ଓଡିଶା

odisha

ETV Bharat / sports

EXCLUSIVE (Tokyo Olympics): ଶରତଙ୍କ ସ୍ବପ୍ନ ଅଲମ୍ପିକ ମେଡାଲ

ଟୋକିଓ ଅଲମ୍ପିକ୍ସରେ ପଦକ ବିଜୟ ନେଇ ଦୃଢ ଆଶାବାଦୀ ଭାରତୀୟ ଟେବୁଲ ଟେନିସ ଷ୍ଟାର ଶରତ କମଲ । ଅଧିକ ପଢନ୍ତୁ...

EXCLUSIVE (Tokyo Olympics): Driven by his dream, Sharath eyes medal with Manika in mixed doubles
EXCLUSIVE (Tokyo Olympics): ସରତଙ୍କ ସ୍ୱପ୍ନ ଅଲମ୍ପିକ ମେଡାଲ

By

Published : Jun 28, 2021, 9:01 PM IST

Updated : Jun 28, 2021, 9:15 PM IST

ହାଇଦ୍ରାବାଦ:ଦେଶ ପାଇଁ କ୍ରୀଡାର ସବୁଠୁ ବଡ ମଞ୍ଚରେ ପଦକ ଜିତିବାର ସ୍ୱପ୍ନ ସବୁ କ୍ରୀଡାବିତ ଦେଖିଥାନ୍ତି । ତେବେ ଭାରତ ଭଳି ଦେଶରେ ସୀମିତ ଭିତ୍ତିଭୂମିର ବିନିଯୋଗ କରି ଅଲମ୍ପିକ ପର୍ଯ୍ୟନ୍ତ ପହଞ୍ଚିବାର ଯାତ୍ରା କେବେବି ସହଜ ହୋଇନଥାଏ । ବିଶ୍ବ କ୍ରୀଡାର ମହାକୁମ୍ଭ 'ଅଲମ୍ପିକ୍ସ'କୁ ଆଉ ମାତ୍ର କିଛି ଦିନ ବାକିଥିବାବେଳେ, ଆରମ୍ଭ ହୋଇସାରିଛି ଅବଗଣନା । ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଓ ପଦକ ଦାବିବାର ଥିବା ଦେଶର ଭେଟେରାନ ଟେବୁଲ ଟେନିସ ଷ୍ଟାର ଶରଥ ଇଟିଭି ଭାରତରେ ନିଜର ଯାତ୍ରା, ଲକ୍ଷ୍ୟ ଓ ସ୍ୱପ୍ନକୁ ବଖାଣିଛନ୍ତି ।

ସୋନିପତ ଜାତୀୟ କ୍ୟାମ୍ପ୍‌ରେ ପ୍ରତିଦିନ ପ୍ରାୟ 12 ଘଣ୍ଟା ଅଭ୍ୟାସ କରନ୍ତି । କୋଭିଡ-19 ମହାମାରୀର ଭୟ ଓ କଟକଣା ସତ୍ତ୍ୱେ ଯେବେ କ୍ରୀଡା ଜଗତ ସ୍ଥିର ହୋଇଯାଇଥିଲା, ସେବେ ବି ଅଭ୍ୟାସକୁ ବିରତି ଦେଇନଥିଲେ ଶରତ । ଯଥାସମ୍ଭବ ଅଭ୍ୟାସ କରୁଥିଲେ । କାରଣ ଲକ୍ଷ୍ୟ ଥିଲା ଅଲମ୍ପିକ ଟିକେଟ ହାସଲ, ଏସିଆନ କ୍ବାଲିଫାୟର ଦୋହା ପାଇଁ ପ୍ରସ୍ତୁତି ଚଳାଇଥିଲେ ।

38 ବର୍ଷୀୟ ଅଚନ୍ତା ଶରତ କମଲଙ୍କ ମନୋବଳକୁ ମହାମାରୀର ଭୟ ପ୍ରଭାବିତ କରିପାରିନଥିଲା । କାରଣ 16 ବର୍ଷ ବୟସରେ ସେ ଦେଖିଥିବା ଅଲମ୍ପିକ ପଦକର ସ୍ବପ୍ନ ଏବେ ବି ପୂରଣ ହୋଇନାହିଁ । ସେଥିପାଇଁ ଅଲମ୍ପିକ ପଦକ ଭୋକ ତାଙ୍କୁ ଦେଶର ଶ୍ରେଷ୍ଠ ଟେବୁଲ ଟେନିସ ଖେଳାଳିର ପରିଚୟ ଦେଇଛି । ସାମ୍ନାରେ ବଡ ପରୀକ୍ଷା । ମହାମାରୀକୁ ମାତ ଦେବାକୁ ମଞ୍ଚ ପ୍ରସ୍ତୁତ, ପ୍ରସ୍ତୁତି ବି ଚୁଡାନ୍ତ ପର୍ଯ୍ୟାୟରେ, ଦୀର୍ଘ ଦିନର ସ୍ବପ୍ନକୁ ସାକାର କରିବାକୁ ସାମ୍ନାରେ ରହିଛି ସୁବର୍ଣ୍ଣ ସୁଯୋଗ । ବିଶ୍ବ କ୍ରୀଡାର ମହାମଞ୍ଚରେ ମନିକା ବାତ୍ରାଙ୍କ ମହ ମିଶି ମିକ୍ସଡ ଡବଲ୍ସ ଇଭେଣ୍ଟରେ ପଦକ ଆଶାରେ ରହିଛନ୍ତି ସରତ ।

ଭାରତୀୟ ଟେବୁଲ ଟେନିସ ମହାସଂଘର ସରଯୋଗକୁ ସରତ ସମସ୍ତ ଶ୍ରେୟ ଦେଇଛନ୍ତି ଓ ମିକ୍ସଡ ଡବଲ୍ସ ପାର୍ଟନର ମନିକା ବାତ୍ରାଙ୍କ ଉପରେ ବିଜୟ ବିଶ୍ବାସ ରହିଛି କହିଛନ୍ତି ।

ପ୍ରଶ୍ନ: ସୋନିପତ ଜାତୀୟ କ୍ୟାମ୍ପରେ ଅଭ୍ୟାସ କିପରି ଆପଣଙ୍କ ଖେଳରେ ପରିବର୍ତ୍ତନ ଆଣପାରିଛି ?

A. ସୋନିପତ ଜାତୀୟ କ୍ୟାମ୍ପରେ ଜୈବ ସୁରକ୍ଷା ବଳୟର ବ୍ୟବସ୍ଥା କରାଯାଇଥିଲା ଓ ଅଭ୍ୟାସ ଅନୁମତି ଥିଲା । ଅଭ୍ୟାସ ଜାରି ରଖିବାକୁ ଜାତୀୟ କ୍ୟାମ୍ପରେ ସାମିଲ ହେବା ଉଚିତ ଥିଲା । କୋଭିଡ-19ର କଠିନ ସମୟରେ କେବଳ ଖେଳ ଉପରେ ଧ୍ୟାନ କେନ୍ଦ୍ରୀତ କରିଛୁ । ପ୍ରାୟ 12 ଘଣ୍ଟା ଧରି ଅଭ୍ୟାସ ଓ ଫିଟନେସ୍‌ ଉପରେ କାମ କରିଛୁ ।

ପ୍ରଶ୍ନ: ମନିକା ବାତ୍ରାଙ୍କ ସହ କିପରି ଅଭ୍ୟାସ ଚାଲିଛି ? କିଛି ସ୍ବତନ୍ତ୍ର ଦିଗ ଉପରେ ଫୋକସ ଯୋଜନା ହୋଇଛି କି ?

A. ଏଥର ଜାତୀୟ କ୍ୟାମ୍ପରେ ମିକ୍ସଡ ଡବଲ୍ସ ଟ୍ରେନିଂରେ ଏକାଧିକ ମ୍ୟାଚ ଖେଳିବା ଉପରେ ଜୋର୍‌ ଦେଇଛୁ । ମ୍ୟାଚ ସମୟରେ ଉଚିତ ସମନ୍ବୟ ଓ ଯୋଜନା ତିଆରି ଉପରେ ଧ୍ୟାନ ଦେଇଛୁ ।

ପ୍ରଶ୍ନ: ଅଲମ୍ପିକ୍ସକୁ ଧ୍ୟାନରେ ରଖି କିଛି ନୂଆ କୌଶଳ ଆପଣାଉଛନ୍ତି କି ? କାରଣ ଆହତ ପରେ ଖେଳରେ ବ୍ୟାକହ୍ୟାଣ୍ଡ କୌଶଳ ଆପଣାଇଛନ୍ତି ।

A. ହଁ ଏଥର ପଛରୁ ଜୋରଦାର ଦ୍ରୁତ ସଟ୍‌ ଖେଳିବାକୁ ପ୍ରୟାସ କରିଛୁ, ଏହି କୌଶଳ ଉପରେ ଅଧିକ ଫୋକସ କରୁଛୁ । ଏହା ବ୍ୟତୀତ କିଛି ନୂଆ ସର୍ଭ ଓ ଭିନ୍ନ ପ୍ରୟାସ ମଧ୍ୟ ଚେଷ୍ଟା କରୁଛୁ ।

ପ୍ରଶ୍ନ: ଅଲମ୍ପିକ୍ସରେ ଭାରତୀୟ ପ୍ରଶଂସକ ଆପଣଙ୍କଠୁ କଣ ଆଶାରଖିବେ ?

A. ନିଶ୍ଚିନ୍ତ, ମିକ୍ସଡ ଡବଲ୍ସରେ ମେଡାଲ ଜିତିବାର ଭଲ ସୁଯୋଗ ରହିଛି । 16 ରାଉଣ୍ଡରୁ ଆରମ୍ଭ କରିବୁ ଓ ମେଡାଲ ପାଇଁ 3ଟି ଭଲ ରାଉଣ୍ଡର ଆବଶ୍ୟକ ଅଛି । ତେବେ ଏହି 3ଟି ରାଉଣ୍ଡ ସହଜ ନୁହେଁ । ମାତ୍ର ଥରେ ବଡ ମ୍ୟାଚରେ ଖେଳିଲେ, ଚାପ ବଢିବା ସାଙ୍ଗକୁ ଦାୟିତ୍ବ ଓ ପ୍ରଦର୍ଶନ ମଧ୍ୟ ବଢିଯାଏ । ମନିକା ଚାପରେ ଭଲ ପ୍ରଦର୍ଶନ କରିବାର ନଜିର ରହିଛି । ଏହା ଆମ ପାଇଁ ସବୁଠୁ ବଡ ଅସ୍ତ୍ର ହେବ । ଖେଳ ଆରମ୍ଭ ଦିନଠାରୁ ଦେଖିଥିବା ସ୍ୱପ୍ନ ଏଥର ଅଲମ୍ପିକରେ ପୂରଣ ହେବ ବୋଲି ଆଶାବାଦୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 28, 2021, 9:15 PM IST

ABOUT THE AUTHOR

...view details