ଭୁବନେଶ୍ବର:ଆୟୋଜକ ଭାରତ ଶୁକ୍ରବାର ଭୁବନେଶ୍ବରରେ ଖେଳାଯାଇଥିବା ମ୍ୟାଚ୍ର ଦ୍ବିତୀୟାର୍ଦ୍ଧରେ ୩ଟି ଗୋଲ୍ ହରାଇବା ଫଳରେ ଗ୍ରୁପ ଏ'ରେ ନିଜର ଦ୍ବିତୀୟ ମ୍ୟାଚ୍ରେ ମରକ୍କୋ(MOROCCO) ଠାରୁ ୦-୩ରେ ପରାସ୍ତ ହୋଇଛି । ଏହି ପରାଜୟ ସହିତ ଟିମର ଫିଫା ମହିଳା ୧୭ ବର୍ଷରୁ କମ ବିଶ୍ବକପ ଟ୍ରଫି ଦୌଡରୁ (FIFA U-17 Women's World Cup) ବାଦ୍ ପଡିଛି । ଡେବ୍ୟୁ କରିଥିବା ମରକ୍କୋ ପାଇଁ ଏଲ ମଦାନୀ ୫୦ତମ ମିନିଟ୍ରେ, ଜସ୍ମିନ ଜୋହେର ୬୧ତମ ମିନିଟ୍ରେ ଓ ଚେରିଫ ଜେନାହ ୯୦+୧ ମିନିଟ୍ରେ ଗୋଲ୍ ସ୍କୋର୍ କରିଥିଲେ । ଏହା ସହାୟତାରେ ଟିମ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି ।
ଭାରତ ମଧ୍ୟ ଆୟୋଜକ ଦେଶ ପାଇଁ ଯୋଗ୍ୟତା ଅର୍ଜନ କରି ପ୍ରଥମ ଥର ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଛି । ଘରୋଇ ଟିମ ମଙ୍ଗଳବାର ନିଜର ପ୍ରଥମ ମ୍ୟାଚ୍ରେ ଆମେରିକା ଠାରୁ ୦-୮ରେ ପରାଜିତ ହୋଇଥିଲା । ଏବେ ଭାରତୀୟ ଟିମର ସାମ୍ନା ୧୭ ଅକ୍ଟୋବରକୁ ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ବ୍ରାଜିଲ୍ ସହ ହେବ । ମରକ୍କୋ ଏବେ ବି କ୍ବାର୍ଟର-ଫାଇନାଲ ରେସ୍ରେ ରହିଛି କାରଣ ଏହାର ଏବେ ୩ ପଏଣ୍ଟ ହୋଇସାରିଛି ।