ଓଡିଶା

odisha

ETV Bharat / sports

Exclusive: ସିଦ୍ଧାର୍ଥଙ୍କ ଅଶାଳୀନ ଟ୍ବିଟ୍‌ ପରେ ସାଇନାଙ୍କ ଜବାବ, ଅଭିନେତା ଭାବେ ପସନ୍ଦ କରିବା ଠିକ୍‌ ନଥିଲା

ଫିରୋଜପୁର ଜିଲ୍ଲାର ହୁସେନିବାଲା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ବଡଧରଣର ତ୍ରୁଟି ସହ ପ୍ରଧାନମନ୍ତ୍ରୀଙ୍କ ଗାଡି ଅଟକି ରହିଥିଲା । ଟ୍ବିଟ୍‌ କରି ଏହାକୁ ନିନ୍ଦା କରିଥିଲେ ସାଇନା ନେହୱାଲ । ଅଧିକ ପଢନ୍ତୁ

By

Published : Jan 10, 2022, 5:12 PM IST

Updated : Jan 10, 2022, 5:49 PM IST

Exclusive: I used to like him as an actor, but this was not nice: Nehwal on Siddharth's 'sexist' tweet
Exclusive: ସିଦ୍ଧାର୍ଥଙ୍କ ଅଶାଳୀନ ଟ୍ବିଟ୍‌ର ସାଇନାଙ୍କ ଜବାବ, ଅଭିନେତା ଭାବେ ପସନ୍ଦ କରିବା ଠିକ୍‌ ନଥିଲା

ହାଇଦ୍ରାବାଦ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ଘଟଣାକୁ ନେଇ ନୂଆ ବିବାଦ ଦେଖାଦେଇଛି । ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଜାବର ଫିରୋଜପୁର ଜିଲ୍ଲାର ହୁସେନିବାଲା ଗସ୍ତ ସମୟରେ ବଡଧରଣର ସୁରକ୍ଷା ତ୍ରୁଟି ଦେଖାଯାଇଥିଲା । ଏକ ଫ୍ଲାଏଓଭର ଉପରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ପ୍ରାୟ ୨୦ ମିନିଟ ଧରି ଫସି ରହିଥିଲା । କିଛି ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ଯାଉଥିବା ରାସ୍ତା ଅବରୋଧ କରିଥିଲେ ଓ ପରେ ମୋଦି ଗସ୍ତ ଅଧାରୁ ଦିଲ୍ଲୀ ଫେରିଯାଇଥିଲେ । ଏହାକୁ ନେଇ ଦେଶବ୍ୟାପୀ ଉଦବେଗ ପ୍ରକାଶ ପାଇଥିଲା ।

ଅଲମ୍ପିକ୍‌ ପଦକ ବିଜେତା ସାଇନା ନେହୱାଲ ମଧ୍ୟ ଟ୍ବିଟ୍‌ କରି ଜାନୁଆରୀ ୫ରେ ପଞ୍ଜାବରେ ଘଟିଥିବା ଏହି ଘଟଣାକୁ କଡା ନିନ୍ଦା କରିଥିଲେ । ଭାରତୀୟ ଜନତା ପାର୍ଟି(BJP)ର ସଦସ୍ୟ ରହିଥିବା ସାଇନା ଟ୍ବିଟ୍‌ରେ ଲେଖିଥିଲେ, "ଯଦି କୌଣସି ଦେଶରେ ନିଜର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି କରାଯାଏ, ତେବେ ଉକ୍ତ ଦେଶ କେବେ ନିଜକୁ ସୁରକ୍ଷିତ ବୋଲି କହିପାରିବ ନାହିଁ । ମୁଁ ଏହାକୁ ଯଥାସମ୍ଭବ କଡାଶବ୍ଦରେ ନିନ୍ଦା କରୁଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଅରାଜକତାବାଦୀଙ୍କ ଏପରି ଭୀରୁତାର ସହ ଆକ୍ରମଣ ଗ୍ରହଣୀୟ ନୁହେଁ ।"

ଏହାମଧ୍ୟ ପଢନ୍ତୁ: ଆଶଙ୍କାରେ ବାରବାଟୀ ମ୍ୟାଚ୍‌, ବଦଳିପାରେ ଭାରତ-ୱେଷ୍ଟଇଣ୍ଡିଜ ସିରିଜର ଭେନ୍ୟୁ !

ତେବେ ସାଇନାଙ୍କୁ ଏହି ଟ୍ବିଟର ଜବାବରେ ବଲିଉଡ ଫିଲ୍ମ ରଙ୍ଗ ଦେ ବସନ୍ତି ଅଭିନେତା ସିଦ୍ଧାର୍ଥଙ୍କ ଠାରୁ ଏକ ଅପମାନଜନକ ଉତ୍ତର ମିଳିଛି । ଯାହାକୁ ନେଇ ନାଖୁସ ଜାହିର କରିଛନ୍ତି ସାଇନା । ଇଟିଭି ଭାରତକୁ ସାଇନା ଫୋନ୍‌ ଯୋଗେଁ ଦେଇଥିବା ପ୍ରତିକ୍ରିୟାରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସାଇନା କହିଛନ୍ତି, ସେ ଜଣେ ଅଭିନେତା, ତାଙ୍କ ଠାରୁ ଏପରି ଆଶା ନଥିଲା । ଅଭିନେତା ସିଦ୍ଧାର୍ଥ, ସାଇନାଙ୍କ ଟ୍ବିଟ୍‌ର ଜବାବରେ ଲେଖିଛନ୍ତି, "Subtle cock champion of the world... Thank God we have protectors of India (sic)," । ଏହାକୁ ଅନେକ ସୋସିଆଲ ନେଟୱର୍କିଂ ସାଇଟ୍‌ରେ ଅପମାନଜନକ(derogatory) ଓ ଆପତ୍ତିଜନକ (Sexist) ଭାବେ ଗଣନା କରାଯାଉଛି ।

ଦେଶର ଜଣେ ଅଲମ୍ପିକ ପଦକ ବିଜେତା ମହିଳା ଖେଳାଳିଙ୍କ ଉପରେ ଏପରି ଟିପ୍ପଣୀ କରିଥିବା ତାମିଲ ଅଭିନେତାଙ୍କ ଅଶାଳୀନ ଉତ୍ତରରେ ସାଇନା ଇଟିଭି ଭାରତକୁ କହିଛନ୍ତି, "ଯେ ବାସ୍ତବରେ ସେ କ'ଣ କହିବାକୁ ଚାହାନ୍ତି, ସେ ହିଁ ଭଲଭାବେ କହିପାରିବେ । ଏପରି ଶବ୍ଦକୁ ଅନେକ ନୋଟିସ୍‌ କରିଛନ୍ତି । ଯଦି ଭାରତର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଏହ ପ୍ରସଙ୍ଗ ତେବେ ଦେଶରେ କ'ଣ ସୁରକ୍ଷିତ ବୋଲି ମୁଁ କହିପାରୁନାହିଁ ।" ସାଇନାଙ୍କ ଟ୍ବିଟ୍‌ର ଏପରି ଉତ୍ତର ଦେବାପରେ ଅଭିନେତା ସିଦ୍ଧାର୍ଥ ସୋସିଆଲ ମିଡିଆରେ ଅନଲାଇନ ଟ୍ରୋଲ୍‌ର ଶିକାର ହୋଇଛନ୍ତି । ମାତ୍ର ସେ ଏହି ପ୍ରସଙ୍ଗରେ ମୁହଁ ଖୋଲିନାହାଁନ୍ତି ।

ଆୟୁଷ୍ମାନ ପାଣ୍ଡେ, ଇଟିଭି ଭାରତ

Last Updated : Jan 10, 2022, 5:49 PM IST

ABOUT THE AUTHOR

...view details