ଓଡିଶା

odisha

ETV Bharat / sports

FIFA World Cup: ବିଜୟ ଲକ୍ଷ୍ୟରେ ମରକ୍କୋ-ସ୍ପେନ୍, ପର୍ତ୍ତୁଗାଲକୁ ଟକ୍କର ଦେବ ସ୍ୱିଜରଲାଣ୍ଡ - morocco vs spain

ଆଜି (ମଙ୍ଗଳବାର)ରେ ଦୁଇଟି ମ୍ୟାଚ ଖେଳାଯିବ । ଏହି ଫୁଟବଲ ମହାକୁମ୍ଭର ୫୫ ତମ ମ୍ୟାଚରେ ଆଜି ଭାରତୀୟ ସମୟ ରାତି ୮.୩୦ ରେ ସ୍ପେନ୍‌କୁ ଭେଟିଛି ମରକ୍କୋ । ସେହିପରି ୫୬ ତମ ମ୍ୟାଚରେ ମୁହାଁମୁହିଁ ହେବେ ପର୍ତ୍ତୁଗାଲ ବନାମ ସ୍ବିଜରଲାଣ୍ଡ । ଅଧିକ ପଢନ୍ତୁ

FIFA World Cup : ଆଜି ମୁହାଁମୁହିଁ ହେବେ ମରକ୍କୋ ସ୍ପେନ୍, ପର୍ତ୍ତୁଗାଲକୁ ଟକ୍କର ଦେବ ସ୍ବିଜରଲାଣ୍ଡ
FIFA World Cup : ଆଜି ମୁହାଁମୁହିଁ ହେବେ ମରକ୍କୋ ସ୍ପେନ୍, ପର୍ତ୍ତୁଗାଲକୁ ଟକ୍କର ଦେବ ସ୍ବିଜରଲାଣ୍ଡ

By

Published : Dec 6, 2022, 10:44 PM IST

ଦୋହା : ଫୁଟବଲ ମହାକୁମ୍ଭରେ ଜାରି ରହିଛି ଘୋମାଘୋଟ ଲଢେଇ । ଅନ୍ତିମ ଆଠଟି ଟିମ୍ କ୍ବାଟର ଫାଇନାଲରେ ପ୍ରବେଶ କରିବା ପାଇଁ ଜାରି ରଖିଛନ୍ତି କଡା ଟକ୍କର । ଆଜି ( ମଙ୍ଗଳବାର )ରେ ଦୁଇଟି ମ୍ୟାଚ ଖେଳାଯିବ । କତାରରେ ଜାରି ରହିଥିବା ଫିଫା ବିଶ୍ବକପରେ ଏହି ଦୁଇଟି ମ୍ୟାଚରେ କିଛି ସ୍ବତନ୍ତ୍ର ଦେଖିବାକୁ ମିଳିପାରେ ବୋଲି ଫୁଟବଲ ପ୍ରଶଂସକ ଆଶା ରଖିଛନ୍ତି । କାରଣ ଆଜି ମଇଦାନକୁ ଓହ୍ଲାଇବାକୁ ଥିବା ଚାରୋଟି ଟିମ୍ କ୍ବାଟର ଫାଇନାଲରେ ପ୍ରବେଶ କରିବା ପାଇଁ ଅପ୍ରାଣ ଉଦ୍ୟମ କରିବେ ।

ଏହି ଫୁଟବଲ ମହାକୁମ୍ଭର ୫୫ ତମ ମ୍ୟାଚରେ ଆଜି ଭାରତୀୟ ସମୟ ରାତି ୮.୩୦ ରେ ସ୍ପେନ୍‌କୁ ଭେଟିଛି ମରକ୍କୋ । ଏହି ମୁକାବିଲା ଏଜୁକେସନ ସିଟି ଷ୍ଟାଡିୟମ, ଅଲ ରେୟାନରେ ଖେଳାଯିବ । ସେହିପରି ୫୬ ତମ ମ୍ୟାଚରେ ମୁହାଁମୁହିଁ ହେବେ ପର୍ତ୍ତୁଗାଲ ବନାମ ସ୍ବିଜରଲାଣ୍ଡ । ଏହି ମ୍ୟାଚ ଭାରତୀୟ ସମୟ ରାତି ୧୨.୩୦ ରେ ଲୁସୈଲ ଆକୋନିକ୍ ଷ୍ଟାଡିୟମରେ ଖେଳାଯିବ ।

ସ୍ପେନ ବନାମ ମରକ୍କୋ

ଆଜିର ଗୁରୁତ୍ବପୂର୍ଣ୍ଣ ମ୍ୟାୟରେ ସ୍ପେନ୍ ମରକ୍କୋକୁ ପରାସ୍ତ କରି କ୍ବାଟରଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଫିଫା ବିଶ୍ବକପ ୨୦୨୨ରେ ସ୍ପେନ୍ ଏପର୍ଯ୍ୟନ୍ତ ନିଜର ଦବଦବା ଜାରି ରଖିଛି । ତେବେ ସ୍ପେନ୍ ପୂର୍ବରୁ ଯେଉଁ ରଣନୀତିରେ ଖେଳି ସେହି ରଣନୀତିରେ ଖେଳିବ ବୋଲି ଅନୁମାନ କରାଯାଉଛି । ସେପଟେ ମରକ୍କୋ ମଧ୍ୟ ସ୍ପେନ୍‌କୁ ମାତ୍ ଦେବା ଲକ୍ଷ୍ୟରେ ମଇଦାନରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବ । ମରକ୍କୋ କୋଚ୍ ୱାଲିଦ ରେଗରାଗୁଇଙ୍କୁ ଭରସା ରହିଛି କି ଦଳ ବିପକ୍ଷ ଟିମକୁ ଚାପରେ ରଖିବ । ମରକ୍କୋ ପାଖରେ ଏକ ମିଶ୍ରିତ ଟିମ୍ ରହିଛି ଯାହା ଆଜିର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ସ୍ପେନକୁ ଟକ୍କର ଦେବାରେ କ୍ଷମତା ରଖିବ ।

ପର୍ତ୍ତୁଗାଲ ବନାମ ସ୍ବିଜରଲାଣ୍ଡ

ଆଜିର ମ୍ୟାଚରେ ସମସ୍ତଙ୍କର ନଜର ଲୋକପ୍ରିୟ ଖେଳାଳି କ୍ରିଷ୍ଟିୟାନୋ ରୋନାଲ୍ଡଙ୍କ ଉପରେ ରହିବ । ପର୍ତ୍ତୁଗାଲର ଏହି ଲୋକପ୍ରିୟ ଖେଳାଳିଙ୍କ ବୟସ ତାଙ୍କୁ ସାଥ୍ ଦେଉନାହିଁ । ଏବେ ସେ ଷ୍ଟ୍ରାଇକର ଭାବରେ ତାଙ୍କର ଉତ୍ତମ ପ୍ରଦର୍ଶନ ନଜର ଆସୁନାହିଁ । ସେପଟେ କୋଚ୍ ଫର୍ନାଡୋ ସୈଟୋସଙ୍କୁ ଅନୁଯାୟୀ ମ୍ୟାଚ୍ ପୂର୍ବରୁ ଦଳରେ ଯଦି କୌଣସି ସମସ୍ୟା ଦେଖାଯାଏ ତାହେଲେ ରୋନାଲ୍ଡ ଆଜିର ମ୍ୟାଚ ଖେଳିନପାରନ୍ତି । ସେପଟେ ପର୍ତ୍ତୁଗାଲ ଅପେକ୍ଷା ସ୍ବିଜରଲାଣ୍ଡ ଦୁର୍ବଳ ରହିଥିଲେ ମଧ୍ୟ କ୍ବାଟରଫାଇନାଲରେ ପ୍ରବେଶ କରିବା ପାଇଁ ସ୍ବିଜରଲାଣ୍ଡ ଅପ୍ରାଣ ଚେଷ୍ଟା କରିବ ।

ABOUT THE AUTHOR

...view details