ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ଅଲମ୍ପିଆନଙ୍କୁ ଶୁକ୍ରବାର ଶୁଭେଚ୍ଛା ଜଣାଇଛନ୍ତି । ଜାପାନିଜ ରାଜଧାନୀରେ ଟୋକିଓ ୨୦୨୦ ଅଲମ୍ପିକର ଉଦ୍ଘାଟନୀ ସମାରୋହ ପୂର୍ବରୁ ଅଲମ୍ପିକ ଖେଳରେ ଭାରତର ପ୍ରତିନିଧିତ୍ବ କରିବାକୁ ଯାଉଥିବା ଖେଳାଳିଙ୍କୁ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି ।
ଅଲମ୍ପିକ ଆଥଲେଟଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଟ୍ବିଟରେ ଲେଖିଛନ୍ତି, "ସମଗ୍ର ଦେଶବାସୀଙ୍କ ଆଶା ଓ ପ୍ରାର୍ଥନା ଭାରତୀୟ ଅଲମ୍ପିକ ଟିମ ସହିତ ରହିଛି । ପ୍ରତିଟି ଭାରତୀୟଙ୍କ ପକ୍ଷରୁ ମୁଁ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି । ଶ୍ରେଷ୍ଠ ପ୍ରଦର୍ଶନ ଦ୍ବାରା ସମସ୍ତ ଖେଳାଳି ଦେଶରକୁ ଗର୍ବିତ କରିବେ ବୋଲି ଆଶା, #Cheer4India, ।"