ଓଡିଶା

odisha

ETV Bharat / sports

ଶୃଙ୍ଗ ଶିଖରରୁ ଜନ୍ମମାଟି ଫେରିବ କଳ୍ପନାଙ୍କ ମରଶରୀର

ଓଡିଶା ଫେରିବ ପ୍ରଥମ ମହିଳା ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ତିନି ଜଣିଆ ପ୍ରତିନିଧି ଦଳ ସୋମବାର ନେପାଳର କାଠମାଣ୍ଡୁ ଗସ୍ତ କରିଛନ୍ତି ।

By

Published : May 27, 2019, 11:25 AM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ଭୁବନେଶ୍ବର: ଓଡିଶା ଫେରିବ ପ୍ରଥମ ମହିଳା ପର୍ବତାରୋହୀ କଳ୍ପନା ଦାସଙ୍କ ମରଶରୀର । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ତିନିଜଣିଆ ପ୍ରତିନିଧି ଦଳ ସୋମବାର ନେପାଳର କାଠମାଣ୍ଡୁ ଗସ୍ତ କରିଛନ୍ତି । ଏହି ପ୍ରତିନିଧି ଦଳରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାସ ସାମିଲ ହୋଇଛନ୍ତି । ପର୍ବତାରୋହୀ ଗଣେଷ ଜେନା ଓ ଅନ୍ୟଜଣେ ସମ୍ପର୍କୀୟ ରଞ୍ଜିତ କର୍ମୀ ମଧ୍ୟ ନେପାଳ ଗସ୍ତ କରିଛନ୍ତି ।

କଳ୍ପନାଙ୍କ ମୃତ ଖବର ଗୁରୁବାର ଆସିଥିଲା । କଳ୍ପନାଙ୍କର ମୃତଦେହ ଏଭରେଷ୍ଟର 8600 ମିଟର ଉଚ୍ଚରେ ରହିଥିବା ଶନିବାର ଜଣାପଡିଥିଲା । କଳ୍ପନାଙ୍କ ସହିତ ନେପାଳର କାଞ୍ଚିମାୟା ତମାଙ୍ଗ, ଚାଇନାର ଲିଆମୁ ମା ଏଭରେଷ୍ଟ ଆରୋହଣ କରିଥିଲେ । କଳ୍ପନାଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ପରିବାର ସମେତ ଓଡିଶାରେ ଶୋକର ବାତାବରଣ ଖେଳିଯାଇଥିଲା । ତେବେ ଓଡିଶା ସରକାର ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । କଳ୍ପନାଙ୍କ ମରଶରୀର ଓଡିଶା ଫେରାଇ ଆଣିବାକୁ ଚେଷ୍ଟା ଜାରି ରଖିଥିବା ସୂଚନା ମିଳିଛି । କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ଯୋଗାଯୋଗ କରାଯାଇଛି ।

ଏହି ତିନି ଜଣିଆ ପ୍ରତିନିଧି ଦଳ କଳ୍ପନାଙ୍କ ମୃତଦେହ ଯେଉଁ ସ୍ଥାନରେ ରହିଛି ସେଠାରେ ସୋମବାର ସଂନ୍ଧ୍ୟାରେ ପହଞ୍ଚିବା ଆଶା କରାଯାଉଛି । ଏହି ସ୍ଥାନ ଏଭରେଷ୍ଟର (ବାଲକୋନି) ବୋଲି କୁହାଯାଉଛି । ଯାହାକି ସମୁଦ୍ର ପତ୍ତନରୁ 7000 ମିଟର ଉଚ୍ଚରେ ରହିଛି । ଏହି ଦୁଖଦ ଘଟଣା ପରେ ଚଳିତ ସିଜନର ଏଭରେଷ୍ଟ ଯାତ୍ରାକୁ ମେ 27ରୁ ବନ୍ଦ କରି ଦିଆଯାଇଛି ।
2008ରେ ଏଭରେଷ୍ଟ ଆରୋହଣ କରି କଳ୍ପନା ହୋଇଥିଲେ ଓଡିଶାର ପ୍ରଥମ ପର୍ବତ ଆରୋହଣକାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details