ଭୁବନେଶ୍ବର: ଚଳିତ FIH ପ୍ରୋ-ଲିଗ୍ରେ ଇଂଲଣ୍ଡକୁ ୩-୨ରେ ସଂଘର୍ଷପୂର୍ଣ୍ଣ ସୁଟ୍ଆଉଟ୍ରେ ହରାଇଲା ଭାରତ । ଏଥିସହ ବୋନସ ପଏଣ୍ଟ ମଧ୍ୟ ହାତେଇଛି ମେନ ଇନ୍ ବ୍ଲୁ । ଐତିହାସିକ କଳିଙ୍ଗ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ୩-୩ରେ ଶେଷ ହୋଇଥିଲା । ପରେ ସୁଟ୍ଆଉଟ୍ ମାଧ୍ୟମରେ ମ୍ୟାଚ୍ର ବିଜେତା ନିର୍ଣ୍ଣୟ କରାଯାଇଥିଲା । ଭାରତ ୩-୨ରେ ସୁଟ୍ଆଉଟ୍ରେ ବାଜିମାରି ନେଇଥିଲା । ଭେଟେରାନ ହରମନପ୍ରୀତ ସିଂ ପ୍ଲେଆର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ମ୍ୟାଚ୍ ଆରମ୍ଭରୁ ଉଭୟ ଟିମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଅଷ୍ଟମ ମିନିଟ୍ରେ ଇଂଲଣ୍ଡର ନିକୋଲାସ ବାନ୍ଦୁରକ ପ୍ରଥମ ଗୋଲ୍ କରି ଇଂଲଣ୍ଡକୁ ୧-୦ରେ ଆଗୁଆ କରାଇଥିଲେ । ତେବେ ପ୍ରଥମ କ୍ବାର୍ଟର ଶେଷ ହେବାର ଠିକ୍ ପୂର୍ବରୁ ୧୪ତମ ମିନିଟ୍ରେ ଅଭିଶେକ ଏକ ଦମଦାର ଗୋଲ୍ ସ୍କୋର କରିବା ପରେ ୧-୧ରେ ଉଭୟ ଟିମ ବରାବର ରହିଥିଲେ ।