ଓଡିଶା

odisha

ETV Bharat / sports

ଯେ କୌଣସି ପରିସ୍ଥିତିରେ ଚେସ୍‌ ଅଲମ୍ପିଆଡରେ ଭାଗ ନେବି: ଗ୍ରାଣ୍ଡମାଷ୍ଟର ଦ୍ରୋଣାବାଲୀ ହାରିକା - ଚେସ୍‌ ଅଲମ୍ପିଆଡ ନେଇ ଦ୍ରୋଣାବାଲୀଙ୍କ ପ୍ରତିକ୍ରିୟା

୭ ମାସର ଗର୍ଭବତୀ ହୋଇ ସୁଦ୍ଧା ଚେସ୍‌ ଅଲମ୍ପିଆଡରେ ଭାଗ ନେବାକୁ ମନ ବଳାଇଛନ୍ତି ଗ୍ରାଣ୍ଡମାଷ୍ଟର ଦ୍ରୋଣାବାଲୀ ହାରିକା । ଅଧିକ ପଢ଼ନ୍ତୁ

ଯେକୌଣସି ପରିସ୍ଥିତିରେ ଚେସ୍‌ ଅଲମ୍ପିଆଡରେ ଭାଗ ନେବି: ଗ୍ରାଣ୍ଡମାଷ୍ଟର ଦ୍ରୋଣାବାଲୀ ହାରିକା
ଯେକୌଣସି ପରିସ୍ଥିତିରେ ଚେସ୍‌ ଅଲମ୍ପିଆଡରେ ଭାଗ ନେବି: ଗ୍ରାଣ୍ଡମାଷ୍ଟର ଦ୍ରୋଣାବାଲୀ ହାରିକା

By

Published : Jul 27, 2022, 7:13 AM IST

ହାଇଦ୍ରାବାଦ:ଜଣେ କ୍ରୀଡ଼ାବିତ୍‌ ପାଇଁ ତପସ୍ୟା ତାର କ୍ରୀଡ଼ା । ସେ ଯେକୌଣସି କ୍ରୀଡ଼ା ହେଉ, ସେଥିରେ ସେ ତାର ଶତ ପ୍ରତିଶତ ଚେଷ୍ଟା କରି ନିଜ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବା ପାଇଁ ଲାଗିପଡ଼େ । ଏଥିପାଇଁ ସେ ତା ଜୀବନରେ ସମସ୍ତ ପ୍ରତିକୂଳ ପରିସ୍ଥିତି ସହ ଲଢ଼ିଯାଏ । ଏଭଳି କିଛି ମନୋବୃତ୍ତି ଦେଖାଇଛନ୍ତି ଚେସ୍‌ ଗ୍ରାଣ୍ଡମାଷ୍ଟର ଦ୍ରୋଣାବାଲୀ ହାରିକା ।

ଯେକୌଣସି ପରିସ୍ଥିତିରେ ଚେସ୍‌ ଅଲମ୍ପିଆଡରେ ଭାଗ ନେବି: ଗ୍ରାଣ୍ଡମାଷ୍ଟର ଦ୍ରୋଣାବାଲୀ ହାରିକା

ଆନ୍ଧ୍ର ପ୍ରଦେଶ ହେଉଛି ଦ୍ରୋଣାବାଲୀ ହାରିକାଙ୍କ ବାସସ୍ଥାନ । ବର୍ତ୍ତମାନ ସେ ୭ ମାସର ଗର୍ଭବତୀ । ଏହାସତ୍ତ୍ବେ ସେ ଚେନ୍ନାଇରେ ଆୟୋଜିତ ଚେସ୍‌ ଅଲମ୍ପିଆଡରେ ଭାଗ ନେବେ ବୋଲି ଦୃଢ଼ୋକ୍ତି ଦେଇଛନ୍ତି । ଚେସ୍‌ ଅଲମ୍ପିଆଡ ପାଇଁ ସେ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିଛନ୍ତି । ଦୀର୍ଘ ମାସ ଧରି ଅଭ୍ୟାସ କରୁଛନ୍ତି ।

ଗ୍ରାଣ୍ଡମାଷ୍ଟର ଦ୍ରୋଣାବାଲୀ ହାରିକା କହିଛନ୍ତି ଯେ "ଚେସ୍‌ ଅଲମ୍ପିଆଡ ଆମ ପାଇଁ ଅଲମ୍ପିକ୍ ଗେମ୍ସ ଭଳି । ଭାରତ ପ୍ରଥମ ଥର ପାଇଁ ଚେସ୍‌ ଅଲମ୍ପିଆଡ ଆୟୋଜନ କରୁଛି । ନିଜ ମାଟିର ଏତେବଡ଼ ଇଭେଣ୍ଟ୍‌କୁ ମୁଁ ହାତଛଡ଼ା କରି ପାରିବି ନାହିଁ । ଚେନ୍ନାଇ ଏଠାରୁ କେବଳ ଏକ ଘଣ୍ଟାର ଫ୍ଲାଇଟର ବାଟ । ଏଥିପାଇଁ ମୁଁ ଭାବୁଛି ମୋତେ କୌଣସି ସମସ୍ୟା ହେବନାହିଁ । ଏହାଏକ ଶାରୀରିକ ଖେଳ ହୋଇନଥିବାରୁ ମୁଁ ଚେସ୍‌ ଅଲମ୍ପିଆଡରେ ଭାଗ ନେବାରେ କୌଣସି ସମସ୍ୟା ନାହିଁ । ଏଥିପାଇଁ ଡାକ୍ତର ମୋତେ ଅନୁମତି ଦେଇଛନ୍ତି ।"

୨୦୨୧-୨୨ରେ ଚେସ୍‌ ଅଲମ୍ପିଆଡ ଅନ୍‌ଲାଇନ୍‌ ମାଧ୍ୟମରେ ହୋଇଥିଲା । ଶେଷ ଥର ପାଇଁ ୨୦୧୮ରେ ଭାରତର ମାଷ୍ଟର୍ସ ଲାଇଭ୍‌ ଚେସ୍‌ ଅଲମ୍ପିଆଡ୍‌ ଖେଳିଥିଲେ । ପେପର ଭାରତ ଶକ୍ତିଶାଳୀ ଜଣା ପଡ଼ୁଛି । ଏହା ସତ୍ତ୍ବେ ପ୍ରତ୍ୟେକ ମୁକାବିଲା ସଂଘର୍ଷମୟ ହେବ । ସ୍ବିସ୍‌ ଫର୍ମାଟ୍‌ରେ ୧୧ ରାଉଣ୍ଡରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏଣୁ ପ୍ରତ୍ୟେକ ରାଉଣ୍ଡ ଗୁରୁତ୍ବ ବହନ କରିବ । ୨୦୨୦ରେ ଋଷିଆ ସହ ଭାରତ ଚେସ୍‌ ଅଲମ୍ପିଆଡ୍‌ରେ ଯୁଗ୍ମ ଭାବେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା ।

ଏହାପୂର୍ବରୁ ୩ରୁ ୪ ମାସର ଗର୍ଭବତୀ ହୋଇ ଚେସ୍‌ ଅଲମ୍ପିଆଡରେ ଭାଗ ନେଇ ସାରିଛନ୍ତି ଅନେକ ଗ୍ରାଣ୍ଡ ମାଷ୍ଟର୍ସ । ତେବେ ୭ ମାସ ଗର୍ଭବତୀ ହୋଇ ଏହି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେଲେ ରେକର୍ଡ ସୃଷ୍ଟି କରିବେ ଗ୍ରାଣ୍ଡ ମାଷ୍ଟର ଦ୍ରୋଣାବାଲୀ ହାରିକା । ଚେନ୍ନାଇ ଯିବାକୁ ତାଙ୍କୁ ଫ୍ଲାଇଟରେ ଅନୁମତି ନମିଳିଲେ ସେ ରୋଡ୍‌ୱେରେ ଯିବେ ବୋଲି କହିଛନ୍ତି । ଚେସ୍‌ ଅଲମ୍ପିଆଡରେ ଭାରତୀୟ ମାଷ୍ଟର ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଅଛନ୍ତି ।

For All Latest Updates

TAGGED:

ABOUT THE AUTHOR

...view details