ହାଇଦ୍ରାବାଦ: ଅନ୍ତିମ ପର୍ଯ୍ୟାୟର ପହଁଞ୍ଚିଛି ଫିଫା ବିଶ୍ବକପ ( FIFA World Cup ୨୦୨୨ ) । ଆଜି ପ୍ରଥମ ସେମିଫାଇନାଲ ମୁକାବିଲା ହେବ । ଫାଇନାଲ ଟିକଟ ହାତେଇବା ପାଇଁ ଉଭୟ ଦଳ ମଧ୍ୟରେ ହେବ କଡା ଟକ୍କର । ଭାରତୀୟ ସମୟ ଅନୁସାରେ ଡିସେମ୍ବର ୧୪ ତାରିଖରେ ରାତି ୧୨:୩୦ରେ ଖେଳାଯିବ । ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆର୍ଜେଣ୍ଟିନା ବନାମ କ୍ରୋଏସିଆ ମଧ୍ୟରେ ଖେଳାଯିବ । ଲୋକପ୍ରିୟ ଖେଳାଳି ଲିଓନେଲ ମେସିଙ୍କ (Lionel Messi) ଦଳ ଆର୍ଜେଣ୍ଟିନା ଚଳିତ ବିଶ୍ବକପରେ ବେଶ ଦବଦବା ଜାହିର କରିଛି । ସେମିଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ମେସି ତାଙ୍କର ଜଲୱା ଦେଖାଇବେ । ସେହିପରି କ୍ରୋଏସିଆର ଷ୍ଟାର ଖେଳାଳି ଲୁକା ମୋଡ୍ରିଚଙ୍କ (Luka Modric) ପ୍ରଦର୍ଶନ ଉପରେ ଦଳ ଭରସା କରିବ ।
କ୍ରୋଏସିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ସର୍ବଦା କଡା ଟକ୍କର ହୋଇଛି । ପରସ୍ପର ମଧ୍ୟରେ ଏପର୍ଯ୍ୟନ୍ତ ୫ ଟି ମ୍ୟାଚ୍ ଖେଳାଯାଇଛି । ଦୁଇଟି ମ୍ୟାଚ୍ ଆର୍ଜେଣ୍ଟିନା ଜିତି ଥିବା ବେଳେ ଦୁଇଟି ମ୍ୟାଚରେ କ୍ରୋଏସିଆ ବିଜୟୀ ହୋଇଛି । ବର୍ଷ ୧୯୯୪ ରେ ଉଭୟ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ । ଯାହା ଡ୍ର ହୋଇଥିଲା ।
ବିଶ୍ବକପ ପ୍ରଦର୍ଶନ ଉପରେ ନଜର ପକାଇଲେ ଉଭୟ ଦଳର ପଲ୍ଲା ଭାରି ରହିଛି । ବିଶ୍ବକପ ମୁକାବିଲା ଦୁଇ ଥର ପରସ୍ପର ସହିତ ମୁହାଁମୁହିଁ ହୋଇଛନ୍ତି । ଫଳାଫଳ ୧-୧ ତଥା ଉଭୟ ଗୋଟିଏ ଗୋଟିଏ ମ୍ୟାଚ୍ ଜିତିଛନ୍ତି । ବର୍ଷ ୧୯୯୮ ବିଶ୍ବକପରେ ଆର୍ଜେଣ୍ଟିନା କ୍ରୋଏସିଆକୁ ୧-୦ ଗୋଲରେ ପରାସ୍ତ କରିଥିଲା । ସେହିରି ୨୦୧୮ ବିଶ୍ବକପରେ କ୍ରୋଏସିଆ ୩-୦ ଗୋଲରେ ଆର୍ଜେଣ୍ଟିନାକୁ ପରାଜୟର ସ୍ବାଦ ଚଖାଇଥିଲା ।
ଆର୍ଜେଣ୍ଟିନାର ଟ୍ରମ୍ପକାର୍ଡ ମେସି