକ୍ସିଂ ସ୍କ୍ବାଡର 5 ସଦସ୍ୟ କୋରୋନା ପଜିଟିଭ । ଇସ୍ତାନବୁଲ, ତୁର୍କୀ ଗସ୍ତରେ ଥିବା ଭାରତୀୟ ବକ୍ସିଂ ଦଳର ଦୁଇ ବକ୍ସରଙ୍କ ସମେତ ଅନ୍ୟ ଦୁଇ ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ତେବେ ପଜିଟିଭ ରିପୋର୍ଟ ଆସିଥିବା ସମସ୍ତେ ଦ୍ବିତୀୟ କୋଭିଡ-19 ଟେଷ୍ଟ ରିପୋର୍ଟର ଅପେକ୍ଷାରେ ରହିଛନ୍ତି । ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ସେମାନେ ଭାରତ ଫେରିପାରିବେ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ରହିଛି, ସେମାନେ ଭାରତ ଫେରିଛନ୍ତି ।
ରାଜ୍ୟଗୋଷ୍ଠୀ କ୍ରୀଡା ଚମ୍ପିଆନ ଗୌରବ ସୋଲାଙ୍କି(57 କିଲୋଗ୍ରାମ), ବ୍ରିଜେଶ ଯାଦବ(81 କିଲୋଗ୍ରାମ) ଓ ଦୁର୍ଯ୍ୟୋଧନ ନେଗୀ(69 କିଲୋଗ୍ରାମ) ପଜିଟିଭ ଚିହ୍ନଟ ହୋଇଥିବା 5 ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି । ଏଥିସହ ଟିମ କୋଚ୍ ଧରମେନ୍ଦର ଯାଦବ, ଭିଡିଓ ଆନାଲିଷ୍ଟ ଓ ଫିଜିଓଥେରାପିଷ୍ଟ ମଧ୍ୟ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି ।