ହାଇଦ୍ରାବାଦ:ଦୌଡରାଣୀ ଦୂତୀ ଚାନ୍ଦ ଭୁବନେଶ୍ବର ପରିବର୍ତ୍ତେ ଏଣିକି ଏନଆଇଏସ ପଟିଆଲାରେ ଅଭ୍ୟାସ କରିବେ । ଆସନ୍ତାମାସରେ ହେବାକୁ ଥିବା ୱାର୍ଲ୍ଡ ରିଲେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ଦୂତୀ । ମହିଳା 100 ମିଟର ଦୌଡ଼ରେ ଜାତୀୟ ରେକର୍ଡର ଅଧିକାରୀ ଦୂତୀ, ଗୋଟିଏ ସପ୍ତାହ କ୍ବାରେଣ୍ଟିନରେ ରହିବା ସହ ଆଇସୋଲେସନରେ ଅଭ୍ୟାସ କରିବେ ।
25 ବର୍ଷିୟା ଓଡିଆ ଧାବିକା ଜାତୀୟ ମହିଳା 4x100 ମିଟିର ରିଲେ ସ୍କ୍ବାଡର ପ୍ରମୁଖ ସଦସ୍ୟ ରହିଛନ୍ତି । ଆସନ୍ତା ମାସରେ ପୋଲାଣ୍ଡରେ ହେବାକୁ ଥିବା ୱାର୍ଲ୍ଡ ରିଲେ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ହୋଇଥିବାରୁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ସେଥିପାଇଁ ଟିମର ଅନ୍ୟ ସଦସ୍ୟ ଅଭ୍ୟାସ ଆରମ୍ଭ କରିସାରିଥିବାବେଳେ, ଦୂତୀ ରବିବାର ଭୁବନେଶ୍ବରରୁ ପଟିଆଲା ପହଞ୍ଚିଛନ୍ତି ।