କ୍ବାଲାଲୁମ୍ପୁର: ପୁରୁଷ ଜୁନିୟର ହକି ବିଶ୍ବକପରେ ଭାରତୀୟ ଦଳ ବିଜୟରୁ ଅଭିଯାନ କରି ସାରିଛି । ପ୍ରଥମ ମ୍ୟାଚରେ ଦକ୍ଷିଣ କୋରିଆକୁ 4-2 ଗୋଲରେ ପରାସ୍ତ କରି ବିଶ୍ବକପ ଅଭିଯାନ ଆରମ୍ଭ କରିଥିଲା ଉତ୍ତମ ସିଂଙ୍କ ନେତୃତ୍ବାଧୀନ ଭାରତୀୟ ହକି ଦଳ । ଆଜି(ଗୁରୁବାର) ଦ୍ବିତୀୟ ପୁଲ୍ ମ୍ୟାଚ୍ରେ ସ୍ପେନ୍ ବିପକ୍ଷରେ ଖେଳିବ ଭାରତ । ଏହି ମ୍ୟାଚ୍ରେ ଦ୍ବିତୀୟ ବିଜୟ ସହ କ୍ବାର୍ଟର ଫାଇନାଲକୁ ଉନ୍ନୀତ ପାଇଁ ଖେଳିବାକୁ ଲକ୍ଷ୍ୟ ରଖିଛି ଭାରତ । ସ୍ପେନ ବିପକ୍ଷରେ ଦଳକୁ ଆଟାକିଂ ମୁଡରେ ଖେଳିବାକୁ ହେବ ।
ଭାରତ ବନାମ ସ୍ପେନ ମୁକାବିଲା ଆଜି:କୋରିଆକୁ 4-2 ଗୋଲରେ ପରାସ୍ତ କରିଥିଲା ଭାରତ । ଏହି ମ୍ୟାଚରେ ଉପଅଧିନାୟର ଅରଇଜିତ ଦଳ ପାଇଁ ଶକ୍ତିଶାଳୀ ସାବ୍ୟସ୍ତ ହୋଇଥିଲେ । ସେ ହ୍ୟାଟ୍ରିକ ଗୋଲ କରିଥିଲେ । ଭାରତର ପ୍ରଥମ ବିଜୟ ସତ୍ତ୍ବେ ଦଳର କୋଚ ସି ଆର କୁମାର ସନ୍ତୁଷ୍ଟ ନାହାନ୍ତି । ଦଳକୁ ଆହରୁ ଭଲ ପ୍ରଦର୍ଶନ କରିବାକୁ ହେବ ବୋଲି କହିଛନ୍ତି । ଏହା ସହିତ ଅଜଥା ପେନାଲ୍ଟି କର୍ଣ୍ଣରକୁ ଅଣଦେଖା କରିବାକୁ ପଡ଼ିବ ବୋଲି କହିଛନ୍ତି । କୋରିଆ ବିପକ୍ଷରେ ଭାରତ ଆରମ୍ଭକୁ ଆଟାକିଂ ମୁଡ୍ରେ ଖେଳିଥିଲା । କୋରିଆ ବିପକ୍ଷରେ ଭାରତ ମାତ୍ର 2ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । ଆଜି ସ୍ପେନ ବିପକ୍ଷରେ ଭାରତକୁ ସତର୍କତାର ସହ ଖେଳିବାକୁ ହେବ । 2001 ଓ 2016ରେ ଦୁଇଥର ଟୁର୍ଣ୍ଣାମେଣ୍ଟ ଜିତିବା ପରେ ଚଳିତ ସଂସ୍କରଣରେ ଭାରତ ଚତୁର୍ଥ ପୋଡିୟମ ସ୍ଥାନ ସୁରକ୍ଷିତ କରିବାକୁ ପ୍ରୟାସ କରୁଛି । 1997ରେ ଇଂଲଣ୍ଡରେ ଭାରତ ରୌପ୍ୟ ପଦକ ଜିତିଥିଲା । ଏଥର ଭାରତ ଚମ୍ପିଆନ ହେବା ଲକ୍ଷ୍ୟରେ ରହିଛି । ଗତ ସଂସ୍କରଣରେ ପ୍ଲେ' ଅଫ୍ ମ୍ୟାଚରେ ଫ୍ରାନ୍ସଠୁ ପରାସ୍ତ ହୋଇ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା ।
ବେଲଜିୟମ ବନାମ ନ୍ୟୁଜିଲାଣ୍ଡ:ପୁଲ ଡି'ରେ ବେଲଜିୟମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ବେଲଜିୟମ । 4-0 ଗୋଲରେ ବିଜୟ ହାସଲ କରିଛି ବେଲଜିୟମ । ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଖାତା ଖୋଲି ପାରି ନଥିଲା ।