ଚେନ୍ନାଇ: ପ୍ରଥମ ଥର ପାଇଁ ଅନଲାଇନ ଚେସ ଅଲମ୍ପିଆଡରେ ଭାରତ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି । ତେବେ ଏହି ବିଜୟରେ 15 ବର୍ଷୀୟ ପ୍ରଗନାନନ୍ଧଙ୍କ ପ୍ରମୁଖ ଭୁମିକା ରହିଛି । ଅନ୍ତର୍ଜାତୀୟ ଚେସ ଫେଡେରେସନ(FIDE) ଦ୍ବାରା ଅଗଷ୍ଟରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ଭାରତ ଐତିହାସିକ ପ୍ରଦର୍ଶନ କରିଛି । 14 ଜଣିଆ ଭାରତୀୟ ଦଳରେ ଅନ୍ୟତମ ବିଜୟୀ ସଦସ୍ୟ ରହିଛନ୍ତି ପ୍ରଗନାନନ୍ଧ ।
ଇଟିଭି ଭାରତରେ ଚେସ୍ ଅଲମ୍ପିଆଡ ସ୍ବର୍ଣ୍ଣ ବିଜେତା ପ୍ରଗନାନନ୍ଧ - Exclusive Praggnanandhaa
ଇଟିଭି ଭାରତରେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମିଲ ହୋଇ ନିଜର ଯାତ୍ରା ବିଷୟରେ ଅନେକ ଖୁଲାସା କରିଛନ୍ତି ଦେଶର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ତଥା ଅନଲାଇନ ଚେସ ଅଲମ୍ପିଆଡରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ପ୍ରଗନାନନ୍ଧ ।
ଇଟିଭି ଭାରତରେ ଚେସ୍ ଅଲମ୍ପିଆଡ ସ୍ବର୍ଣ୍ଣ ବିଜେତା ପ୍ରଗନାନନ୍ଧ
ସେ ଦେଶର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ଓ ବିଶ୍ବର 4ର୍ଥ ଖେଳାଳି ଭାବେ ଏହି ଟାଇଟେଲ ହାସଲ କରିଛନ୍ତି । ଇଟିଭି ଭାରତରେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମିଲ ହୋଇ ନିଜର ଯାତ୍ରା ବିଷୟରେ ଅନେକ ଖୁଲାସା କରିଛନ୍ତି ପ୍ରଗନାନନ୍ଧ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ