ନୂଆଦିଲ୍ଲୀ: କୋରୋନା ମହାମାରୀର ଆତଙ୍କ ଥମିବାକୁ ନାଁ ନେଉ ନାହିଁ । ଏହାକୁ ନଜରରେ ରଖି ଚଳିତ ବର୍ଷ 20 ଡିସେମ୍ବରରେ ଦୁବାଇରେ ଆୟୋଜିତ ହେବାକୁ ଥିବା ବିଶ୍ବ ଚେସ୍ ଚମ୍ପିଆନସିପକୁ ସ୍ଥଗିତ କରାଯାଇଛି ।
ସ୍ଥଗିତ ହେଲା ବିଶ୍ବ ଚେସ୍ ଚମ୍ପିଆନସିପ - ବିଶ୍ବ ଚେସ୍ ଚମ୍ପିଆନସିପ
ଚଳିତ ବର୍ଷ 20 ଡିସେମ୍ବରରେ ଦୁବାଇରେ ଆୟୋଜିତ ହେବାକୁ ଥିବା ବିଶ୍ବ ଚେସ୍ ଚମ୍ପିଆନସିପକୁ ସ୍ଥଗିତ କରାଯାଇଛି ।
ସୂଚନାଥାଉକି, ବିଶ୍ବର ନଂ-1 ଚେସ ଖେଳାଳି ନରଓ୍ବେର କାର୍ଲସନଙ୍କ ମୁକାବିଲା କ୍ୟାନଡିଡେଟସ ଟୁର୍ଣ୍ଣାମେଣ୍ଟର ବିଜେତା ସହ ବିଶ୍ବ ଚେସ୍ ଚମ୍ପିଆନସିପ ହେବାକୁ ଥିଲା । ଏପଟେ କ୍ୟାନଡିଡେଟସ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚରେ ରୁଷିଆ ଠାରେ ଆୟୋଜିତ ହୋଇଥିଲା । କିନ୍ତୁ କୋରୋନା ମହାମାରୀ କାରଣରୁ ଟୁର୍ଣ୍ଣାମେଣ୍ଟକୁ ଅଧାରୁ ବନ୍ଦ କରିବାକୁ ପଡିଲା ।
ତେବେ FIDEର ମହାନିର୍ଦ୍ଦେଶକ ଇମିଲ ସୁତୋଓ୍ବସ୍କି କହିଛନ୍ତି ଯେ, କ୍ୟାନଡିଡେଟସ ଟୁର୍ଣ୍ଣାମେଣ୍ଟ ଚଳିତବର୍ଷ ଶେଷ ଆଡକୁ କରିବାର ଯୋଜନା ଅଛି । କିନ୍ତୁ ବିଶ୍ବ ଚମ୍ପିଆନସିପକୁ 2021 ମାର୍ଚ୍ଚ କିମ୍ବା ଅକ୍ଟୋବର ମାସରେ ଆୟୋଜନ କରାଯିବ ।