ଓଡିଶା

odisha

By ETV Bharat Odisha Team

Published : Oct 31, 2023, 8:31 AM IST

ETV Bharat / sports

World Cup Final Kiss Row: ଲୁଇସ ରୁବେଲ୍ସଙ୍କୁ 3 ବର୍ଷ ବାସନ୍ଦ କଲା ଫିଫା

ଫୁଟବଲ ଖେଳାଳିଙ୍କୁ ଚୁମ୍ବନ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲା ଫିଫା। ଲୁଇସ ରୁବେଲ୍ସଙ୍କୁ 3 ବର୍ଷ ବାସନ୍ଦ। ଅଧିକ ପଢନ୍ତୁ

FIFA bans Luis Rubiales
FIFA bans Luis Rubiales

ଜେନେଭା: ମହଙ୍ଗା ପଡିଲା ମହିଳା ଫୁଟବଲ ଖେଳାଳିଙ୍କୁ ଚୁମ୍ବନ ଦେବା । ସ୍ପେନ୍‌ ଫୁଟବଲ ମୁଖ୍ୟ ଲୁଇସ ରୁବେଲ୍ସଙ୍କୁ ଫିଫା 3 ବର୍ଷ ପାଇଁ ବାସନ୍ଦ କରିଛି । ଫୁଟବଲ ସମ୍ପର୍କିତ କୌଣସି ମ୍ୟାଚରେ ତିନି ବର୍ଷ ପର୍ଯ୍ୟନ୍ତ ସାମିଲ ହୋଇପାରିବେନି ରୁବେନ୍ସ । ଫିଫାର ଶୃଙ୍ଖଳାଗତ ଧାରା 13କୁ ଅବମାନନା କରିଥିବାରୁ ରୁବେନ୍ସଙ୍କ ବିରୋଧରେ ସୋମବାର ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଫିଫା।

ଏହା ମଧ୍ୟ ପଢନ୍ତୁ-World Cup Final Kiss Row: ସ୍ପେନ ଫୁଟବଲ ମୁଖ୍ୟଙ୍କୁ ନିଲମ୍ବନ କଲା ଫିଫା

ଗତ ଅଗଷ୍ଟ 20 ତାରିଖରେ ଅଷ୍ଟ୍ରେଲିଆର ସିଡ୍‌ନୀରେ ଫିଫା ମହିଳା ଫୁଟବଲ ବିଶ୍ବକପ୍‌ 2023 ଫାଇନାଲ ଖେଳାଯାଇଥିଲା । ଫାଇନାଲ ଫାଇଟରେ ଇଂଲଣ୍ଡ ଓ ସ୍ପେନ୍‌ ମୁହାଁମୁହିଁ ହୋଇଥିଲେ । ଇଂଲଣ୍ଡକୁ 1-0 ଗୋଲରେ ପରାସ୍ତ କରି ବିଜୟୀ ହୋଇଥିଲା ସ୍ପେନ୍‌ ମହିଳା ଫୁଟବଲ ଟିମ । ଏହି ବିଜୟ ପରେ ପୁରା ଟିମ୍‌ର ସେଲିବ୍ରେସନ୍‌ ମାହୋଲ ଥିଲା । ସ୍ପେନ୍‌ ଦଳକୁ ପୁରସ୍କାର ପ୍ରଦାନ ସମାରୋହରେ ନିଜ ଦେଶର ମହିଳା ଫୁଟବଲ ଖେଳାଳି ଜେନ୍ନି ହରମୋସାଙ୍କୁ ଚୁମ୍ବନ ଦେଇଥିଲେ ସ୍ପେନ୍‌ ଫୁଟବଲ ମୁଖ୍ୟ ଲୁଇସ୍‌ ରୁବେଲ୍ସ । ଚୁମ୍ବନ ବିବାଦ ନେଇ ଲୁଇସ ରୁବେଲ୍ସଙ୍କ ବିରୋଧରେ ବିଦ୍ରୋହର ସ୍ୱର ଉଠିଥିଲା । ସ୍ପେନ୍‌ର 81ଜଣ ମହିଳା ଖେଳାଳି ଏକାଠୀ ହୋଇଥିଲେ । ଲୁଇସ୍‌ ରୁବେଲ୍ସଙ୍କୁ ନିଲମ୍ବନ କରାନଗଲେ ଦେଶ ପାଇଁ ଆଉ ଖେଳିବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ବିବାଦ ଘନେଇବାରୁ ପ୍ରଥମେ ତାଙ୍କୁ ଫିଫା ନିଲମ୍ବନ କରିଥିଲା । 90ଦିନ ପାଇଁ ସାମୟିକ ଭାବେ ନିଲମ୍ବିତ ହୋଇଥିବା ବେଳେ ଲୁଇସ୍‌ ଶେଷରେ ଇସ୍ତଫା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ମହିଳା ଫୁଟବଲ ଖେଳାଳିଙ୍କୁ ଚୁମ୍ବନ ମାମଲା, ସ୍ପେନ ଫୁଟବଲ ମୁଖ୍ୟ ଲୁଇସଙ୍କ ଇସ୍ତଫା

ଲୁଇସ୍‌ ତାଙ୍କ ଇସ୍ତଫା ପତ୍ରକୁ କାମଚଳା ସଭାପତିଙ୍କ ନକଟକୁ ପଠାଇଥିଲେ । ଏହାପରେ ସ୍ପେନ୍‌ ହାଇକୋର୍ଟରେ ଲୁଇସଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଥିଲା । ଇସ୍ତଫା ଦେଇଥିଲେ ବି ଉକ୍ତ ଘଟଣାକୁ ନେଇ ସେ ଅନୁତାପ କରିନଥିଲେ । ସେ ତାଙ୍କ ସମ୍ମାନ ପାଇଁ ଶେଷ ଯାଏଁ ଲଢିବେ ଏବଂ ସତ୍ୟ ଉପରେ ଭରସା ଅଛି ବୋଲି ମତ ରଖିଥିଲେ । ଶେଷରେ ଗତକାଲି ଫିଫା ତାଙ୍କୁ ତିନି ବର୍ଷ ପାଇଁ ସମସ୍ତ ମ୍ୟାଚରୁ ବାସନ୍ଦ କରିଛି । ଲୁଇସ୍‌ ରୁବେଲ୍ସ ଜଣେ ପୂର୍ବତନ ଫୁଟବଲ ଖେଳାଳି ଏବଂ 2018ରୁ ସ୍ପେନ କ୍ରୀଡା ସଂଘର ସଭାପତି ଥିଲେ ।

ABOUT THE AUTHOR

...view details