ଓଡିଶା

odisha

ETV Bharat / sports

FIFA World Cup : କ୍ବାର୍ଟରରେ ବ୍ରାଜିଲ-କ୍ରୋଏସିଆ, ବିଶ୍ବକପରୁ ବିଦା ଜାପାନ ଓ ଦକ୍ଷିଣ କୋରିଆ - ବ୍ରଜିଲ ବନାମ ଦକ୍ଷିଣ କୋରିଆ ମ୍ୟାଚ ଫଳାଫଳ

କାତାରରେ ଫିଫା ବିଶ୍ବକପ 2022 ଜାରି ରହିଛି । 16 ତମ ମ୍ୟାଚରେ ଦକ୍ଷିଣ କୋରିଆ ବିପକ୍ଷରେ ଏକତରଫା ବିଜୟ ହାସଲ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ବ୍ରାଜିଲ । ଅଧିକ ପଢନ୍ତୁ

FIFA World Cup
FIFA World Cup

By

Published : Dec 6, 2022, 8:43 AM IST

ଦୋହା:ଫିଫା ବିଶ୍ବକପ କ୍ବାର୍ଟରରେ ପ୍ରବେଶ କରିଛି 5ଥର ବିଶ୍ବ ଚମ୍ପିଅନ ବ୍ରାଜିଲ । ଦକ୍ଷିଣ କୋରିଆ ବିପକ୍ଷରେ ଏକତରଫା ବିଜୟ ହାସଲ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ବ୍ରାଜିଲ । ଭିନିସିଅସ ଜୁନିଅର, ନେୟମାର, ରିଚାରଲିସନ ଏବଂ ପାକ୍ୟୁଟେଙ୍କ ଦମଦାର ପ୍ରଦର୍ଶନ ବଳରେ ରାଉଣ୍ଡ 16 ମ୍ୟାଚରେ ଦକ୍ଷିଣ କୋରିଆକୁ 4-1 ଗୋଲରେ ପରାସ୍ତ କରିଛି ବ୍ରାଜିଲ । ସେପଟେ ଜାପାନକୁ ହରାଇ କ୍ବାର୍ଟରରେ ପ୍ରବେଶ କରିଛି କ୍ରୋଏସିଆ । ଏହାସହ ଫିଫା ବିଶ୍ବରେ ଜାପାନ ଓ ଦକ୍ଷିଣ କୋରିଆର ଅଭିଯାନ ଶେଷ ହୋଇଛି । ଆସନ୍ତା ୯ ତାରିଖରେ କ୍ୱାର୍ଟରରେ ମୁହାଁମୁହିଁ ହେବେ ବ୍ରାଜିଲ-କ୍ରୋଏସିଆ ।

ମ୍ୟାଚ ଆରମ୍ଭରୁ ଫୁଲ ଫର୍ମରେ ଥିଲା ବ୍ରାଜିଲ । ଖେଳ ଆରମ୍ଭର 7 ମିନିଟରେ ପ୍ରଥମ ଗୋଲ କରିଥିଲା ଦଳ । ଭିନିସିଅସ ଜୁନିଅର ପ୍ରଥମ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ । ଗୋଲ ପରିଶୋଧ ପାଇଁ ଦକ୍ଷିଣ କୋରିଆ ପ୍ରସ୍ତୁତ ହେଉଥିବା ବେଳେ ଆଉ ଏକ ଗୋଲ କରିଥିଲା ବ୍ରାଜିଲ । 13ତମ ମିନିଟରେ ବ୍ରାଜିଲକୁ ଏକ ପେନାଲ୍ଟି ମିଳିଥିଲା । ଷ୍ଟ୍ରାଇକର ନେୟମାର ଏହି ପେନାଲ୍ଟିକୁ ଗୋଲରେ ପରିଣତ କରିଥିଲେ । ଦଳ 2-0ରେ ଆଗୁଆ ଥିଲା । ଦକ୍ଷିଣ କୋରିଆ ମ୍ୟାଚକୁ ଫେରିବାକୁ ସଂଘର୍ଷ କରିଥିଲା ମାତ୍ର ବ୍ରାଜିଲ ଆକ୍ରମଣରେ ଦଳକୁ ସଫଳ ମିଳିନଥିଲା । 29ତମ ମିନିଟରେ ଆଉ ଏକ ଗୋଲ ଖାଇଥିଲା ଦକ୍ଷିଣ କୋରିଆ । ପ୍ରଥମ ଅଧଘଣ୍ଟା ଖେଳରେ ବ୍ରାଜିଲ 3-0ରେ ଆଗୁଆ ଥିଲା ।

36 ମିନିଟରେ ବ୍ରାଜିଲ ଆଉ ଏକ ଗୋଲ କରିଥିଲା । 4-0ରେ ଦଳ ଆଗୁଆ ରହି ବିଜୟ ପଥ ପରିଷ୍କାର କରିଥିଲା । ଦ୍ବିତୀୟାର୍ଦ୍ଧରେ ଦକ୍ଷିଣ କୋରିଆ ଏକ ଗୋଲ କରିଥିଲା ହେଲେ ଆଉ ମ୍ୟାଚକୁ ଫେରି ପାରିନଥିଲା । 76 ମିନିଟରେ ଦଳ ପାଇଁ ପ୍ରଥମ ଗୋଲ ମିଳିଥିଲା । ଫଳରେ 4-1ରେ ବିଜୟ ହାସଲ କରିଛି ବ୍ରାଜିଲ । ଏହାସହ ବିଶ୍ବକପରୁ ଦକ୍ଷିଣ କୋରିଆର ଅଭିଯାନ ଶେଷ ହୋଇଛି ।

ଏହା ବି ପଢନ୍ତୁ...FIFA World Cup : ଗୋଲଡେନ ବୁଟ ରେସରେ ଫ୍ରାନ୍ସ ଫୁଟବଲର କିଲିୟନ ଏମ୍ବାପେ

ଅନ୍ୟପଟେ ଜାପାନ ଓ କ୍ରୋଏସିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବିଜୟ ହାସଲ କରିଛି କ୍ରୋଏସିଆ । ରାଉଣ୍ଡ 16 ମୁକାବିଲାରେ 3-1 ପେନାଲ୍ଟି ସୁଟ ଆଉଟରେ ଜାପାନକୁ ହରାଇ କ୍ବାର୍ଟରରେ ପ୍ରବେଶ କରିଛି । ନିର୍ଦ୍ଧାରିତ ସମୟରେ 1-1ଗୋଲରେ ବରାବର ଥିଲା । ପେନାଲ୍ଟି ସୁଟ ଆଉଟରେ ବାଜି ମାରି ନେଇଥିଲା କ୍ରୋଏସିଆ । ଏହାସହିତ ବିଶ୍ବକପରୁ ବିଦା ହୋଇଛି ଜାପାନ ।

ABOUT THE AUTHOR

...view details