ଓଡିଶା

odisha

ETV Bharat / sports

FIFA World Cup: ଇଂଲଣ୍ଡ ସ୍ବପ୍ନ ଚୁନା କରି ସେମି ଫାଇନାଲରେ ଫ୍ରାନ୍ସ

କତାରରେ ଚାଲିଥିବା ଫିଫା ବିଶ୍ବକପରେ କ୍ବାର୍ଟର ପର୍ଯ୍ୟାୟ ଶେଷ ହୋଇଛି । 4ଟି ଦଳ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ଆର୍ଜେଣ୍ଟିନା, କ୍ରୋଏସିଆ, ମରକ୍କୋ ଓ ଫ୍ରାନ୍ସ ସେମି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଅଧିକ ପଢନ୍ତୁ

FIFA World Cup
ଇଂଲଣ୍ଡ ସ୍ବପ୍ନ ଚୁନା କରି ସେମି ଫାଇନାଲରେ ଫ୍ରାନ୍ସ

By

Published : Dec 11, 2022, 9:42 AM IST

ଦୋହା:କତାରର ମେଜବାନୀରେ ଚାଲିଥିବା ଫିଫା ବିଶ୍ବ କପରେ ଗତକାଲି (ଶନିବାର) ବିଳମ୍ବିତ ରାତିରେ ଚତୁର୍ଥ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯାଇଥିଲା । ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଏବଂ ଇଂଲଣ୍ଡ ପରସ୍ପରକୁ ଭେଟିଥିଲେ । ମ୍ୟାଚଟି ରୋମାଞ୍ଚକର ଥିଲା । ଫ୍ରାନ୍ସ ଦମଦାର ପ୍ରଦର୍ଶନ କରି ମ୍ୟାଚକୁ କବଜାରେ କରି ନେଇଛି । 2-1 ଗୋଲରେ ଇଂଲଣ୍ଡକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଦଳ । ପ୍ରଥମ ଥର ପାଇଁ ଇଂଲଣ୍ଡକୁ ବିଶ୍ବକପରେ ହରାଇଛି ଫ୍ରାନ୍ସ । ଏହା ପୂର୍ବରୁ 1966 ଏବଂ 1982ରେ ଇଂଲଣ୍ଡ ଫ୍ରାନ୍ସକୁ ହରାଇଥିଲା । ସେମିଫାଇନାଲ ମୁକାବିଲାରେ ମରକ୍କୋକୁ ଭେଟିବ ଫ୍ରାନ୍ସ । 14 ତାରିଖରେ ଖେଳାଯିବ ମ୍ୟାଚ । ପ୍ରଥମ ସେମିଫାଇନାଲ ମ୍ୟାଚ 13 ତାରିଖରେ ଆର୍ଜେଣ୍ଟିନା ଓ କ୍ରୋଏସିଆ ମଧ୍ୟରେ ଖେଳାଯିବ ।

ଆରମ୍ଭରୁ ଭଲ ଆରମ୍ଭ କରିଥିଲା ଫ୍ରାନ୍ସ । ସପ୍ତମ ମିନିଟରେ ଷ୍ଟାର ଷ୍ଟ୍ରାଇକର କେଲିଆନ ମବାପେ ଫ୍ରାନ୍ସ ପାଇଁ ସୁଯୋଗ ଆଣିଥିଲେ । 17ତମ ମିନିଟରେ ଫ୍ରାନ୍ସ ଗୋଲ କରିଥିଲା। ଏରୋଲିନ ଚୌମେନି ଏକ ଲଙ୍ଗ ରେଞ୍ଜ ସଟରେ ଗୋଲ କରି ଫ୍ରାନ୍ସକୁ ଆଗୁଆ କରିଥିଲେ । ଗୋଟଏ ଗୋଲ କରି ପ୍ରଥମାର୍ଦ୍ଧରେ ମ୍ୟାଚକୁ ନିଜ ସପକ୍ଷରେ ରଖିଥିଲା ଦଳ । ଦ୍ବିତୀୟାର୍ଦ୍ଧରେ ଇଂଲଣ୍ଡକୁ ପେନାଲ୍ଟି ମିଳିଥିଲା । ଇଂଲଣ୍ଡ ଅଧିନାୟକ ହ୍ୟାରି କେନ ଏହାକୁ ଗୋଲରେ ପରିଣତ କରିଥିଲେ । ଇଂଲଣ୍ଡ ଆକ୍ରମଣ ଆରମ୍ଭ କରି ଦେଇଥିଲା । ଫ୍ରାନ୍ସର ଫାଉଲରେ ଇଂଲଣ୍ଡକୁ ପେନାଲ୍ଟି ମିଳିଥିଲା । ଦ୍ବିତୀୟାର୍ଦ୍ଧରେ 1-1ରେ ମ୍ୟାଚ ସ୍ଥିତି ଥିଲା । ହ୍ୟାରୀଙ୍କ ଏହି ଗୋଲ ସହିତ ସେ ଇଂଲଣ୍ଡ ପାଇଁ ସବୁଠୁ ଅଧିକ 53 ଗୋଲ କରିଥିବା ଖେଳାଳି ହୋଇଥିଲେ । ହ୍ୟାରୀଙ୍କ ଏହି ପରିଶ୍ରମ ବୃଥା ଯାଇଥିଲା । ଜିରୁଡ 78 ମିନିଟରେ ଏଟୋନୀ ଗ୍ରିଜମେନଙ୍କ ପାସକୁ ଗୋଲ କରି ଫ୍ରାନ୍ସକୁ 2-1ରେ ଆଗୁଆ କରିଥିଲେ। ଇଂଲଣ୍ଡ ମ୍ୟାଚକୁ ଫେରିବାକୁ କସରତ କରିଥିଲା ହେଲେ ଆଉ ଫେରି ପାରି ନଥିଲା ।

ଏହା ବି ପଢନ୍ତୁ...FIFA World Cup: ସେମିରେ ମରକ୍କୋ, ବିଶ୍ୱକପରୁ ବିଦା ହେଲା ପର୍ତ୍ତୁଗାଲ

ଦୁଇ ଦଳ ମଧ୍ୟ କଡା ଟକ୍କର ହୋଇଥିଲା । ପ୍ରତି ମିନିଟରେ ମ୍ୟାଚ ବରାବର ସ୍ଥିତିରେ ଚାଲିଥିଲା । ମାତ୍ର ଫ୍ରାନ୍ସ ଗୋଲ କରି ଇଂଲଣ୍ଡ ହାତରୁ ମ୍ୟାଚ ଛଡାଇ ଆଣିଥିଲା। ସେପଟେ ପର୍ତ୍ତୁଗାଲକୁ ହରାଇ ସେମିରେ ସ୍ଥାନ ପକ୍କା କରିଛି ମରକ୍କୋ । 13 ତାରିଖରେ ଆର୍ଜେଣ୍ଟିନାକୁ ପ୍ରଥମ ସେମିରେ ଭେଟିବ ମରକ୍କୋ ।

ABOUT THE AUTHOR

...view details