ଦୋହା:ଚଳିତ କତାର ଫିଫା ବିଶ୍ବକପରେ ଆଜି ଦ୍ବିତୀୟ ସେମିଫାଇନାଲ ମୁକାବିଲା ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଓ ମରକ୍କୋ ପରସ୍ପରକୁ ଭେଟିବେ । ଇତିହାସ ରଚିବାକୁ ସେମିଫାଇନାଲ ଜିତିବାକୁ ପ୍ରୟାସ କରିବେ ଦୁଇଦଳ । ତେବେ ଜାଣନ୍ତୁ କିପରି କରିଛନ୍ତି ପ୍ରସ୍ତୁତି ।
ଗୋଟିଏ ପଟେ ଫ୍ରାନ୍ସ 2018 ଫାଇନାଲରେ ପ୍ରବେଶ କରିଥିବା ଫ୍ରାନ୍ସ ଲଗାତାର ଦ୍ବିତୀୟ ଥର ଫିଫା ଟ୍ରଫି ଜିତିବା ଜୋସରେ ପ୍ରସ୍ତୁତି କରିଛି । ସେପଟେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରି ପ୍ରଥମ ଦକ୍ଷିଣ ଆଫ୍ରିକୀୟ ଦେଶ ଭାବେ ମରକ୍କୋ ଇତିହାସ ରଚିଛି । ଫ୍ରାନ୍ସ ସପ୍ତମ ଥର ପାଇଁ ସେମିଫାଇନାଲ ଖେଳୁଛି । 1958, 1982 ଓ 1986ରେ ବିଶ୍ବକପ ସେମିଫାଇନାଲରେ ଫ୍ରାନ୍ସ ପରାସ୍ତ ହୋଇଥିଲା । 1998, 2006 ଓ 2018 ବିଶ୍ବକପ ସେମି ଫାଇନାଲରେ ଦଳ ବିଜୟୀ ହୋଇଥିଲା । 1998 ଓ 2018 ବିଶ୍ବକପରେ ଦଳ ଚମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । ଏବେ ଯାଏ ଫ୍ରାନ୍ସ 3 ଥର ଫାଇନାଲ ପ୍ରବେଶ କରିଛି । ଯଦି ଏଥର ଫ୍ରାନ୍ସ ଟ୍ରଫି ଜିତିବାରେ ସଫଳ ହେଉଛି ତେବେ ବ୍ରାଜିଲର ରେକର୍ଡ ସମ ହେବ।