ଭୁବନେଶ୍ବର: ଶେଷ ହୋଇଛି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା 2020 । ତେବେ ମାର୍ଚ୍ଚ 7ରୁ ଆରମ୍ଭ ହେବ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡା 2020 । ଜମ୍ମୁ କାଶ୍ମୀରର ଗୁଲମାର୍ଗ ଠାରେ ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଖେଳାଯିବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ । ଏହି ପ୍ରତିଯୋଗିତାରେ ଦେଶରୁ ପ୍ରାୟ 2000 କ୍ରୀଡାବିତ ଅଂଶଗ୍ରହଣ କରିବେ ।
ସ୍ଥାନୀୟ କିଟ ୟୁନିଭରସିଟିରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡାର ଉଦଯାପନୀ ଉତ୍ସବରେ ଅନ୍ୟତମ ଅତିଥିଭାବେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ । ଓଡିଶାର ଆୟୋଜନକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଭାରତ ସରକାରଙ୍କ ଯେଉଁ ଲକ୍ଷ ରହି ଥିଲା ତାହା ଖେଲୋ ଇଣ୍ଡିଆ ଗେମ ମାଧ୍ୟମରେ ପୁରାହେବାକୁ ଯାଉଥିବା ସେ କହିଛନ୍ତି ।