ଓଡିଶା

odisha

ETV Bharat / sports

ETV BHARAT EXCLUSIVE: ଜର୍ମାନୀ ଯାଇ ନ ପାରିବାରୁ ଦୁଃଖିତ ଦୂତି

ପଞ୍ଜାବର ପଟିଆଲାରେ ଚାଲିଥିବା 5ମ ଇଣ୍ଡିଆନ ଗ୍ରାଣ୍ଡ ପିକ୍ସ୍‌ରେ ସ୍ବର୍ଣ୍ଣ ଜିତିଲା ପରେ "ଇଟିଭି ଭାରତ"କୁ ଏକ ସ୍ବତନ୍ତ୍ର ଭିଡିଓ ମେସେଜ ପଠାଇଛନ୍ତି ଦୂତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

By

Published : Aug 16, 2019, 11:44 PM IST

ଭୁବନେଶ୍ବର: ଶୁକ୍ରବାର 5ମ ଇଣ୍ଡିଆନ ଗ୍ରାଣ୍ଡ ପିକ୍ସ୍‌ର 100 ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ଦୌଡରାଣୀ ଦୂତି ଚାନ୍ଦ । 11.42 ସେକେଣ୍ଡରେ ପୋଡିୟମ ଶେଷ କରି ସେ ପୁଣିଥରେ ଜାତୀୟସ୍ତରରେ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ତେବେ ପଞ୍ଜାବର ପଟିଆଲାରେ ଚାଲିଥିବା ଏହି ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲା ପରେ "ଇଟିଭି ଭାରତ"କୁ ଏକ ସ୍ବତନ୍ତ୍ର ଭିଡିଓ ମେସେଜ ପଠାଇଛନ୍ତି ଦୂତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁବନେଶ୍ବର

ଦୂତି କହିଛନ୍ତି, 5ମ ଇଣ୍ଡିଆନ ଗ୍ରାଣ୍ଡ ପିକ୍ସ୍‌ରେ ମୋର ପ୍ରଦର୍ଶନ ଭଲ ରହିଲା । ଆଗାମୀ ପ୍ରତିଯୋଗିତା ଲକ୍ଷ୍ନୋରେ ରହିଛି । ଯାହା ପାଇଁ ମୁଁ ନିଜକୁ ପ୍ରସ୍ତୁତି କରୁଛି । ମାତ୍ର ୟୁରୋପିଆନ ଦେଶରେ ତଥା ଜର୍ମାନୀରେ ମୋର ଖେଳିବାର ଯେଉଁ ଇଚ୍ଛା ଥିଲା ତାହା ମଉଳି ଯାଇଛି । ଭିସା ନ ମିଳିବାରୁ ମୁଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ପାରୁନାହିଁ । ଏଥି ଲାଗି ସେ ଖୁବ କଷ୍ଟ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।

ଏଠାରେ ସୂଚନାଥାଉକି, ଜର୍ମାନୀରେ ଅନୁଷ୍ଠିତ ହେଇଥିବା ଆଇଆଇଏଫ ଗେମ୍ସରେ ଦୂତି ମାନୋନିତ ହେବା ସତ୍ତ୍ବେ ଭିସା ନ ମିଳିବାରୁ ସେ ପ୍ରତିଯୋଗିତାରେ ଭାଗ ନେଇ ପାରିଲେ ନାହିଁ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details