ହାଇଦ୍ରାବାଦ: ଅନଲାଇନ ଚେସ୍ ଅଲମ୍ପିଆଡରେ ରୁଷିଆ ସହ ଭାରତ ଯୁଗ୍ମ ବିଜେତା ହେବାପରେ, ଭାରତୀୟ ଷ୍ଟାର ଚେସ ଖେଳାଳି ଦ୍ରୋଣାଭଲ୍ଲୀ ହାରିକା ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମିଲ ହୋଇଛନ୍ତି ।
ଭାରତୀୟ ଟିମର ଏହି ସଫଳତା ଯାତ୍ରାର କାହାଣୀ କହିଛନ୍ତି ସ୍ବର୍ଣ୍ଣ ବିଜେତା ଭାରତୀୟ ଚେସ୍ ଟିମର ସଦସ୍ୟ ଦ୍ରୋଣାଭଲ୍ଲୀ।
FIDE ଅନଲାଇନ ଚେସ୍ ଅଲମ୍ପିଆଡରେ ପ୍ରଥମ ସ୍ବର୍ଣ୍ଣ ପଦକ ବିଜୟ ସହ ଭାରତୀୟ ଟିମ ଅଗଷ୍ଟ 30ରେ ଇତିହାସ ରଚିଥିଲା ।
ଇଟିଭି ଭାରତରେ ଭାରତୀୟ ଚେସ ଅଲମ୍ପିଆଡ ସ୍ବର୍ଣ୍ଣ ବିଜେତା ଦ୍ରୋଣାଭଲ୍ଲୀ ହାରିକା 2014ରେ ବ୍ରୋଞ୍ଜ ପଦକ 2020ରେ ସ୍ବର୍ଣ୍ଣ ପଦକରେ ବଦଳିଛି । କିପରି ଅନୁଭବ ହେଉଛି ?
ବାସ୍ତବିକ ଏହା ଏକ ସ୍ମରଣୀୟ ମୂହୂର୍ତ୍ତ । ଚେସ ଅଲମ୍ପିଆଡରେ ଦେଶ ପ୍ରଥମଥର ପାଇଁ ସ୍ବର୍ଣ୍ଣ ପଜକ ବିଜେତା ହୋଇଛି । ବିଜୟୀ ଭାରତୀୟ ଟିମର ସଦସ୍ୟ ହୋଇଥିବାରୁ ସର୍ବଦା ଏହି ସମୟ ସ୍ମରଣୀୟ ହୋଇ ରହିବ ।
କୋରୋନା ଭାଇରସ ପାଇଁ ଟୁର୍ଣ୍ଣାମେଣ୍ଟ ଇତିହାସରେ ପ୍ରଥମ ଥର ଅନଲାଇନରେ ଆୟୋଜିତ ହୋଇଥିଲା ।
ଏହା ପୂର୍ବ ସାଧାରଣ ମ୍ୟାଚ ଠାରୁ କିପରି ଭିନ୍ନ ଥିଲା ?
ଏହା ନିଶ୍ଚୟ ଭିନ୍ନ ଥିଲା । ନିଆରା ଏକ ଅନୁଭୁତି । କମ୍ପୁଟର ସ୍କ୍ରିନକୁ ନିରବିଚ୍ଛିନ୍ନ ଭାବେ ଦେଖିବାକୁ ପଡୁଥିଲା । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସାମାନ୍ୟ ଅସହସ ମନେ ହୋଇଥିଲା, ମାତ୍ର ପରେ ସାଧାରଣ ହୋଇଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ