ଭୁବନେଶ୍ବର: ଭାରତ ଗସ୍ତ ବାତିଲ ଘୋଷଣା କରିଛି ଇଂଲଣ୍ଡ ମହିଳା ହକି ଟିମ । ଟିମର ଏକାଧିକ ସଦସ୍ୟ COVID-19 ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଇଂଲଣ୍ଡ ହକି ଏହି ନିଷ୍ପତ୍ତି ନେଇଛି । ଇଂଲଣ୍ଡ ମହିଳା ହକି ଟିମ ଆସନ୍ତା ଏପ୍ରିଲ ୨ ଓ ୩ ତାରିଖରେ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ବରରେ FIH ପ୍ରୋ ଲିଗ ମ୍ୟାଚ୍ ଖେଳିବା ନେଇ ସୂଚୀ ରହିଥିଲା । ମାତ୍ର ଟିମର ଅନେକ ସଦସ୍ୟ କୋରୋନା ସଂକ୍ରମିତ ହୋଇଥିବାରୁ ଓ ଜୁନିୟର ହକି ବିଶ୍ବକପ ପାଇଁ ଜୁନିୟର ଟିମ ଦକ୍ଷିଣ ଆଫ୍ରିକା ଗସ୍ତ କରିସାରିଥିବାରୁ ସଂପୂର୍ଣ୍ଣ ସ୍କ୍ବାଡ୍ ପ୍ରସ୍ତୁତ କରିବାକୁ ଅସମର୍ଥ ଇଂଲଣ୍ଡ । ଫଳରେ ଦୁଃଖ ପ୍ରକାଶ କରିବା ସହ ଭାରତ ଯାତ୍ରା ବାତିଲ କରିଛି ବୋର୍ଡ ।
ଇଂଲଣ୍ଡ ମହିଳା ହକି ଟିମର ଭାରତ ଗସ୍ତ ବାତିଲ - ଇଂଲଣ୍ଡ ଟିମର ଭାରତ ଗସ୍ତ ବାତିଲ
ଭାରତ ଗସ୍ତ ବାତିଲ ଘୋଷଣା କରିଛି ଇଂଲଣ୍ଡ ମହିଳା ହକି ଟିମ । ଟିମର ଏକାଧିକ ସଦସ୍ୟ COVID-19 ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଇଂଲଣ୍ଡ ହକି ଏହି ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ
England Women's Hockey Team cancel their travel to India due to several members testing positive for COVID19
ଇଂଲଣ୍ଡ ମହିଳା ହକି ଟିମର କ୍ୟାପଟେନ୍ ହଲି ପିଏର୍ନ-ୱେବ୍ କହିଛନ୍ତି, ଯାତ୍ରା କରିବାକୁ ଅସମର୍ଥ ହେବା ଦୁର୍ଭାଗ୍ୟଜନକ । ଅନେକ ଖେଳାଳିଙ୍କ ଅନୁପସ୍ଥିତି ଓ ଜୁନିୟର ଖେଳାଳିଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ କାରଣରୁ ଅନ୍ୟ କୌଣସି ବିକଳ୍ପ ନଥିଲା । FIH ପ୍ରୋ ଲିଗ୍ ଟୁର୍ଣ୍ଣାମେଣ୍ଟ ଆମ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ଖୁବଶୀଘ୍ର ଏହି ମ୍ୟାଚ୍ର ତାରିଖ ପୁନଃ ସ୍ଥିର ହେବାନେଇ ଆଶାବାଦୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ