ଓଡିଶା

odisha

ETV Bharat / sports

ନିର୍ମାଣ ହେବ ୮୯ଟି ଇନଡୋର ଷ୍ଟାଡିୟମ, ଧନ୍ୟବାଦ ଦେଲେ ଦୂତି - ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଦୂତି ଚାନ୍ଦ

ପ୍ରତି ଜିଲ୍ଲାରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟରେ ମୋହର ବାଜିଛି । ୮୯ ଟି ବହୁମୁଖୀ କ୍ରୀଡ଼ା, ବିପର୍ଯ୍ୟୟ ଆଶ୍ରୟସ୍ଥଳ ଏବଂ ଚିକିତ୍ସାଳୟ ଉପଯୋଗୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ ପାଇଁ ଅନୁମୋଦନ ହୋଇଛି । ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରି ଧନ୍ୟବାଦ ଦେଇଛନ୍ତି ଓଡ଼ିଆ ଆନ୍ତର୍ଜାତିକ ଧାବିକା ଦୂତି ଚାନ୍ଦ । ଅଧିକ ପଢ଼ନ୍ତୁ...

ରାଜ୍ୟରେ ନିର୍ମାଣ ହେବ ୮୯ଟି ଇନଡୋର ଷ୍ଟାଡିୟମ, ଧନ୍ୟବାଦ ଦେଲେ ଦୂତି ଚାନ୍ଦ
ରାଜ୍ୟରେ ନିର୍ମାଣ ହେବ ୮୯ଟି ଇନଡୋର ଷ୍ଟାଡିୟମ, ଧନ୍ୟବାଦ ଦେଲେ ଦୂତି ଚାନ୍ଦ

By

Published : Aug 9, 2021, 8:10 PM IST

Updated : Aug 10, 2021, 7:16 AM IST

ଭୁବନେଶ୍ବର: ପ୍ରତି ଜିଲ୍ଲାରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟରେ ମୋହର ବାଜିଛି । ୮୯ ଟି ବହୁମୁଖୀ କ୍ରୀଡ଼ା, ବିପର୍ଯ୍ୟୟ ଆଶ୍ରୟସ୍ଥଳ ଏବଂ ଚିକିତ୍ସାଳୟ ଉପଯୋଗୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ ପାଇଁ ଅନୁମୋଦନ ହୋଇଛି । ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଯୋଜନାରେ ୮୯ ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି । ଏଥିପାଇଁ ୬୯୩.୩୫ କୋଟି ବ୍ୟୟ ବରାଦ କରାଯାଇଛି । ୧୮ ମାସ ମଧ୍ୟରେ ଏହି ଷ୍ଟାଡିୟମ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରି ଧନ୍ୟବାଦ ଦେଇଛନ୍ତି ଓଡ଼ିଆ ଆନ୍ତର୍ଜାତିକ ଧାବିକା ଦୂତି ଚାନ୍ଦ ।

ସଦ୍ୟ ଟୋକିଓ ଅଲମ୍ପିକ ଗେମ୍ସରେ ଭାଗ ନେଇ ଫେରିଛନ୍ତି ଦୂତି ଚାନ୍ଦ । ତେବେ ରାଜ୍ୟରେ ୮୯ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ କ୍ୟାବିନେଟ ମୋହର ପରେ ଦୂତି ଚାନ୍ଦ ଟ୍ବିଟ୍ କରି ଲେଖିଛନ୍ତି ଯେ, "କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପୂର୍ବତନ ଜାତୀୟ ହକି ଦଳର ଅଧିନାୟକ ଦିଲ୍ଲୀପ ତିର୍କୀଙ୍କ ଉପସ୍ଥିତିରେ ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ଇନଡୋର ଷ୍ଟାଡିୟମ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ କ୍ରୀଡ଼ା ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ମୁଁ ସ୍ବାଗତ କରିବା ସହ ନବୀନ ସାରଙ୍କୁ ଧନ୍ୟବାଦ ଜଣାଉଛି ।"

ରାଜ୍ୟରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଉଛି । ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ନିରନ୍ତର ଧ୍ୟାନ ଦେଇ ଆସୁଛନ୍ତି । ଗତ କିଛିବର୍ଷ ମଧ୍ୟରେ ରାଜ୍ୟ କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ା ଆୟୋଜନର ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇଛି । 5T କାର୍ଯ୍ୟସୂତ୍ରୀ ଅନୁଯାୟୀ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ ଏହି ପ୍ରକଳ୍ପ ପରିକଳ୍ପନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନପ୍ରତିନିଧ ଓ କ୍ରୀଡ଼ାବିତମାନଙ୍କୁ ନେଇ ହୋଇଥିବା ପରାମର୍ଶ ଆଧାରରେ ଏହି କ୍ରୀଡ଼ା ଭିତ୍ତିଭୂମିର ଆବଶ୍ୟକୀୟ ନକ୍ସା ପ୍ରସ୍ତୁତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 10, 2021, 7:16 AM IST

ABOUT THE AUTHOR

...view details