ହାଇଦ୍ରାବାଦ: ଦୃଢ ଆତ୍ମବିଶ୍ବାସ ଓ ଗୌରବରେ ଭରା ରହିଛି ଦୂତୀଙ୍କ ସ୍ବର । ସେ କହିଛନ୍ତି, "ଅନେକ କଥା ଯାହା ମୁଁ ସେତେବେଳେ ଜାଣିନଥିଲି, ଏବେ ଜାଣିପାରୁଛି ।" ବୁଧବାର, ଓଡିଆ ଧାବିକା ଦୂତୀ ଚାନ୍ଦ, ବିଶ୍ବ ମାନ୍ୟତା ଆଧାରରେ ଆଗାମୀ ଟୋକିଓ ଅଲମ୍ପିକ୍ସର ଉଭୟ 100 ଓ 200 ମିଟର ଦୌଡ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ବ୍ୟକ୍ତିଗତ ବର୍ଗରେ କ୍ରମାଗତ ଅଲମ୍ପିକ୍ସର ଦ୍ବିତୀୟ ସଂସ୍କରଣରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଥିବାରୁ ଗର୍ବିତ ବୋଲି କହିଛନ୍ତି ଦୂତୀ ।
ଦୂତୀ କହିଛନ୍ତି, "ଏକମାତ୍ର ଭାରତୀୟ ଆଥଲେଟ ଭାବେ ବିଶ୍ବ ମାନ୍ୟତା ଆଧାରରେ ଉଭୟ 100 ଓ 200 ମିଟର ଦୌଡ ପାଇଁ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଥିବାରୁ ଗର୍ବିତ । 2016 ରିଓ ଅଲମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲି । ଏହା ମୋର ଦ୍ବିତୀୟ ଅଲମ୍ପିକ ଯୋଗ୍ୟତା ହାସଲ, ସେଥିପାଇଁ ବହୁତ ଖୁସି ।"
ଆଥଲେଟ୍ ମାନେ ଯାହାସବୁ ସ୍ବପ୍ନ ଦେଖିଥାନ୍ତି, ସମସ୍ତ ଉପଲବ୍ଧି ହାସଲ କରିଛନ୍ତି ସେ । ମାତ୍ର ତାଙ୍କ ଜୀବନ ଓ ଖେଳରେ ଆଦୌ ନଥିଲା ସହଜ ଦୌଡ । ଜଣେ ବୁଣାକାର ପରିବାରରେ ଜନ୍ମ ହେବାଠାରୁ ନେଇ ଦୌଡିବା ପାଇଁ ହଳେ ଅଭ୍ୟାସ ଜୋତା କିଣିବା ପାଇଁ ଅଳଳ୍ପନୀୟ ପରିସ୍ଥିତି ପର୍ଯ୍ୟନ୍ତ ଓ ଲିଙ୍ଗଗତ ପରିଚୟ ବିବାଦ କାରଣରୁ 2014 କମନୱେଲଥ୍ ଖେଳରେ ଭାଗନେବାକୁ ବାରଣ ପର୍ଯ୍ୟନ୍ତ, ଦୂତୀ ସବୁ କିଛି ଆହ୍ବାନକୁ ସାମ୍ନା କରିଛନ୍ତି ।
ତଥାପି ଏଠାରେ ସେ 2021 ରେ ଅଛନ୍ତି, କାରଣ ବ୍ରାହ୍ମଣୀ ନଦୀ ପଠାରେ ସେଦିନ ଅଜଣା ଲକ୍ଷ୍ୟରେ ପିଲାଦିନେ ଅସାବଧାନତାର ସହ ଦୌଡିଥିବା କୁନି ଦୂତୀଙ୍କ ପରି ସେ ନାହାନ୍ତି, କିମ୍ବା ଅନ୍ୟମାନଙ୍କ ପରି ଅଲମ୍ପିକ୍ ବର୍ଷରେ ପ୍ରଶିକ୍ଷଣରେ ବ୍ୟାଘାତ ସୃଷ୍ଟି କରିନାହାନ୍ତି ।
ଭାରତର ସର୍ବଶ୍ରେଷ୍ଠ ଖେଳାଳି ହୋଇଥିବା ଯୋଗୁଁ ପିଟି ଉଷା ବିଶ୍ବରେ ଝଡ ସୃଷ୍ଟି କରିବାପରେ, ବର୍ତ୍ତମାନ ତାଙ୍କ କାନ୍ଧରୁ ଏହି ଭାର ଉଠିଯାଇଛି । ଫଳରେ ତାଙ୍କ ଠାରୁ ଲୋକମାନେ କ'ଣ ଆଶା ରଖନ୍ତି, ଭଲଭାବେ ଜାଣନ୍ତି ଦୂତୀ ।
"ମୁଁ କେବଳ ନିଷ୍ଠାର ସହ କଠିନ ପରିଶ୍ରମ କରିପାରିବି ଓ ଏହା ଜାରି ରଖିଛି ମଧ୍ୟ, ବାକି ସବୁକିଛି ଇଶ୍ବରଙ୍କ ହାତରେ । ଏହା ମୋ ହାତରେ ନୁହେଁ ।" ଫୋନ ମାଧ୍ୟମରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ଇଟିଭି ଭାରତକୁ ଏହା କହିଛନ୍ତି ଦୂତୀ ।
ଯୁବ ବୟସରେ ସେ ସବୁଠୁ ଭଲ ପାଉଥିବା ଖେଳକୁ ସବୁକିଛି ଦେବାପାଇଁ ନିଶ୍ଚିନ୍ତ ଥିଲେ, ଯାହା ତାଙ୍କୁ ବିଶ୍ବର ସବୁଠୁ ବଡ କ୍ରୀଡା ଇଭେଣ୍ଟ ଅଲମ୍ପିକ୍ସକୁ ନେଇଯାଇଛି ।
"ମୁଁ ଭଲ ପ୍ରଦର୍ଶନ ଆଶରେ ରହିଛି । ଯଦି ମୁଁ ଭଲ ପ୍ରଦର୍ଶନ କରେ, ସେମିଫାଇନାଲ ଓ ଫାଇନାଲରେ ପହଞ୍ଚିବାର ସୁଯୋଗ ମିଳିବ । ଦେଶବାସୀ ମୋ ଠାରୁ ସ୍ବର୍ଣ୍ଣ ପଦକ ଆଶା ରଖିଛନ୍ତି ଏହା ଜାଣେ, ସେଥିପାଇଁ ମୁଁ ସର୍ବଶ୍ରେଷ୍ଠ ପ୍ରୟାସ କରିବି । ଯେତେସମ୍ଭବ ସମସ୍ତ ଜୋର ଲଗାଇବି," କହିଛନ୍ତି ଦୂତୀ ।
ସେ କହିଛନ୍ତି, "2020ରେ ଅତ୍ୟନ୍ତ କଠିନ ସମୟ ଥିଲା, ଯେବେ ସରକାର ଲକଡାଉନ ଘୋଷଣା କଲେ । ସବୁକିଛି ବନ୍ଦ ହୋଇଗଲା । ଗୋଟିଏ ମାସ ଘରେ ବସିବାକୁ ପଡିଲା । ତଥାପି ଯାହା ସମ୍ଭବ କରିଛି । ରୁମ୍ ଭିତରେ ଅଭ୍ୟାସ କରିଛି । 2021ରେ ଲକଡାଉନ ହଟିବା ପରେ ଜୁନ୍ରେ ଅଭ୍ୟାସ ଆରମ୍ଭ କରିଥିଲି ଓ ଫୋକସ କରିଥିଲି । ସରକାର ମଧ୍ୟ ଅଭ୍ୟାସ କରିବାକୁ ମୋ ପାଇଁ କଳିଙ୍ଗ ଷ୍ଟାଡିୟମ ଖୋଲିବାକୁ ଅନୁମତି ଦେଲେ ।"