ଓଡିଶା

odisha

ETV Bharat / sports

FIFA World Cup: ଇଂଲଣ୍ଡର ସ୍ବପ୍ନ ଚୂରମାର, ଅଧିନାୟକ କେନ୍‌ଙ୍କ ସମର୍ଥନରେ ବାହାରିଲେ ଦଳର ସଦସ୍ୟ - ହାରି କେନ

ଇଂଲଣ୍ଡର ଫିଫା ବିଶ୍ବକପ ସ୍ବପ୍ନ ଚୂରମାର ହୋଇଛି । ଏଥିପାଇଁ ଅଧିନାୟକ ହାରି କେନକୁ ସମାଲୋଚନା କରିଛନ୍ତି ସମର୍ଥକ। ଏଭଳି ସ୍ଥିତିରେ ହାରୀଙ୍କ ସମର୍ଥନରେ ବାହାରିଛି ଇଂଲଣ୍ଡ ଦଳ । ଅଧିକ ପଢନ୍ତୁ

FIFA World Cup: ଇଂଲଣ୍ଡର ସ୍ବପ୍ନ ଚୂରମାର, ଅଧିନାୟକକୁ ସମାଲୋଚନା ବଦଳରେ ସମର୍ଥନ
FIFA World Cup: ଇଂଲଣ୍ଡର ସ୍ବପ୍ନ ଚୂରମାର, ଅଧିନାୟକକୁ ସମାଲୋଚନା ବଦଳରେ ସମର୍ଥନ

By

Published : Dec 11, 2022, 4:27 PM IST

Updated : Dec 11, 2022, 6:05 PM IST

ହାଇଦ୍ରାବାଦ:ଇଂଲଣ୍ଡର ଫିଫା ବିଶ୍ବକପ ସ୍ବପ୍ନ ଚୂରମାର ହୋଇଛି । ଫିଫା ବିଶ୍ବକପ୍‌ 2022ର କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଫ୍ରାନ୍ସଠାରୁ ହାରିଛି ଇଂଲଣ୍ଡ । ଏହାପରେ କିଛି ସମର୍ଥକ ଓ ଫୁଟବଲ ବିଶେଷଜ୍ଞ ଅଧିନାୟକ ହାରି କେନଙ୍କୁ କଡ଼ା ସମାଲୋଚନା କରିଥିଲେ । ହେଲେ ଦଳ ଅଧିନାୟକ ହାରି କେନକୁ ସମାଲୋଚନା କରିବା ବଦଳରେ ସମର୍ଥନ କରିଛି ।

ଭାରତୀୟ ସମୟ ଶନିବାର ରାତିରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ ମ୍ୟାଚରେ ଫ୍ରାନ୍ସଠାରୁ ଇଂଲଣ୍ଡ ୨-୧ ଗୋଲରେ ପରାସ୍ତ ହୋଇଛି । ଏହା ସହିତ ଫିଫା ବିଶ୍ବକପ ୨୦୨୨ରେ ଇଂଲଣ୍ଡର ଯାତ୍ରା ସମାପ୍ତ ହୋଇଛି । ମ୍ୟାଚ୍‌ ଆରମ୍ଭରୁ ଉଭୟ ଦଳ ମଧ୍ୟରେ କଡା ଟକ୍କର ହୋଇଥିଲା । ହାରି କେନ ପ୍ରଥମ ପେନାଲ୍ଟିରେ ସୁଯୋଗର ଫାଇଦା ଉଠାଇ ଗୋଟିଏ ଗୋଲ୍‌ ଦେଇଥିଲେ । ଏହାପରେ ଫ୍ରାନ୍ସ ୨-୧ ଗୋଲରେ ଆଗୁଆ ରହିଥିଲା । ଖେଳ ଆରମ୍ଭର ୮୪ ମିନିଟରେ ଇଂଲଣ୍ଡ ପାଖରେ ଗୋଲ ବରାବର କରିବା ପାଇଁ ଏକ ସୁଯୋଗ ରହିଥିଲା । ହେଲେ ଏକ ପେନାଲ୍ଟିରେ ହାରି କେନଙ୍କ ସଟ୍ କ୍ରସ୍ ବାର ଉପର ଦେଇ ବାହାରକୁ ଚାଲିଯାଇଥିଲା । ଦ୍ବିତୀୟ ପେନାଲ୍ଟିରେ ଗୋଲ ଦେବାକୁ ବିଫଳ ରହିଥିଲେ ଇଂଲଣ୍ଡ ଅଧିନାୟକ ହାରି କେନ । ଯାହାର ପରିଣାମ ସ୍ବରୂପ ଦଳକୁ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ଇଂଲଣ୍ଡର ଫିଫା ବିଶ୍ବକପ ଟାଇଟଲ ହାସଲ କରିବା ଆଶା ଧୂଳିସାତ୍ ହୋଇଥିଲା । ଏଭଳି ଭୁଲ ନେଇ ହାରୀ ନିଜେ ମଧ୍ୟ ଚକିତ ଥିଲେ। । ଏହାପରେ ସେ ମୈଦାନରେ ହାରୀଙ୍କ ନିରାଶାଜନକ ଚେହେରା ସ୍ପଷ୍ଟ ଭାବରେ ଦେଖିବାକୁ ମଳିଥିଲା। ଏଭଳି ଏକ ସଟ୍‌କୁ ନେଇ ହାରି କେନଙ୍କୁ କଡ଼ା ସମାଲୋଚନା କରିଛନ୍ତି କ୍ରୀଡ଼ା ବିଶେଷଜ୍ଞ ଓ ପ୍ରଶଂସକ।

ଏଭଳି ସ୍ଥିତିରେ ଇଂଲଣ୍ଡ ଫୁଟବଲ୍‌ ଟିମର ଖେଳାଳି ଅଧିନାୟକ କେନ୍‌ଙ୍କୁ ସମର୍ଥନ କରିଛନ୍ତି। ଟିମ୍‌ର ସଦସ୍ୟ କହିଛନ୍ତି ଯେ, ଏଭଳି ସମାଲୋଚନା କରିବା କିଛି ଆବଶ୍ୟକ ନାହିଁ । କାରଣ ତାଙ୍କ ପାଇଁ ଟିମ୍ ଆଜି ଏହି ସ୍ତରରେ ପହଁଞ୍ଚିବାରେ ସଫଳ ହୋଇଛି । ଇଂଲଣ୍ଡର ମିଡ୍‌ଫିଲଡର ଜୋର୍ଡ଼ନ ହେଡରସନ କହିଛନ୍ତି, "ଆମେ ଜାଣିଛୁ ହାରି କେନ ପେନାଲ୍ଟିରେ ଆମ ପାଇଁ ଅନେକ ଗୋଲ୍‌ ସ୍କୋର୍‌ କରିଛନ୍ତି । ଏହି ମ୍ୟାଚରେ ପ୍ରଥମ ପେନାଲ୍ଟିରେ ଗୋଲ ହାରୀ ହିଁ ଦେଇଥିଲେ । କ୍ବାର୍ଟର ଫାଇନାଲରେ ପହଁଞ୍ଚିବାରେ ଅଧିନାୟକଙ୍କର ବିଶେଷ ଯୋଗଦାନ ରହିଛି । ସେ ଜଣେ ବିଶ୍ବ ସ୍ତରୀୟ ଷ୍ଟ୍ରାଇକର । ସେ ଇଂଲଣ୍ଡ ଫୁଟବଲ୍‌ ଟିମ୍‌ର ଉପଯୁକ୍ତ ଅଧିନାୟକ । ଯଦି ସେ ନଥିଲେ ଦଳ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିବା ମୁସ୍କିଲ୍‌ ହୋଇଥାଆନ୍ତା । ହାରି କେନ ଚଳିତ ବିଶ୍ବକପରେ ୫ଟି ମ୍ୟାଚରୁ ୨ଟି ଗୋଲ୍‌ ସ୍କୋର୍‌ କରିଛନ୍ତି।"

ଏ ବାବଦରେ ଇଂଲଣ୍ଡ ଫୁଟବଲ ଟିମର କୋଚ୍ ଗୈରେଥ ସାଉଥଗେଟ କହିଛନ୍ତି, "କେନ୍ ଦଳ ପାଇଁ ଅବିଶ୍ବସନୀୟ ପ୍ରଦର୍ଶନ କରିଥାଆନ୍ତି । ପେନାଲ୍ଟି ଭଳି ଗୁରୁତ୍ବପୂର୍ଣ୍ଣ ପରିସ୍ଥିତିରେ ସେ ହିଁ ଦଳର ଭରସାଯୋଗ୍ୟ ଖେଳାଳି ରହି ଆସିଛନ୍ତି।"

Last Updated : Dec 11, 2022, 6:05 PM IST

ABOUT THE AUTHOR

...view details