ଓଡିଶା

odisha

ରାତି ପାହିଲେ ଫିଫା ବିଶ୍ବକପ, ଚମ୍ପିଆନ୍‌ ହେବାକୁ ଲଢ଼ିବେ 32 ଟିମ୍‌

By

Published : Nov 19, 2022, 10:45 PM IST

ରାତି ପାହିଲେ ଆରମ୍ଭ ହେବ ଫିଫା ବିଶ୍ବକପ । କତାରରେ ଏହି ଫୁଟବଲ ମହାକୁମ୍ଭର ୨୦ ନଭେମ୍ବରରୁ ୨୦୨୨ରୁ ୧୮ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

ରାତି ପାହିଲା ଫିଫା ବିଶ୍ବକପ, ଭାଗ ନେବେ ୩୨ ଟି ଟିମ୍
ରାତି ପାହିଲା ଫିଫା ବିଶ୍ବକପ, ଭାଗ ନେବେ ୩୨ ଟି ଟିମ୍

ହାଇଦ୍ରାବାଦ: ରାତି ପାହିଲେ ଆରମ୍ଭ ହେବ ଫିଫା ବିଶ୍ବକପ । ଏଥିପାଇଁ ଆୟୋଜକ ଦେଶ କତାରରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । କତାରରେ ଏହି ଫୁଟବଲ ମହାକୁମ୍ଭର ୨୦ ନଭେମ୍ବରରୁ ୨୦୨୨ରୁ ୧୮ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲିବ । ଏନେଇ ଫୁଟବଲ ପ୍ରେମୀଙ୍କଠାରେ ଉତ୍କଣ୍ଠା ଖେଳିଯାଇଛି । ବିଶେଷ କରି ଏହି ମହାକୁମ୍ଭରେ ବିଶ୍ବର ଦୁଇ ଲୋକପ୍ରିୟ ଖେଳାଳି ଲିଓନେଲ୍‌ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡଙ୍କ ଉପରେ ରହିବ ।

ଏହି ମେଗା ଇଭେଣ୍ଟରେ ଡିଫେଣ୍ଡିଂ ଚମ୍ପିଆନ ଫ୍ରାନ୍ସ ସହିତ ୩୨ଟି ଟିମ୍ ଭାଗ ନେବେ । ଏହି ୩୨ ଟିମକୁ ୮ଟି ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରତି ଗ୍ରୁପରେ ୪ଟି ଦଳକୁ ସ୍ଥାନ ଦିଆଯାଇଛି । ଏଥିରେ 64ଟି ମ୍ୟାଚ୍ ୮ଟି ଷ୍ଟାଡିୟମରେ ଖେଳାଯିବ । ତେବେ ଆସନ୍ତାକାଲି(ରବିବାର) ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଏହାର ଉଦଘାଟନୀ ସମାରୋହ ପାଳନ କରାଯିବ । ସେପଟେ ଉପରାଷ୍ଟ୍ରପତି ଜଗଦୀପ ଧନକଡ ଏହାର ଉଦଘାଟନୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଓପନିଂ ସେରିମନି ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ ।

ତେବେ ଏହି ଉଦଘାଟନୀ ସମାରୋହରେ ବହୁ ପ୍ରତିଷ୍ଠିତ କଳାକାର ଯୋଗ ଦେବା ନେଇ ସୂଚନା ରହିଛି । ଯଦିଓ ଆୟୋଜକ ତରଫରୁ ସମସ୍ତଙ୍କ ନାମ ପ୍ରକାଶ କରାଯାଇନାହିଁ ହେଲେ ଦକ୍ଷିଣ ଆଫ୍ରିକାର ରକ୍ ବ୍ୟାଣ୍ଡ୍‌ BTSର ସଦସ୍ୟ ଜଙ୍ଗକୁକ୍‌ ଏହି ସମାରୋହରେ ଜଲୱା ଦେଖାଇବା ନେଇ ସୂଚନା ମିଳିଛି ।

ABOUT THE AUTHOR

...view details