ପଟିଆଲା: ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ଜାତୀୟ ଆନ୍ତଃରାଜ୍ୟ ଚମ୍ପିଆନସିପ୍ । ଏହି ପ୍ରତିଯୋଗିତା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ହୋଇଥିବାରୁ ଦେଶର ତାରକା ଧାବିକା ଦୂତୀ ଚାନ୍ଦ ଓ ହିମା ଦାସଙ୍କ ସମେତ ଭାରତୀୟ ଟ୍ରାକ୍ ଓ ଫିଲ୍ଡ ଆଥଲେଟଙ୍କ ପାଇଁ ଅଲମ୍ପିକ ଟିକେଟ ହାସଲ କରିବାକୁ ଶେଷ ସୁଯୋଗ ।
ୱାର୍ଲ୍ଡ ଆଥଲେଟିକ୍ସ ଦ୍ବାରା ଗ୍ରେଡ 'ବି' ବର୍ଗର ଏହି ଇଭେଣ୍ଟ 5 ଦିନ ଧରି ଚାଲିବ । କିଛି ଷ୍ଟାର ଆଥଲେଟଙ୍କ ନିକଟରେ ଏଥିରେ ଅଲମ୍ପିକ ଟିକେଟ ହାତେଇବାର ସୁଯୋଗ ରହିଛି । ଏଥିସହ କିଛି ଆଥଲେଟ ନିଜର ଗୁରୁତ୍ବପୂର୍ଣ୍ଣ ରାକିଂ ପଏଣ୍ଟ ବୃଦ୍ଧି କରିବାର ଶେଷ ସୁଯୋଗ ରହିଛି ।
ସୋମବାର ଦୂତୀ ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ 4ରେ 11.15 ସେକେଣ୍ଡ ସହ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ନିଜର ଜାତୀୟ ରେକର୍ଡ ଭଙ୍ଗ କରିଥିଲେ । ଫଳରେ ଏହି ପ୍ରତିଯୋଗିତାରେ ଦୂତୀଙ୍କ ପାଖରେ ଟୋକିଓ ଟିକେଟ ହାସଲ କରିବାର ସୁବର୍ଣ୍ଣ ସୁଯୋଗ ରହିଛି । ଏପରିକି ଟୋକିଓ ଲଅମ୍ପିକ୍ସ ପାଇଁ ବିଶ୍ବ ରାକିଂ ଆଧାରରେ ମଧ୍ୟ ଦୂତୀ ଟିକେଟ ହାସଲ କରିପାରନ୍ତି ।