ଓଡିଶା

odisha

ETV Bharat / sports

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ ଆରମ୍ଭ

ଆରମ୍ଭ ହେଲା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ । ଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ଏହି ମେଗା ଇଭେଣ୍ଟର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଟ 159ଟି ୟୁନିଭରସିଟିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହେବ ଏହି ମହା ଲଢେଇ ।

Khelo India University games
ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ

By

Published : Feb 23, 2020, 2:52 AM IST

Updated : Feb 23, 2020, 3:53 AM IST

କଟକ: ଆରମ୍ଭ ହେଲା ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ । ଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ଏହି ମେଗା ଇଭେଣ୍ଟର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଟ 159ଟି ୟୁନିଭରସିଟିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହେବ ଲଢେଇ । ଯାହାକୁ ବେଶ ଉପଭୋଗ କରିବ ସାରା ରାଜ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ବିଶ୍ବବିଦ୍ୟାଳୟ କ୍ରୀଡାବିତଙ୍କୁ ନେଇ ଦେଶରେ ଏହି ମେଗା ସ୍ପୋର୍ଟସ ଇଭେଣ୍ଟ କ୍ରୀଡା ଜଗତ ପାଇଁ ଆଣିଛି ଏକ ନୂତନ ବିପ୍ଳବ । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ, କଟକରେ ଶୁଭାରମ୍ଭ ହୋଇଛି ଏହି ପ୍ରତିଯୋଗିତାର ପ୍ରଥମ ସଂସ୍କରଣ । ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଶାକୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଓଡିଶା ଦେଶରେ ଏକ ନିଆରା ସଫଳତାର ଅଧିକାରୀ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ଏହି ଗେମରୁ ଅଲମ୍ପିକ ରାସ୍ତା ସ୍ଥିର କରିବେ ଅନେକ ପ୍ରତିଯୋଗୀ । ଯାହାକି ଏହି ପ୍ରତିଯୋଗିତା ଆୟୋଜନର ଲକ୍ଷ୍ୟ ରହିଛି । ପ୍ରଥମ ଥର ପାଇଁ ଦେଶରେ ଆରମ୍ଭ ହୋଇଛି ଏହି କ୍ରୀଡା ପ୍ରତିଯୋଗିତା । ପ୍ରଥମେ ଖେଲୋ ଇଣ୍ଡିଆ ୟୁଥ ଗେମ, ପରେ ୟୁନିଭରସିଟି ଗେମ୍‌ ଯାହା ଦେଶ ପାଇଁ ଏକ ଗୌରବର କଥା । ଏହା ମାଧ୍ୟମରେ ଅନେକ ଯୁବ ପ୍ରତିଭା ସାମ୍ନାକୁ ଆସିବେ ଓ ଦେଶକୁ ଗୌରବାନ୍ବିତ କରିବେ କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରନ ରିଜିଜ୍ଜୁ ।

ଅନ୍ୟପଟେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଏହି ମେଗା ଇଭେଣ୍ଟ ଆରମ୍ଭ ହୋଇଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ଦିନରେ ଓଡିଶା ଯେପରି ଆହୁରି କ୍ରୀଡା ଦିଗରେ ଆଗକୁ ଯିବ, ସେନେଇ ସେ ଆଲୋଚନା କରିବେ କହିଛନ୍ତି।

ଦେଶର ପ୍ରମୁଖ ୟୁନିଭରସିଟିରୁ ଆସିଥିବା କ୍ରୀଡାବିତମାନେ ଇଣ୍ଡୋର ଷ୍ଟାଡିୟମରେ ଏପରି ଆୟୋଜନକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଆତିଥ୍ୟଠୁ ଆରମ୍ଭ କରି ସବୁ ଦିଗରେ ଆୟୋଜକ ଓଡିଶାର ଉଦ୍ୟମକୁ ପ୍ରଶଂସା କରିଛନ୍ତି କ୍ରୀଡାବିତ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 23, 2020, 3:53 AM IST

ABOUT THE AUTHOR

...view details