ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମହିଳା ହକି ଟିମ ମଧ୍ୟରେ ଖେଳାଯିବାକୁ ଥିବା FIH ପ୍ରୋ ଲିଗ ମ୍ୟାଚ୍ ବାତିଲ ହୋଇଛି । ଇଂଲିସ ଟିମର ଏକାଧିକ ସଦସ୍ୟ COVID-19 ସଂକ୍ରମିତ ହେବାପରେ ଏପ୍ରିଲ ୨ ଓ ୩ ତାରିଖରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପୂର୍ବରୁ ସ୍ଥଗିତ ରହିଥିଲା । ମାତ୍ର ଏହି ମ୍ୟାଚ୍କୁ ଏବେ ବାତିଲ ଘୋଷଣା କରାଯାଇଛି ।
FIH Pro League: ଇଂଲଣ୍ଡ ବିପକ୍ଷ ଭାରତୀୟ ମହିଳା ହକି ଟିମର ମ୍ୟାଚ୍ ବାତିଲ - ଇଂଲଣ୍ଡ ବନାମ ଭାରତ ହକି ମ୍ୟାଚ୍
ଭାରତ ଓ ଇଂଲଣ୍ଡ ମହିଳା ହକି ଟିମ ମଧ୍ୟରେ ଖେଳାଯିବାକୁ ଥିବା FIH ପ୍ରୋ ଲିଗ ମ୍ୟାଚ୍ ବାତିଲ ହୋଇଛି । ଇଂଲିସ ଟିମର ଏକାଧିକ ସଦସ୍ୟ COVID-19 ସଂକ୍ରମିତ ହେବାପରେ ଏପ୍ରିଲ ୨ ଓ ୩ ତାରିଖରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପୂର୍ବରୁ ସ୍ଥଗିତ ରହିଥିଲା । ଅଧିକ ପଢନ୍ତୁ
![FIH Pro League: ଇଂଲଣ୍ଡ ବିପକ୍ଷ ଭାରତୀୟ ମହିଳା ହକି ଟିମର ମ୍ୟାଚ୍ ବାତିଲ FIH Pro League matches between India and England women's team cancelled](https://etvbharatimages.akamaized.net/etvbharat/prod-images/768-512-14980792-thumbnail-3x2-fih.jpg)
FIH Pro League: ଇଂଲଣ୍ଡ ବିପକ୍ଷ ଭାରତୀୟ ମହିଳା ହକି ଟିମର ମ୍ୟାଚ୍ ବାତିଲ
ହକି ଇଣ୍ଡିଆ ପକ୍ଷରୁ ସମସ୍ତ ପ୍ରୟାସ ସତ୍ତ୍ବେ ଇଂଲଣ୍ଡ ହକି ଓ FIH ଏହି ମ୍ୟାଚ୍ ଭାରତରେ ପୁନଃନିର୍ଦ୍ଧାରିତ ପାଇଁ ତାରିଖ ସ୍ଥିର ହୋଇପାରିନଥିଲା । ଫଳରେ ଏହି ଦୁଇ ମ୍ୟାଚ୍ର ବିଜେତା ଭାରତକୁ ଘୋଷିତ କରାଯିବା ସହ ୬ ପଏଣ୍ଟ ମିଳିବାନେଇ ଦୁଇଦେଶ ଓ FIH ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଏନେଇ FIH ପକ୍ଷରୁ ଟ୍ବିଟ୍ ଯୋଗେଁ ଏହି ସୂଚନା ଦିଆଯାଇଛି । ଭାରତୀୟ ମହିଳା ଟିମ ବର୍ତ୍ତମାନ ଡିଫେଣ୍ଡିଂ ଚାମ୍ପିୟନ ନେଦରଲାଣ୍ଡସ ସହ FIH ପ୍ରୋ ଲିଗ୍ ଖେଳୁଛି । ଅଲମ୍ପିକ ହକି ଚାମ୍ପିୟନ କଳିଙ୍ଗ ହକି ଷ୍ଟାଡିୟମରେ ଭାରତ ଠାରୁ ପ୍ରଥମ ମ୍ୟାଚ୍ରେ ସୁଟଆଉଟ୍ରେ ପରାସ୍ତ ହୋଇଥିଲା ।
ANI
Last Updated : Apr 10, 2022, 9:48 PM IST