ଓଡିଶା

odisha

ETV Bharat / sports

FIFA World Cup: ଫାଇନାଲରେ ଆର୍ଜେଣ୍ଟିନା - ଆର୍ଜେଣ୍ଟିନା ବନାମ କ୍ରୋଏସିଆ ସେମି ଫାଇନାଲ ଫଳାଫଳ

ଅନ୍ତିମ ଚରଣରେ ଫିଫା ବିଶ୍ବକପ । ମଙ୍ଗଳବାର ବିଳମ୍ବିତ ରାତିରେ ଆର୍ଜେଣ୍ଟିନା ଓ କ୍ରୋଏସିଆ ମଧ୍ୟରେ ପ୍ରଥମ ସେମି ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଥିରେ କ୍ରୋଏସିଆର ସ୍ବପ୍ନକୁ ଚୁରମାର କରି ଏକ ଦମଦାର ବିଜୟ ସହ ଫାଇନାଲରେ ପ୍ରବେଶ କରି ଆର୍ଜେଣ୍ଟିନା । ଅଧିକ ପଢନ୍ତୁ

FIFA World Cup
ଫାଇନାଲରେ ଆର୍ଜେଣ୍ଟିନା

By

Published : Dec 14, 2022, 7:45 AM IST

ଦୋହା: କତାରରେ ଚାଲିଥିବା ଫିଫା ବିଶ୍ବକପ ଅନ୍ତିମ ଚରଣରେ ପହଞ୍ଚିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମୁକାବିଲାରେ ଜବରଦସ୍ତ ବିଜୟ ହାସଲ କରିଛି ଆର୍ଜେଣ୍ଟିନା । ବିପକ୍ଷ କ୍ରୋଏସିଆକୁ 3-0 ଗୋଲରେ ପରାସ୍ତ କରି ଷଷ୍ଠ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଆର୍ଜେଣ୍ଟିନା। ଏହି ବିଜୟ ସହ ପୂର୍ବ ପରାଜୟର ପ୍ରତିଶୋଧ ନେଇଛି ଲିଓନେଲ ମେସିଙ୍କ ଦଳ । 2014 ପରେ ପ୍ରଥମ ଥର ପାଇଁ ଫାଇନାଲରେ ସ୍ଥାନ ବନାଇଛି ଆର୍ଜେଣ୍ଟିନା । ଦ୍ବିତୀୟ ସେମି ଫାଇନାଲ ମୁକାବିଲାରେ ଆଜି (ବୁଧବାର) ଫ୍ରାନ୍ସ ଓ ମରକ୍କୋ ମଧ୍ୟରେ ଖେଳାଯିବ ।

ମ୍ୟାଚର ପ୍ରତିଟି ମୁହୂର୍ତ୍ତ ରୋମାଞ୍ଚକର ଥିଲା । ମ୍ୟାଚ ଆରମ୍ଭରୁ କ୍ରୋଏସିଆ ଶୃଙ୍ଖଳିତ ଆରମ୍ଭ କରିଥିଲା । ବଲକୁ ନିୟନ୍ତ୍ରଣରେ ରଖିଥିଲା । ଆର୍ଜେଣ୍ଟିନା ଗୋଲ କରି ଖାତା ଖୋଲିବାକୁ ସୁଯୋଗ ଖୋଜୁଥିଲା । ଲିଓନେଲ ମେସି ଓ ସାଥୀ ଖେଳାଳୀଙ୍କ ପ୍ରୟାସ ମଧ୍ୟ ଜାରି ରହିଥିଲା । ପ୍ରଥମ 30 ମିନିଟରେ ଉଭୟ ଦଳ ଗୋଟିଏ ଲେଖାଏଁ ପ୍ରୟାସ କରିଥିଲେ । 34 ମିନିଟରେ ଆର୍ଜେଣ୍ଟିନାର ଆଲଭାରେଜ କ୍ରୋଏସିଆ ରକ୍ଷକ ଭାଗ ପାର କରିଥିଲେ । ଏହି ସମୟରେ କ୍ରୋଏସିଆ ଗୋଲକିପର ଲିଭାଜୋଭିକ ତାଙ୍କୁ ଫାଉଲ ମାରିଥିଲେ । ଆର୍ଜେଣ୍ଟିନାକୁ ପେନାଲ୍ଟି ମିଳିଥିଲା । ଆର୍ଜେଣ୍ଟିନା ଆଗେଇଥିଲା । 39 ତମ ମିନିଟରେ ମେସିଙ୍କଠାରୁ ଏକ ପାସ ନେଇ ଆଲଭାରେଜ ଦ୍ରୁତ ଗତିରେ କ୍ରୋଏସିଆ ଗୋଲ ପୋଷ୍ଟକୁ ପଠାଇଥିଲେ । ଆର୍ଜେଣ୍ଟିନା 2-0ରେ ଆଗୁଆ ଥିଲା ।

ଦ୍ବିତୀୟାର୍ଦ୍ଧରେ କ୍ରୋଏସିଆ କମବ୍ୟାକ କରିଥିଲେ ବି କିଛି ଲାଭ ହୋଇ ନଥିଲା । ମ୍ୟାଚ ସମ୍ପୂର୍ଣ୍ଣ ଆର୍ଜେଣ୍ଟିନା ସପକ୍ଷରେ ରହିଥିଲା । 69ତମ ମିନିଟରେ ମେସି ସାଥୀ ଖେଳାଳିଙ୍କଠୁ ବଲ ପାଇବା ପରେ କ୍ରୋଏସିଆ ଖେଳାଳିଙ୍କୁ ଚକମା ଦେଇ ବସ୍କକୁ ପଠାଇଥିଲେ । ଏହି ସମୟରେ ଆଲଭାରେଜ ଚତୁରତାର ସହ ବଲ ନେଇ ଗୋଲପୋଷ୍ଟକୁ ପଠାଇ ତୃତୀୟ ଗୋଲ କରିଥିଲେ । ଏହାପରେ କ୍ରୋଏସିଆ ସ୍ବପ୍ନ ଚୁରମାର ହୋଇଥିଲା । ଫିଫା ବିଶ୍ୱକପରେ ଆର୍ଜେଣ୍ଟିନା ପକ୍ଷରୁ ମେସି ହେଉଛନ୍ତି ସର୍ବାଧିକ ଗୋଲ୍ ସ୍କୋରର । ଚଳିତ ବିଶ୍ୱକପରେ ୫ଟି ଗୋଲ୍ ସହ ଗୋଲଡେନ୍ ବୁଟ୍ ଦୌଡ଼ରେ ମେସି ରହିଛନ୍ତିସ ।

ଏହା ବି ପଢନ୍ତୁ...INDIAvsBAN 1st Test: WTC ଫାଇନାଲରେ ଜାଗା ବନାଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ

ଟ୍ରଫି ଟକ୍କରରେ ଆର୍ଜେଣ୍ଟିନା ସହ ଦ୍ବିତୀୟ ସେମି ଫାଇନାଲରେ ବିଜୟୀ ଦଳ ସହ ହେବ । ଦ୍ବିତୀୟ ସେମି ମୁକାବିଲାରେ ଫ୍ରାନ୍ସ ଓ ମରକ୍କୋ ମଧ୍ୟରୁ ଯେଉଁ ଦଳ ବିଜୟୀ ହେବ ସେ ଫାଇନାଲରେ ଆର୍ଜେଣ୍ଟିନା ସହ ଲଢେଇ କରିବ । ଆର୍ଜେଣ୍ଟିନା 5 ଥର ଫାଇନାଲରେ ବିଜୟ ହୋଇଛି ଏଥର ମଧ୍ୟ ଟ୍ରଫି ହାତେଇବା ଆଶାରେ ଅଛି ଆର୍ଜେଣ୍ଟିନା । 18 ଡିସେମ୍ବରରେ ଫାଇନାଲ ଫାଇଟ ହେବ । ଲିଓନେଲ ମେସିଙ୍କ ଏହି ମ୍ୟାଚ 26 ତମ ମ୍ୟାଚ ହେବା ସହ ବିଶ୍ବକପ ଇତିହାସରେ ସବୁଠୁ ଅଧିକ ମ୍ୟାଚ ଖେଳିଥିବା ଖେଳାଳି ହେବେ ମେସି ।

ABOUT THE AUTHOR

...view details