ଓଡିଶା

odisha

By

Published : Jul 13, 2022, 10:40 AM IST

ETV Bharat / sports

ମହିଳା ହକି ବିଶ୍ବକପ, କାନାଡାକୁ ହରାଇଲା ଭାରତ

ମହିଳା ହକି ବିଶ୍ବକପରେ ଭାରତ ଓ କାନାଡା ମଧ୍ୟରେ ପୋଜିସନ ମ୍ୟାଚ ଅନୁଷ୍ଠିତ ହୋଇଛି । ଏଥିରେ ଭାରତ ଦମଦାର ବିଜୟ ହାସଲ କରିଛି । ଅଧିକ ପଢନ୍ତୁ

କାନାଡାକୁ ହରାଇଲା ଭାରତ
କାନାଡାକୁ ହରାଇଲା ଭାରତ

ତେରାସା: ମହିଳା ହକି ବିଶ୍ବକପରେ ଭାରତ ଓ କାନାଡା ମଧ୍ୟରେ ପୋଜିସନ ମ୍ୟାଚ ଅନୁଷ୍ଠିତ ହୋଇଛି । ଏଥିରେ ଭାରତ ଦମଦାର ବିଜୟ ହାସଲ କରିଛି । ସୁଟଆଉଟରେ କାନାଡାକୁ ପରାସ୍ତ କରିଛି ମହିଳା ହକି ଟିମ ।

ପ୍ରଥମ ମ୍ୟାଚ 1-1 ଗୋଲରେ ବରାବର ରହିଥିଲା । ଏହାପରେ ଭାରତ 3-2 ସୁଟ ଆଉଟ ଗୋଲରେ ବିଜୟ ହାସଲ କରି ନେଇଥିଲା । ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହୋଇଥିଲା । 11ତମ ମିନିଟରେ କାନାଡା ପ୍ରଥମ ଗୋଲ କରିଥିଲା । 58 ମିନିଟରେ ଭାରତ ଏହି ଗୋଲ ପରିଶୋଧ କରିଥିଲା । ଭାରତର ସଲିମା ଟେଟେ ଗୋଲ ଦେଇ ଦଳକୁ ପରାଜୟରୁ ରକ୍ଷା କରିଥିଲେ । ସୁଟ ଆଉଟରେ ଅଧିନାୟିକା ସବିତା ପୁନିଆ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । କ୍ବାର୍ଟର ପାଇଁ ହେବାକୁ ଥିବା କ୍ରସ ଓଭର ମ୍ୟାଚରେ ସ୍ପେନଠୁ ପରାସ୍ତ ହୋଇଥିଲା ଭାରତ । ପରବର୍ତ୍ତୀ ପୋଜିସନ ମ୍ୟାଚରେ ଜାପାନକୁ ଭେଟିବ ଭାରତ ।

ABOUT THE AUTHOR

...view details