ହାଇଦ୍ରାବାଦ: ପ୍ରତିବର୍ଷ ଅଗଷ୍ଟ29 ତାରିଖ ଦିନ ପାଳନ କରାଯାଏ 'ଜାତୀୟ କ୍ରୀଡା ଦିବସ' । ତେବେ ଚଳିତ ବର୍ଷ କ୍ରୀଡା ଦିବସ ଦିନ 'ଫିଟ୍ ଇଣ୍ଡିଆ ମୁଭମେଣ୍ଟ' ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ କମ୍ପେକ୍ସରେ ଅଗଷ୍ଟ29 ତାରିଖ ଦିନ ମୋଦି ସକାଳ 9ଟାରେ ଲଞ୍ଚ କରିବେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@YASMinistry କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜ୍ଜୁ ସମସ୍ତଙ୍କୁ ଏହି ମୁଭମେଣ୍ଟରେ ଯୋଗ ଦେବାକୁ ନିମନ୍ତ୍ରଣ କରିବା ସହ ଫିଟ୍ ରହିବାର ପ୍ରତିଜ୍ଞା ନେବାକୁ କହିଛନ୍ତି ।
ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରେଜିଷ୍ଟର କରିବାକୁ ପଡିବ । ଯୁବ ଓ କ୍ରୀଡା ମନ୍ତ୍ରଳାୟ ପକ୍ଷରୁ ନିଜର ଅଫିସିଆଲ ଟ୍ବିଟର ପେଜ୍ରେ ରେଜିଷ୍ଟର ପାଇଁ ଲିଙ୍କ ସେୟାର କରାଯାଇଛି ।
ସୂଚନାଥାଉକି, ଆଜିର ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି ଯେ, ନିଜକୁ ଫିଟ ରଖିବା ଓ ଦେଶକୁ ଫିଟ ବନେଇବା । ଦେଶର ସମସ୍ତ ବର୍ଗ ତଥା ଶିଶୁ, ଯୁବ, ମହିଳା ଓ ବୟସ୍କଙ୍କ ପାଇଁ ଏହି 'ଫିଟ୍ ଇଣ୍ଡିଆ ମୁଭମେଣ୍ଟ'ର ଅଭିଯାନ ବହୁତ ରୋମାଞ୍ଚକର ହେବ । ଏହି ଅଭିଯାନ ସମ୍ବନ୍ଧରେ ସମ୍ପୂର୍ଣ୍ଣ ରୂପେ ଅଗଷ୍ଟ 29ତାରିଖ ଦିନ ଜାଣି ପାରିବେ । ମୋର ପ୍ରିୟ ଦେଶବାସୀ, 29 ଅଗଷ୍ଟ ଦିନ ଫିଟ୍ ଇଣ୍ଡିଆରେ ଆପଣମାନଙ୍କ ଅପେକ୍ଷାରେ ରହିଲା ।