ଓଡିଶା

odisha

ETV Bharat / sports

FIFA World Cup 2022: ଉଦଘାଟନୀ ମ୍ୟାଚ୍‌ରେ କତାର ଓ ଇକୁଏଡର ମୁହାଁମୁହିଁ

ଫିଫା ବିଶ୍ବକପ ଉଦଘାଟନୀ ମ୍ୟାଚ୍ ଗ୍ରୁପ ଏର ଟିମ୍ କତର ଓ ଇକୁଏଡର (Qatar vs Ecuador) ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ

Etv BharatFIFA World Cup 2022 : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ କତର ଓ ଇକ୍ବାଡୋର
Etv BharatFIFA World Cup 2022 : ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ କତର ଓ ଇକ୍ବାଡୋର

By

Published : Nov 20, 2022, 8:36 PM IST

କତାର: ଫିଫା ବିଶ୍ବକପ (FIFA World Cup 2022) ପାଇଁ ବାଜି ସାରିଛି ବିଗୁଲ । ଟାଇଟଲ ହାତେଇବା ପାଇଁ ମଇଦାନରେ ଲଢିବେ ୩୨ ଟିମ୍ । ଉଦଘାଟନୀ ମ୍ୟାଚ୍ ଗ୍ରୁପ ଏର ଟିମ୍ କତାର ଓ ଇକୁଏଡର (Qatar vs Ecuador) ମଧ୍ୟରେ ଖେଳାଯିବ । କତାରର ଅଲବୟାତ ଷ୍ଟାଡିୟମରେ ଫୁଟବଲ ମହାକୁମ୍ଭର ପ୍ରଥମ ମ୍ୟାଚ ଦେଖିବା ଲାଗି ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି ଫୁଟବଲ ପ୍ରେମୀ ।

କତର ଟିମ୍ ଫିଫା ରାଙ୍କିଙ୍ଗର ୫୦ ସ୍ଥାନରେ ରହିଥିବାବେଳେ, ଇକୁଏଡର ୪୪ ସ୍ଥାନରେ ରହିଛି । କତାର ଫୁଟବଲ ଟିମ୍ ବିଶ୍ବକପ ଭଳି ବଡ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ଭାଗ ନେଇଛି । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତିଦ୍ବନ୍ଦୀ ଦଳକୁ ମାତ୍ ଦେବା ପାଇଁ କତାର ଦୀର୍ଘ ଦିନ ଧରି ରଣନୀତି ପ୍ରସ୍ତୁତ କରିଛି । କତାର ଫୁଟବଲ ଟିମ୍ ବର୍ଷ ୨୦୧୯ ମସିହାରେ ଖେଳାଯାଇଥିବା ଏସିଆ କପ ଚମ୍ପିଆନ ହୋଇଥିଲା ।

ହେଡ ଟୁ ହେଡ

କତାର ଏବଂ ଇକୁଏଡର ମଧ୍ୟରେ ତିନି ଥର ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ ଖେଳାଯାଇଛି । ଏହି ରେକର୍ଡ ଉପରେ ନଜର ପକାଇଲେ କତାର ଫୁଟବଲ ଟିମର ପଲା ଭାରି ରହିଛି । ୧୯୯୬ ମସିହାରେ ଉଭୟ ଦଳ ପରସ୍ପର ବିପକ୍ଷରେ ଦୁଇ ଥର ମୁହାଁମୁହିଁ ହୋଇଥିଲେ । ପ୍ରଥମ ମ୍ୟାଚ ୧-୧ ପଏଣ୍ଟରେ ବରାବର ରହିଥିବାବେଳେ, ଦ୍ବିତୀୟ ମ୍ୟାଚରେ କତାର ୨-୧ ପଏଣ୍ଟରେ ଇକୁଏଡରକୁ ମାତ୍ ଦେଇଛି । ସେହିପରି ବର୍ଷ ୨୦୧୮ ରେ ଉଭୟ ଦଳ ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ କତାର ୪-୩ ପଏଣ୍ଟରେ ଇକୁଏଡରକୁ ପରାସ୍ତ କରିଥିଲା ।

ପୂର୍ବରୁ ୨୧ ଥର ଖେଳାଯାଇଥିବା ଫିଫା ବିଶ୍ବକପରେ ୧୩ ଥର ଆୟୋଜକ ଦେଶ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିପାରିଥିବାର ରେକର୍ଡ ରହିଛି । କତାର ବର୍ଷ ୨୦୧୯ରେ ଏସିଆ କପ ହାତେଇଥିଲା । ଫିଫା ବିଶ୍ବକପରେ କତାର ପ୍ରଥମ ଥର ପାଇଁ ଖେଳୁଛି । ସେହିପରି ଇକୁଏଡର ଫୁଟବଲ ଟିମ ଚତୁର୍ଥ ଥର ପାଇଁ ଫିଫା ବିଶ୍ବକପରେ ଭାଗ ନେଇଛି । ୨୦୦୨, ୨୦୦୬ ଓ ୨୦୧୪ ଫିଫା ବିଶ୍ବକପରେ ଭାଗ ନେବାର ଅଭିଜ୍ଞତା ରହିଛି ଇକୁଏଡର ପାଖରେ ।

ABOUT THE AUTHOR

...view details