ହାଇଦ୍ରାବାଦ: ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟକୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି ବିଶ୍ବ ଆଥଲେଟିକ୍ସ । ଯାହା କି ଭାରତୀୟ ଟ୍ରାକ ଏବଂ ଫିଲ୍ଡ ଆଥେଲେଟଙ୍କ ଚିନ୍ତା ବଢ଼ାଇ ଦେଇଛି, ଯେଉଁମାନେ ବର୍ଷ ଶେଷରେ ହେବାକୁ ଥିବା ଘରୋଇ ପ୍ରତିଯୋଗିତା ଜରିଆରେ ଯୋଗ୍ୟତା ଅର୍ଜନ କରିବା ନେଇ ଆଶା କରିଥିଲେ ।
କୋରୋନା ଯୋଗୁଁ ଏହି ଘରୋଇ ପ୍ରତିଯୋଗିତାର ଆୟୋଜନ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆଥଲେଟ ଆୟୋଗ ଓ ମହାଦ୍ବୀପୀୟ ସଂଘ ପ୍ରମୁଖଙ୍କ ସହ ମଙ୍ଗଳବାର ଆଲୋଚନା ପରେ 6 ଏପ୍ରିଲରୁ 30 ନଭେମ୍ବର ପର୍ଯ୍ୟନ୍ତ ଟୋକିଓ ଅଲମ୍ପିକର ଯୋଗ୍ୟତା ସମୟକୁ ନିଲମ୍ବିତ କରିଛି ବିଶ୍ବ ଆଥଲେଟିକ୍ସ ।
ଏହି ସମୟ ମଧ୍ୟରେ ପ୍ରତିଯୋଗୀ ମାନେ ଅର୍ଜନ କରିଥିବା ଯୋଗ୍ୟତା ନେଇ ଟୋକିୟୋ ଅଲମ୍ପିକ ପାଇଁ କ୍ବାଲିଫିକେଶନ ମାର୍କ କିମ୍ବା ବିଶ୍ବ ରାଙ୍କିଙ୍ଗକୁ ବିଚାରକୁ ନିଆଯିବ ନାହିଁ । ଏନେଇ ଭାରତୀୟ ରାଷ୍ଟ୍ରୀୟ ଉପ ମୁଖ୍ୟ କୋଚ ରାଧାକୃଷ୍ଣନ ନାୟର କହିଛନ୍ତି ଯେ, ଏହା କାରଣରୁ ଅନେକ ଭାରତୀୟ ଆଥଲେଟ ନିରାଶ ହେବେ ।