ନୂଆଦିଲ୍ଲୀ/ନୋଏଡା: ଜିଲ୍ଲାର ନୋଏଡା ଷ୍ଟାଡିୟମର ରନିଂ ଟ୍ରାକ୍ରେ ବର୍ଷ 2014ରୁ ମିଲଖା ସିଂହଙ୍କ ସ୍ଥାନରେ ଭାଗ୍ ମିଲଖା ଭାଗ୍ ଫିଲ୍ମରେ ତାଙ୍କର ଅଭିନୟ କରିଥିବା ଅଭିନେତା ଫରହାନ ଅଖତରଙ୍କ ଫଟୋ ଲାଗିଥିଲା । ମାତ୍ର ମିଲଖା ସିଂହଙ୍କ ମୃତ୍ୟୁ ପରେ ଲୋକଙ୍କ ନିଜର ଏହି ଫଟୋରେ ଉପରେ ପଡିଥିଲା । ଏହି ମାମଲା ଯେବେ ଉଚ୍ଚ ଅଧିକାରୀଙ୍କ ପାଖେ ପହଞ୍ଚିବା ପରେ ନୋଏଡା ପ୍ରାଧିକରଣ ପକ୍ଷରୁ ଷ୍ଟାଡିୟମର ରନିଂ ଟ୍ରାକ୍ରୁ ଫରହାନଙ୍କ ଫଟୋ ହଟାଇ ଦିଆଯିବା ସହ ବୋର୍ଡ ଖାଲି କରିଛନ୍ତି ।
ଫ୍ଲାଇଂ ଶିଖ୍ଙ୍କ ନାମରେ ପରିଚିତ ମିଲଖା ସିଂହଙ୍କ ଜୀବନ କାହାଣୀ ଉପରେ 2013ରେ 'ଭାଗ୍ ମିଲଖା ଭାଗ' ଫିଲ୍ମ ବନିବା ପରେ ମିଲଖା ସିଂହଙ୍କୁ ଯେଉଁମାନେ ଜାଣିନଥିଲେ ସେମାନେ ଜାଣିପାରିଲେ । ଏପରିକି ତାଙ୍କର ଫଟୋ ଅନେକ ସ୍ଥାନରେ ଲାଗିବା ଆରମ୍ଭ ହେଲା । ବୋଧହୁଏ ଏହି ପ୍ରଭାବରେ ମିଲଖା ସିଂହଙ୍କ ସ୍ଥାନରେ ତାଙ୍କର ଅଭିନୟ କରଥିବା ଫରହାନ ଅଖତରଙ୍କ ଫଟୋ ରନିଂ ଟ୍ରାକ୍ରେ ଲଗାଯାଇଥିଲା । 2014ରୁ ଏଯାବତ କେହି ବି ଏହି ଫଟୋ ଉପରେ ନଜର ଦେଇନଥିଲେ । ଏପରିକି 2015ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ 4 ହଜାର ଦର୍ଶକ କ୍ଷମତା ଥିବା ଇନଡୋର୍ ଷ୍ଟାଡିୟମର ଶିଳାନ୍ୟାସ କରିବା ସମୟରେ ମଧ୍ୟ ରନିଂ ଟ୍ରାକ୍ରେ ଥିବା ଫଟୋ ଉପରେ ଧ୍ୟାନ ଦେଇନଥିଲେ ।