ଓଡିଶା

odisha

ETV Bharat / sports

FIFA World Cup : ଉଦଯାପନୀ ସମାରୋହରେ ନୁରା ଫତେହୀ ଦେଖାଇଲେ ଜଲୱା

କତାରରେ ଖେଳାଯାଉଥିବା ଫିଫା ବିଶ୍ବକପ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଛି । ତେବେ ଫିଫା ବିଶ୍ବକପ ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଅଧିକ ପଢନ୍ତୁ

FIFA World Cup : ଉଦଯାପନୀ ସମାରୋହରେ ନୁରା ଫତେଇ ଦେଖାଇବେ ଜଲୱା
FIFA World Cup : ଉଦଯାପନୀ ସମାରୋହରେ ନୁରା ଫତେଇ ଦେଖାଇବେ ଜଲୱା

By

Published : Dec 18, 2022, 9:11 PM IST

ହାଇଦ୍ରାବାଦ : କତାରରେ ଖେଳାଯାଉଥିବା ଫିଫା ବିଶ୍ବକପ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଛି । ଆଜି (ରବିବାର) ଫାଇନାଲମ୍ୟାଚରେ ମୁହାଁମୁହିଁ ହେବେ ଫ୍ରାନ୍ସ ଓ ଆର୍ଜେଣ୍ଟିନା । ଭାରତୀୟ ସମୟ ରାତି ୮:30ରେ ଆରମ୍ଭ ହୋଇଛି ମ୍ୟାଚ । ତେବେ ଫିଫା ବିଶ୍ବକପ ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିରେ ବହୁ ନାମୀଦାମୀ କଳାକାର ଏଥିରେ ତାଙ୍କର ଜଲୱା ଦେଖାଇଛନ୍ତି । ଭାରତ ପକ୍ଷରୁ ନୋରା ଫତେହୀ ତାଙ୍କର ପରଫରମେନ୍ସ ଦେଖାଇଛନ୍ତି ।

ଫିଫା ବିଶ୍ବକପର ଫାଇନାଲ ମ୍ୟାଚ ପୂର୍ବରୁ ଉଦଯାପନୀ ସମାରୋହର ଆୟୋଜନ ଲୁସେଲ ଷ୍ଟାଡିୟମରେ କରାଯାଇଛି । ଭାରତୀୟ ସମୟ ସନ୍ଧ୍ୟା ୬.୩୦ଟାରୁ ଏହି ସମାରୋହ ଆରମ୍ଭ ହୋଇଥିଲା । ଫିଫା ବିଶ୍ବକପ ୨୦୨୨ର କ୍ଲୋଜିଙ୍ଗ ସେରିମନୀ ଭାରତରେ ଷ୍ଟାର ସ୍ପୋର୍ଟସ ୧୮ ଚ୍ୟାନାଲରେ ଲାଇଭ ଦେଖୁଛନ୍ତି ଦର୍ଶକ । ଏହା ସହିତ ମୋବାଇଲ ଓ ଲାପଟପ ମାଧ୍ୟମରେ ଜିଓ ସିନେମା ଆପ ଦ୍ବାରା ଫ୍ରିରେ ଏହି ସେରିମନୀ ଦେଖି ପାରିବେ । ଏହି ସେରିମନୀ ପରେ ମ୍ୟାଚର ପ୍ରସାରଣ ଏହା ମାଧ୍ୟମରେ ଦେଖିପାରିବେ ।

ଫ୍ରାନ୍ସ ବର୍ଷ ୧୯୯୮ ଓ ୨୦୧୮ରେ ଫିଫା ବିଶ୍ବକପ ଟାଇଟଲ ହାତେଇଥିଲା । ସେହିପରି ୨୦୦୬ରେ ରନର୍ସଅପ ଥିଲା ଫ୍ରାନ୍ସ । ଫ୍ରାନ୍ସ ଫିଫା ବିଶ୍ବକପର ୨୧ ତମ ସଂସ୍କରଣରେ କ୍ରୋଏସିଆକୁ ଫାଇନାଲରେ ପରାସ୍ତ କରି ହୋଇଥିଲା ବିଶ୍ବ ଚମ୍ପିଆନ । ସେହିପରି ଆର୍ଜେଣ୍ଟିନା ବର୍ଷ ୧୯୭୮ ଓ ୧୯୮୬ ରେ ବିଶ୍ବକପ ହାତେଇଥିଲା । ତେବେ ୩୬ ବର୍ଷ ପରେ ଆର୍ଜେଣ୍ଟିନା ବିଶ୍ବକପ ଟାଇଟଲ ନିଜ ନାମରେ କରିବା ପାଇଁ ଅପ୍ରାଣ ଉଦ୍ୟମ କରିବ । ଫ୍ରାନ୍ସ ଓ ଆର୍ଜେଣ୍ଟିନା ଦୁଇଦୁଇ ଥର ବିଶ୍ବକପ ଟାଇଟଲ ହାତେଇ ସାରିଛନ୍ତି । ତେବେ ଫିଫା ବିଶ୍ବକପର ୨୨ ତମ ସଂସ୍କରଣର ଫାଇନାଲରେ ମୁକାବିଲାରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ ।

ଲୋକପ୍ରିୟ ଖେଳାଳି ଲିଓନେଲ ମେସିଙ୍କ ଦଳ ଆର୍ଜେଣ୍ଟିନା ଷଷ୍ଠ ଥର ପାଇଁ ଫାଇନାଲ ଖେଳିବ । ୬ ଥରରୁ ଆର୍ଜେଣ୍ଟିନା ୨ଥର ବିଶ୍ବ ବିଜେତା ହୋଇଛି । ସେହିପରି ବର୍ଷ ୨୦୧୪ରେ ଫାଇନାଲରେ ଜର୍ମାନୀ ଆର୍ଜେଣ୍ଟିନାକୁ ୧-୦ ଗୋଲରେ ମାତ ଦେଇଥିଲା । ଏହି ବ୍ୟତୀତ ଆର୍ଜେଣ୍ଟିନା ବର୍ଷ ୧୯୩୦, ୧୯୯୦, ୨୦୧୪ରେ ଉପବିଜେତା ରହିଥିଲା ।

ABOUT THE AUTHOR

...view details